Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ଇତିହାସରେ ନୂଆ ଅଧ୍ୟାୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଇତିହାସରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଭାରତ ଇତିହାସରେ ଯୋଡ଼ି ହେଲା ଆଉଏକ ନୂଆ ଅଧ୍ୟାୟ । ଏକ ଲମ୍ବା ଲଢେଇର ଘଟିଲା ଅନ୍ତ । ବୁଧବାର ଲୋକସଭାରେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ମଙ୍ଗଳବାର କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ଉପସ୍ଥାପନ କରିଥିଲେ । ଦୀର୍ଘ ତିନିଦଶନ୍ଧି ଧରି ଏହି ବିଲ୍‌କୁ ଲୋକସଭାରେ ପାରିତ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ଫଳବତୀ ହୋଇନଥିଲା । ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ଟି ବହୁମତରେ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୪୫୪ଟି ଭୋଟ୍ ପଡ଼ିଥିବାବେଳେ ବିଲ୍ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା । ଅବଶ୍ୟ ୨୦୧୦ରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା । କିନ୍ତୁ ଲୋକସଭାରେ. ପ୍ରଥମ ଥରପାଇଁ ଏହା ସର୍ବସମ୍ମତିପ୍ରମେ ପାରିତ ହୋଇଛି । ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନଠାରୁ ଅଧିକ ସମର୍ଥନ ମିଳିଥିବାର ସୂଚନା ମିଳିଛି । ବୁଧବାର ଦିନ ୧୧ଟାରୁ ଲୋକସଭାରେ ଏହି ବିଲ୍ ଉପରେ ବିତର୍କ ଆରମ୍ଭ ହୋଇଥିଲା । ଏହି ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ବିଲ୍ ଉପରେ ନିଜର ପକ୍ଷ ରଖି ଏହାକୁ ସମର୍ଥନ ଜଣାଇଥିଲେ । ତେବେ ଏହି ବିଲ୍‌ରେ ଓବିସିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବା ପାଇଁ ଦାବି କରିବା ସହ ତୁରନ୍ତ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ଏନସିପିର ସୁପ୍ରିୟା ସୁଲେ ଓ ଡିଏମ୍‌କେର କାନି ମୋଝି ଅନୁରୂପ ଦାବି ରଖିଥିଲେ । ତେବେ ବିଲ୍ ଉପରେ ମତ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ୨୦୧୪ ସାଧାରଣ ନିର୍ବାଚନ ଶେଷ ହେବାପରେ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରାଯିବ । ଦେଶର ବିକାଶ କ୍ଷେତ୍ରରେ ଏହି ବିଲ୍ ଏକ ବୁଷ୍ଟର ଡୋଜ୍ ଭାବେ କାମ କରିବ । ସେହିପରି ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲ୍ ଉପରେ ମତ ଦେବାପରେ ଭୋଟଦାନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରାଯିବ । ସେଠାରେ ପାରିତ ହେବାପରେ ବିଲ୍‌ଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଯିବ । ସେ ଏହାକୁ ଅନୁମୋଦନ ଦେବାପରେ ବିଲ୍‌ଟି ଆଇନରେ ପରିଣତ ହେବ । ତେବେ ଏହି ବିଲ୍ ଆଇନରେ ପରିଣତ ହେଲେ ମଧ୍ୟ ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ । ସୀମା ପୁନଃ ନିର୍ଦ୍ଧାରଣ ପରେ ଏହା ଲାଗୁ କରାଯିବ । ତେବେ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ରଖାଯିବ । ତେବେ ବିଲ୍‌ରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରଖାଯାଇନାହିଁ । ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ଜାତିସଂଘ ପ୍ରଶଂସା କରିଛି । ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଭାରତ ବିଶ୍ୱର ଏକନମ୍ବର ରାଷ୍ଟ୍ର ହେବ । ସମାନତା କଥା ହେଉ କି ମହିଳା ଅଧିକାର ରାଜନୀତିରେ ଲିଙ୍ଗଭିତ୍ତିକ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ । ଭାରତରେ ମହିଳା ସଂରକ୍ଷଣ ବିଲ୍‌କୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହେବା ଏକ ସଂଯୋଗ । ମିଳିତ ଜାତିସଂଘର ମହିଳା ସଦସ୍ୟମାନେ କହିଛନ୍ତି ଯେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ଭାରତ ଏହି ୬୪ଟି ଦେଶ ମଧ୍ୟରେ ସାମିଲ ହେବ, ଯେଉଁମାନଙ୍କ ସଂସଦରେ ମହିଳା ସଦସ୍ୟଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଛି ।

Leave a Reply