Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତିସଂଘ ମହାସଭାରେ ପାକ୍‌କୁ କଡ଼ା ଜବାବ ଦେଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତିସଂଘ ମହାସଭାରେ ପାକ୍‌କୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି । ନ୍ୟୁୟର୍କରେ ଜାତିସଂଘର ମହାସଭାର (ୟୁଏନଜିଏ) ୭୮ତମ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନ୍ୱାର୍ ଉଲ୍ ହକ୍ କାକଡ଼ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାରୁ ଭାରତ ଉପରୋକ୍ତ ଜବାବ ଦେଇଛି । ‘ୟୁଏନଜିଏ’ରେ ପାକିସ୍ତାନ ଅଭିଭାଷଣର ପ୍ରତି ଉତ୍ତର ଦେବା ଅଧିକାର ସାବ୍ୟସ୍ତ କରି ଭରତ କଠୋର ଭାଷାରେ କହିଛି ଯେ, ନୂଆଦିଲ୍ଲୀ ବିରୋଧରେ ଅପପ୍ରଚାର କରିବା ପାଇଁ ପାକିସ୍ତାନ ଆନ୍ତର୍ଜାତିକ ସାମ୍ମୁଖ୍ୟର ଅପବ୍ୟବହାର କରୁଛି । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ । ସେ ପ୍ରସଙ୍ଗରେ କହିବା ଲାଗି ପାକିସ୍ତାନର କୌଣସି ଅଧିକାର ନାହିଁ । ‘ୟୁଏନଜିଏ’ର ଦ୍ୱିତୀୟ କମିଟି ପାଇଁ ଜାତିସଂଘରେ ଭାରତର ‘ଫାଷ୍ଟ୍ ସେକ୍ରେଟେରି’ ପେଟଲ୍ ଗହଲୋତ କହିଲେ, ଭାରତ ବିରୋଧରେ ଭିତ୍ତିହୀନ ଓ ବିଦ୍ୱେଷପୂର୍ଣ୍ଣ ପ୍ରଚାର ଲାଗି ଏହି ସାମ୍ମୁଖ୍ୟକୁ ଅପବ୍ୟବହାର କରିବାରେ ପାକିସ୍ତାନ ପୁରୁଣା ଅପରାଧୀ ପାଲଟି ଗଲାଣି । ମାନବ ଅଧିକାର ଉପରେ ନିଜର ମନ୍ଦ ରେକର୍ଡ ପ୍ରତି ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନ କ’ଣ କରେ ତାହା ଜାତିସଂଘର ସଦସ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ବହୁପାକ୍ଷିକ ସଙ୍ଗଠନ ସବୁ ଭଲ ଭାବେ ଅବଗତ ଅଛନ୍ତି । ଆମେ ପୁନର୍ବାର କହୁଛୁ ଯେ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛିନ୍ନ ଅଂଶ । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ସମସ୍ୟା ଭାରତର ଅଭ୍ୟନ୍ତରୀଣ ବ୍ୟାପାର । ଆମ ଅଭ୍ୟନ୍ତରୀଣ ବ୍ୟାପାରରେ ଟିପ୍ପଣୀ ଦେବା ପାଇଁ ପାକିସ୍ତାନର ଅଧିକାର ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦକ୍ଷିଣ ଏସିଆରେ ଶାନ୍ତି ବଜାୟ ରଖିବା ଲାଗି ପାକିସ୍ତାନକୁ ତ୍ରିମୁଖୀ କାର୍ଯ୍ୟଧାରା ଅବଲମ୍ବନ କରିବାକୁ ପଡ଼ିବ । ପ୍ରଥମତଃ, ତୁରନ୍ତ ସୀମାପାରି ଆତଙ୍କବାଦ ବନ୍ଦ କରିବା ସହିତ ଆତଙ୍କବାଦ ପାଇଁ ଚଳାଇଥିବା ତା’ର ଭିତ୍ତିଭୂମି ବନ୍ଦ କରିବାକୁ ପଡ଼ିବ । ଦ୍ୱିତୀୟତଃ, ବେଆଇନ ଭାବେ ଜବରଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କରିବାକୁ ପଡ଼ିବ । ତୃତୀୟତଃ, ପାକିସ୍ତାନରେ ଥିବା ସଂଖ୍ୟାଲଘୁଙ୍କ ପ୍ରତି ସାଙ୍ଘାତିକ ତଥା ନିରବଚ୍ଛିନ୍ନ ମାନବ ଅଧିକାର ଉଲ୍ଲଂଘନ କାର୍ଯ୍ୟକଳାପ ବନ୍ଦ କରିବାକୁ ପଡ଼ିବ ।

Leave a Reply