Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଷ ଜମିରୁ ପ୍ରାଚୀନ ଗଣେଶ ମୂର୍ତ୍ତି ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଷ ଜମିରୁ ପ୍ରାଚୀନ ଗଣେଶ ମୂର୍ତ୍ତି ଉଦ୍ଧାର

ମାଲକାନଗିରି: କାଲିମେଳା ବ୍ଲକ ମାଲାଭରମ୍ ପଞ୍ଚାୟତ ଅନ୍ତର୍ଗତ ଦୁବେନଗୁଡା ଗ୍ରାମ ନିକଟସ୍ଥ ଏକ ଚାଷଜମିରୁ ପ୍ରାଚୀନ ପ୍ରସ୍ଥରର ଗଣେଶ ମୂର୍ତ୍ତି ଉଦ୍ଧାର ହୋଇଛି । ମଙ୍ଗଳବାର ଗଣେଶ ଚତୁର୍ଥୀ ହେତୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଇଛି । ସୂଚନା ଅନୁଯାୟୀ ଦୁବେନଗୁଡା ଏକ କୋୟା ଜନଜାତି ସଂପ୍ରଦାୟର ଲୋକେ ବସବାସ କରନ୍ତି । ଗାଁର ଅନତି ଦୂରରେ ଭୀମା ମୁଚେ (୬୦)ଙ୍କ ଚାଷ ଜମି ରହିଛି । ଏହି ଜମିରେ ପ୍ରାଚୀନ ରାଜବଂଶଙ୍କ ଦ୍ୱାରା ସ୍ଥାପିତ କରାଯାଇଥିବା ବିଭିନ୍ନ ଦିଅଁ ଦେବତା ମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ତନ୍ମଧ୍ୟରୁ ଜମି ଉପରେ ପରିତ୍ୟକ୍ତ ଅବସ୍ଥାରେ ଜମିରେ ଅର୍ଦ୍ଧେକ ଅଂଶ ପୋତି ହୋଇଥିବା ଗଣେଶ ମୂର୍ତ୍ତି ଅନ୍ୟତମ । ଗତକାଲି ଗଣେଶ ଚତୁର୍ଥୀ ହେତୁ ଜମି ଉପରେ ପୋତି ହୋଇଥିବା ଭୀମା ମୁଚେ ଗାଁ ଲୋକଙ୍କ ସହଯୋଗରେ ଖନନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ । ସେହି ଜମିରେ ଆଉ କିଛି ପ୍ରାଚୀନ ମୂର୍ତ୍ତି ରହିଥିବା ଅନୁମାନ କରାଯାଉଛି । ଗ୍ରାମ ନିକଟରେ ରାମବନ୍ଧ ନାମରେ ଏକ ପୋଖରୀ ରହିଛି । ସେଠାରେ ଶ୍ରୀରାମଙ୍କ ପାଦୁକା ରହିଥିବା ଦେଖିବାକୁ ମିଳିଛି । କଥିତ ଅଛି ଏହି ପୋଖରୀରେ ବନବାସ ସମୟରେ ଶ୍ରୀରାମ ଚନ୍ଦ୍ର ସ୍ନାନ କରିଥିଲେ । ଏଣୁ ପୋଖରୀର ନାମ ଶ୍ରୀରାମ ରହିଛି । ଏହି ରାମ ପାଦ ମଧ୍ୟ କିଛି ବର୍ଷ ତଳେ ଜଣେ ଆଦିବାସୀ ଚାଷୀଙ୍କ ଜମିରୁ ଉଦ୍ଧାର କରାଯାଇଥିଲା । ତତ୍କାଳୀନ ରାଜବଂଶଧରମାନେ ମାଲକାନଗିରି ଅଞ୍ଚଳକୁ ବିଭିନ୍ନ ସମୟରେ ରାଜତ୍ୱ କରୁଥିଲା ବେଳେ ବୌଦ୍ଧ, ଶୈବ, ଶାକ୍ତ ଏବଂ ବିଷ୍ଣ ଧର୍ମରେ ଦିକ୍ଷୀତ ହୋଇ ନିଜର ଦିଅଁ ଦେବତାଙ୍କୁ ସ୍ଥାପନ କରିଥିଲେ । ରାଜ ରାଜୁଡା ଶାସନ ବିଲୁପ୍ତ ହେବା ପରେ ସେମାନଙ୍କ ଦ୍ୱାରା ସ୍ଥାପିତ ସ୍ଥାପର୍ଯ୍ୟ ଧୀରେ ଧୀରେ ଅବକ୍ଷୟ ଆଡ଼କୁ ଗତି କଲାଣି । ଏବଂ ପ୍ରାଚୀନ ମୂର୍ତ୍ତିଗୁଡିକ ମାଟି ତଳେ କାଳକ୍ରମେ ପୋତି ହେବାକୁ ଲାଗିଲାଣି । ବର୍ତ୍ତମାନ ମଧ୍ୟ ମୋଟୁ ଜଙ୍ଗଲରେ ସେ ସମୟର ପ୍ରାଚୀନ ପ୍ରସ୍ଥରର ମୂର୍ତ୍ତିଗୁଡିକ ଖୋଲା ଆକାଶ ତଳେ ପଡି ରହିଥିବା ସେଠାକାର ଲୋକେ କହିଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଗବେଷଣାର ଅଭାବ ଯୋଗୁଁ ପ୍ରାଚୀନ ଐତିହ୍ୟର ସଠିକ ନିର୍ଣ୍ଣୟ ହୋଇପାରୁ ନାହିଁ । ସେ ସମୟର ପ୍ରାଚୀନ ସଭ୍ୟତା ଉପରେ ଗବେଷଣା କରାଗଲେ ବହୁ ଲୁକ୍କାୟିତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି ।

Leave a Reply