Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡ଼ାକୁ ଘେରିଲା ଶ୍ରୀଲଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡ଼ାକୁ ଘେରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କନାଡ଼ା ମଧ୍ୟରେ ତିକ୍‌ତତା ଲାଗିରହିଛି । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜ୍ଜର ହତ୍ୟା ଘଟଣାରେ ଭାରତ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ୟ ମାତ୍ର ଭାରତ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ତେବେ ଏହି ଘଟଣାରେ ଭାରତକୁ ସମର୍ଥନ କରିଛି ଶ୍ରୀଲଙ୍କା । ହରିଦୀପ ସିଂହ ହତ୍ୟା ଘଟଣାରେ କାନାଡ଼ାକୁ ଟାର୍ଗେଟ୍ କରିଛି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତରେ ଉପସ୍ଥିତ ଥିବା ରାଜଦୂତ କହିଛନ୍ତି, ଆତଙ୍କବାଦ ଦ୍ୱାରା ଶ୍ରୀଲଙ୍କାରେ ବହୁ ଧନଜୀବନ ନଷ୍ଟ ହୋଇଛି । ତେଣୁ ଭାରତ ଆପଣାଇଥିବା ଜିରୋ ଟଲରାନ୍ସ ନୀତି ସମ୍ପୂର୍ଣ୍ଣଭାବେ ଠିକ୍ । ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ପଚାରିବାରୁ ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତ ସିଧା ପଲିସି ରହିଛି । ଆତଙ୍କବାଦ ବିରୋଧରେ ଆମେ ସ୍ୱରତ୍ତୋଲନ କରିବୁ ଏବଂ ଭାରତକୁ ସମର୍ଥନ କରିବୁ । ମାଲିଣ୍ଡା ମୋରାଗୋଡ଼ା କହିଛନ୍ତି, ଏବେ ମୋର ବୟସ ୬୦ ବର୍ଷ । ଏଥିରୁ ୪୦ ବର୍ଷ ମୁଁ ଶ୍ରୀଲଙ୍କାରେ ଆତଙ୍କବାଦୀଙ୍କ ବିଭିତ୍ତ ଘଟଣା ଦେଖିଛି । ଆତଙ୍କୀ ଗତିବିଧି ପାଇଁ ମୁଁ ମୋ ସମ୍ପର୍କୀୟ ଓ ସହଯୋଗୀଙ୍କୁ ହରାଇଛି । ବହୁ ଧନଜୀବନ ନଷ୍ଟ ହୋଇଛି । ତେଣୁ ଆତଙ୍କବାଦୀଙ୍କୁ ବିରୋଧରେ ଭାରତ ଯେଉଁ ନୀତି ଆପଣାଇଛି ତାହା ଠିକ୍ । ଏହାକୁ ଶ୍ରୀଲଙ୍କା ଖୋଲାଖୋଲି ଭାବେ ସମର୍ଥନ କରୁଛି ବୋଲି ରାଷ୍ଟ୍ରଦୂତ କହିଛନ୍ତି ।

Leave a Reply