Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱତନ୍ତ୍ର ଅଧିବେଶନ ଛୋଟ ହେଲେ ବି ଐତିହାସିକ ହେବ: ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱତନ୍ତ୍ର ଅଧିବେଶନ ଛୋଟ ହେଲେ ବି ଐତିହାସିକ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପୁରୁଣା ସଂସଦ ଭବନରେ ପ୍ରଥମଦିନ ଗତକାଲି ବସିଛି ଶେଷ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ପୂର୍ବରୁ ପୁରୁଣା ସଂସଦ ଭବନକୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପୁରୁଣା ସଂସଦ ଭବନ ଛାଡିବାର ଅନୁଭବ ସ୍ମୃତି ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଧିବେଶନ ଛୋଟ ହେଲେ ବି ଭାରତୀୟ ଗଣତନ୍ତ୍ର ପାଇଁ ଏକ ଐତିହାସିକ ଦିନ ହୋଇ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୁରୁଣା ସଂସଦ ଭବନ ବିଦେଶୀ ଶାସକ ନିର୍ମାଣ କରିଥିଲେ । ନୂଆ ସଂସଦ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଚନ୍ଦ୍ରଯାନ ସଫଳତା ପାଇଁ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଜି-୨୦ ସଫଳତାକୁ କୌଣସି ବ୍ୟକ୍ତି କିମ୍ବା ଦଳନ ନୁହେଁ, ବରଂ ଦେଶର ୧୪୦ କୋଟି ଲୋକଙ୍କ ସଫଳତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିବେଶନ ଆରମ୍ଭରେ ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା ସମୟରେ ଦେଶର ପ୍ରଥମ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ଅବଦାନ ମୂଲ୍ୟବାନ ବୋଲି ମୋଦି କହିଛନ୍ତି । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ପୁରୁଣା ସଂସଦ ଭବନରେ ପ୍ରଥମ ଦିନର ଅଧିବେଶନ ବସିଛି । ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply