Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଟୋ ଜିପି ରେସରେ ଦେଖା ଗଲା ଭାରତର ଭୁଲ ମାନଚିତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଟୋ ଜିପି ରେସରେ ଦେଖା ଗଲା ଭାରତର ଭୁଲ ମାନଚିତ୍ର

ନୋୟେଡା : ଭାରତରେ ପ୍ରଥମ ଥର ଅନୁଷ୍ଠିତ ହେଉଥିବା

ମୋଟୋ ଜିପି ରେସରେ ପ୍ରଥମ ଦିନ ଏକ ବଡ଼ ବିବାଦ ଦେଖାଦେଇଛି ।

ଉତ୍ତରପ୍ରଦେଶ ଗ୍ରେଟର ନୋୟେଡାସ୍ଥିତ ବୁଦ୍ଧ ଇଣ୍ଟରନ୍ୟାସନାଲ ସର୍କିଟରେ

ଆୟୋଜିତ ହେଉଥିବା ଏହି ମୋଟର ବାଇକ୍ ରେସ୍ରେ ଶୁକ୍ରବାର ପ୍ରାକ୍ଟିସ୍ ସେସନ

କାଳରେ ଟିଭି ସ୍କ୍ରିନରେ ଭାରତର ଭୁଲ ମ୍ୟାପ୍ ଚଲାଇ ଦିଆଯାଇଥିଲା । ଯାହାକୁ

ନେଇ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବିବାଦର ସୂତ୍ରପାତ ହୋଇଥିଲା । ଦର୍ଶକେ

ରେସ୍ ବ୍ରଡକାଷ୍ଟରଙ୍କ ତ୍ରୁଟିକୁ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ

କରିଦେଇଥିଲେୟ ଫଳରେ ବିବାଦ ବଢି ଯାଇଥିଲାୟ ପରିସ୍ଥିତି ଅଣାୟତ୍ତ ହେବାରୁ

ମୋଟୋ ଜିପି ପକ୍ଷରୁ ଅଧିକାରୀକ ବୟାନ ଜାରି କରାଯାଇ ଭାରତକୁ କ୍ଷମା

ନିବେଦନ କରାଯାଇଛି । ୨୪ ସେପ୍ଟେମ୍ବର ରବିବାର ମୋଟୋ ଜିପି ରେସ୍ ପୂର୍ବରୁ

ଶୁକ୍ରବାର ପ୍ରଥମ ଥର ପ୍ରାକ୍ଟିସ୍ ରେସ୍ ଆୟୋଜନ କରାଯାଇଥିଲା । ଏହି ସମୟରେ

ସ୍କ୍ରିନ୍ରେ ଭାରତର ଭୁଲ ମାନଚିତ୍ର ଚଲାଇ ଦିଆଯାଇଥିଲା । ଏଥିରେ ଜମ୍ମୁ-କାଶ୍ମୀର

ଓ ଲଦ୍ଦାଖର ସମ୍ପୂର୍ଣ୍ଣ ଅଞ୍ଚଳକୁ ଭାରତ ମାନଚିତ୍ରରେ ଦେଖାଇ ନଥିଲାୟ ଉପସ୍ଥିତ

ଦର୍ଶକେ ସୋସିଆଲ ମିଡିଆରେ ଏହି ତ୍ରୁଟିକୁ ହାଇଲାଇଟ୍ କରିଥିଲେ । ତେବେ

ମୋଟୋ ଜିପି ପକ୍ଷରୁ ତୁରନ୍ତ ପ୍ରସଙ୍ଗରେ ପଦକ୍ଷେପ ନିଆଯାଇଥିଲା ଓ ଭୁଲ ସ୍‌୍ୱୀକାର

କରି କ୍ଷମା ନିବେଦନ କରାଯାଇଥିଲା । ଏ ନେଇ ଜାରି ବୟାନରେ ମୋଟୋ ଜିପି

କହିଛନ୍ତି ଯେ ପ୍ରସାରଣ କାଳରେ ଦେଖାଯାଇଥିବା ମାନଚିତ୍ର ନିମନ୍ତେ

ଫ୍ୟାନସ୍‌ଙ୍କଠାରୁ କ୍ଷମା ନିବେଦନ କରୁଛୁ ।

Leave a Reply