Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ-ଏଲ୍‌୧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ : ଆଦିତ୍ୟ-ଏଲ୍‌୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋସିଆଲ ମିଡିଆରେ ଶେୟାର କରିଛି । ଇସ୍ରୋ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛି, ଆଦିତ୍ୟ-ଏଲ୍‌୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ସ୍େଟପ୍ସ ଉପକରଣ ସେନ୍ସରଗୁଡ଼ିକ ପୃଥିବୀଠାରୁ ୫୦,୦୦୦କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ସୁପର-ଥର୍ମାଲ ଏବଂ ଶକ୍ତିଶାଳୀ ଆୟନ ଏବଂ ଇଲେକ୍ଟ୍ରନ ମାପିବା ଆରମ୍ଭ କରିଦେଇଛି । ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀର ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରେ । ଏହି ଚିତ୍ର ବିଭିନ୍ନ ୟୁନିଟ ମଧ୍ୟରୁ ସଂଗୃହିତ ଶକ୍ତିଶାଳୀ କଣିକା ସମ୍ବନ୍ଧରେ ବାୟୁମଣ୍ଡଳର ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରେ ।

Leave a Reply