Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କକ୍ଷପଥ ଛାଡ଼ି ସୂର୍ଯ୍ୟମୁହାଁ ହେଲା ଆଦିତ୍ୟ-ଏଲ୍‌୧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କକ୍ଷପଥ ଛାଡ଼ି ସୂର୍ଯ୍ୟମୁହାଁ ହେଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ-ପୃଥିବୀକୁ ବିଦାୟ ଦେଇ ‘ଆଦିତ୍ୟ- ଏଲ୧’ ବର୍ତ୍ତମାନ ଏକ ଦୀର୍ଘ

ଯାତ୍ରା ଆରମ୍ଭ କରିଛି । ପ୍ରାୟ ୧୧୦ ଦିନର ଯାତ୍ରା ପରେ,

ମହାକାଶଯାନ ଏଲ୧ ପଏଣ୍ଟର କକ୍ଷପଥରେ ପ୍ରବେଶ କରିବ ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଓଝଜଙ) ବିଳମ୍ବିତ

ରାତିରେ ଆଦିତ୍ୟ-ଏଲ୧ ମିଶନକୁ ନେଇ ଏହି ଅପଡେଟ ଦେଇଛି

। ଇସ୍ରୋ କହିଛି ଯେ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍ ପଏଣ୍ଟ ୧ଇନ୍ସର୍ସନ୍ ସମାପ୍ତ

ହୋଇଛି । ମହାକାଶଯାନ ବର୍ତ୍ତମାନ ଯେଉଁ ପଥରେ ଅଛି ତାହା

ଏହାକୁ ସୂର୍ଯ୍ୟ-ପୃଥିବୀ ଏଲ୧ ପଏଣ୍ଟକୁ ନେଇଯିବ । ପୃଥିବୀର

କକ୍ଷପଥରୁ ଏକ ମହାକାଶଯାନ ପଠାଇବାରେ ଏହା ଇସ୍ରୋର କ୍ରମାଗତ

ପଞ୍ଚମ ସଫଳତା । ସୂର୍ଯ୍ୟ ମିଶନ ପୂର୍ବରୁ, ଇସ୍ରୋ ସଫଳତାର ସହିତ

ଚନ୍ଦ୍ରାୟନ -୩ ପଠାଇ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ।

ଇସ୍ରୋ ଅନୁଯାୟୀ ଆଦିତ୍ୟ- ଏଲ୧ ପ୍ରାୟ ୧୧୦ ଦିନ ମଧ୍ୟରେ

ଏଲ୧ ପଏଣ୍ଟରେ ପହଞ୍ଚିବ । ଏକ ସ୍ୱତନ୍ତ୍ର ମେନୁଭର୍ ମାଧ୍ୟମରେ

ଏହା ଏଲ୧ ର କକ୍ଷପଥରେ ପ୍ରବେଶ କରିବ । ଉଲ୍ଲେଖ ଥାଉ କି

ଏହାପୂର୍ବରୁ ଭାରତର ଆଦିତ୍ୟ-ଏଲ୍‌୧ ସେର ମିସନ ମହାକାଶଯାନ

ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା । ଏହା ବୈଜ୍ଞାନିକମାନଙ୍କୁ ପୃଥିବୀ

ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ

ସାହାଯ୍ୟ କରିବ ବୋଲି ଇସ୍ରୋ ସୋମବାର କହିଥିଲା ।

Leave a Reply