Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ପାଲଟା ଜବାବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ପାଲଟା ଜବାବ

ନୂଆଦିଲ୍ଲୀ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ମୃତ୍ୟୁ ପରଠାରୁ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ଅଭିଯୋଗ କରି କାନାଡ଼ା ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ନେବାର କିଛି ସମୟ ମଧ୍ୟରେ ଭାରତ ମଧ୍ୟ ପାଲଟା ଜବାବ ଦେଇଛି । ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରିଛି । କେବଳ ଏତିକି ନୁହେଁ ଭାରତ କାନାଡା ହାଇ କମିଶନରଙ୍କୁ କହିଛି ଯେ କାନାଡାର କୂଟନୀତିଜ୍ଞ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡନ୍ତୁ । ଏହାପୂର୍ବରୁ ଭାରତ ନିଜ ବିବୃତ୍ତିରେ ସ୍ପଷ୍ଟ ଭାବେ କହିଛି ଯେ ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭୁଲ ଏବଂ ଏହା କେବଳ ଖାଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପରୁ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି, ‘ଆଜି କାନାଡାର ହାଇ କମିଶନରଙ୍କୁ ସମନ କରାଯାଇଥିଲା ଏବଂ ଜଣେ ବରିଷ୍ଠ କାନାଡିୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ସମ୍ପୃକ୍ତ ଅଧିକାରୀଙ୍କୁ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡିବାକୁ କୁହାଯାଇଛି । କାନାଡାର କୂଟନୀତିଜ୍ଞମାନେ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ଅନ୍ୟପଟେ ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି ।

Leave a Reply