Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀତି ବଦଳାଅ, ନଚେତ ଗରିବ ହୋଇ ରୁହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀତି ବଦଳାଅ, ନଚେତ ଗରିବ ହୋଇ ରୁହ

ନୂଆଦିଲ୍ଲୀ: ୱାର୍ଲ୍ଡ ବ୍ୟାଙ୍କ୍ ପାକିସ୍ତାନକୁ ତାହାର ଆର୍ôଥକ ସ୍ଥିତିକୁ ନେଇ ଚେତାବନୀ ଜାରି କରିଛନ୍ତି । ବିଶ୍ୱ ବ୍ୟାଙ୍କ୍ କହିଛି ‘ପାକିସ୍ତାନ ସଙ୍କଟ ସେହି ଚରମ ବିନ୍ଦୁରେ ପହଞ୍ଚିଛି ଯେଉଁଠାରେ ତାଙ୍କୁ ଏକ ଜରୁରୀ ନିଷ୍ପତ୍ତି ନେବାକୁ ହେବ । ବିଶ୍ୱ ବ୍ୟାଙ୍କ୍ କହିଛି ଆର୍ôଥକ ସ୍ଥିରତା ଆଣିବା ଲାଗି କୌଣସି ଉପାୟ କର ନଚେତ ଯେମିତି ଭୋକଉପାସରେ ରହିଛ ସେମିତି ରୁହ । ଏହା ସହ ୪୦ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଜନସଂଖ୍ୟା ସହ ରହିବାକୁ ଚାହୁଁଛ ନା ଉଜ୍ଜ୍ୱଳ ଭବିଷ୍ୟତ ଲାଗି କିଛି ନୂଆ ନୀତି ଆଣିବାକୁ ଚେଷ୍ଟା କରୁଛ ବୋଲି ବିଶ୍ୱବ୍ୟାଙ୍କ ପଚାରିଛନ୍ତି । ନିର୍ବାଚନ ହେବା ପୂର୍ବରୁ ଆଗାମୀ ସରକାରକୁ ନୂଆ ନୀତି ଆପଣାଇବା ଉପରେ କାର୍ଯ୍ୟ କରିବାକୁ କୁହାଯାଇଛି । ତେବେ ଦେଶର ଅବସ୍ଥା ଅନ୍ତର୍ଜାତୀୟ ଋଣଦାତା ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଠିକ୍ କରାଯାଇପାରିବ ନାହିଁ । ସ୍ଥିରତା ଆଣିବାକୁ ହେଲେ ଦେଶ ଭିତରେ ହିଁ ନୂତନ ତଥା କଠୋର ନୀତି ଲାଗୁ କରିବା ଆବଶ୍ୟକ ବୋଲି ପାକିସ୍ତାନକୁ କହିଛନ୍ତି ବିଶ୍ୱ ବ୍ୟାଙ୍କ । ୱାର୍ଲଡ୍ ବ୍ୟାଙ୍କର ସାଉଥ ଏସିଆ ଶାଖା ନିର୍ଦ୍ଦେଶକ ନେଜି ବେହ୍ନାସିନ୍ କହିଛନ୍ତି ଯେ, ପାକିସ୍ତାନ ପାଇଁ ନୀତିଗତ ସୁଧାର ଆଣିବା ଲାଗି ସମୟ ଆସିଛି । ନୂତନ ସରକାର ଆସିବା ପୂର୍ବରୁ ବିଚାର ବିମର୍ଶ କରିବା ସହ ନୂଆ ପଲିସି ଜାରି କରିବା ହେବ । ଡନ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ବେହ୍ନାସିନ ଆହୁରି କହିଛନ୍ତି, ପାକିସ୍ତାନ ଦରଦାମ ବୃଦ୍ଧି, ବିଜୁଳୀ ସଂକଟ, ଜଳବାୟୁ ସଂକଟ, ପୋଷଣ ଅଭାବ ଆଦି ବିଭିନ୍ନ ପରିସ୍ଥିତିରେ ଛନ୍ଦି ହୋଇପଡ଼ିଛି । ଏସବୁ ଭିତରେ ଜଳବାୟୁ ବିକାଶ କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ତଳସ୍ତରର ଦେଶ ସୂଚୀରେ ରହିଛି ପାକିସ୍ତାନ । ମାନବ ବିକାଶ କ୍ଷେତ୍ରରେ ଏସିଆର ବିଭିନ୍ନ ଦେଶଠାରୁ ବହୁ ପଛରେ ପାକିସ୍ତାନ । ଆଫ୍ରିକାର କୌଣସି ଏକ ଛୋଟ ଦେଶ ସହ ପାକିସ୍ତାନ ସମାନ ବୋଲି ସେ କହିଛନ୍ତି । ଯେଉଁଠି ୪୦ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି । କେବଳ ସେତିକି ନୁହେଁ ବିଶ୍ୱର ବିଭିନ୍ନ ଦେଶ ତୁଳନାରେ ପାକିସ୍ତାନରେ ଅଧିକରୁ ଅଧିକ ପିଲା (ପ୍ରାୟ ୨ କୋଟି ୩ ଲକ୍ଷ) ସ୍କୁଲ ଯାଉନାହାନ୍ତି ବୋଲି ମଧ୍ୟ ରିପୋର୍ଟ କୁହାଯାଇଛି ।

Leave a Reply