Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଆପୁଅଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଆପୁଅଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆ ପୁଅଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି ପୁରୀର ଟାହିଆ କାରିଗର ବସନ୍ତ ରଣାଙ୍କୁ ସମ୍ମାନିତ କରିଛନ୍ତି । ମହାପ୍ରଭୁଙ୍କ ବିଭିନ୍ନ ପ୍ରକାରର ବେଶ ପ୍ରସ୍ତୁତ କରିଥାନ୍ତି ବସନ୍ତ । ନାଗାର୍ଜୁନ ବେଶ, ମହାପ୍ରଭୁଙ୍କ ଟାହିଆ ଓ ହାତୀ ବେଶ ଆଦି ସେ ପ୍ରସ୍ତୁତ କରିଥାଆନ୍ତି । ବସନ୍ତ ରଣାଙ୍କୁ ନୂଆଦିଲ୍ଲୀ ଦ୍ୱାରକାର ଯଶୋଭୂମି ପରିସରରେ ସମ୍ମାନିତ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପକାରିଗରମାନଙ୍କୁ ସମ୍ମାନିତ କରାଯାଇଛି । ଶ୍ରୀମନ୍ଦିର ସ୍ୱୋୟତ ତଥା ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରୁଥିବା ବସନ୍ତ ରଣା ମଧ୍ୟ ସମ୍ମାନିତ ହୋଇଛନ୍ତି ।

Leave a Reply