Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୂଆପଡ଼ା ଶିଶୁମନ୍ଦିରରେ ଗୁରୁ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୂଆପଡ଼ା ଶିଶୁମନ୍ଦିରରେ ଗୁରୁ ଦିବସ

କଟକ ସଦର: ନୂଆପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଳନ ଅବସରରେ ୩ ଜଣ ଅଭିଜ୍ଞତା ସମ୍ପନ୍ନ ଗୁରୁଙ୍କୁ ବିଦ୍ୟାଳୟର ସଭାପତି ନୃଷିଂହ ଚରଣ ପଣ୍ଡାଙ୍କ ଦ୍ୱାରା ଆଦର୍ଶ ଗୁରୁ ଭାବରେ ସମ୍ମାନିତ କରାଯାଇଥିଲା । ୩ ଜଣ ଆଦର୍ଶ ଗୁରୁ ହେଲେ, ମଣିଜଙ୍ଗ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ପ୍ରେସ୍‌କଲୋନୀ ଉଚ୍ଚ ବିଦ୍ୟାଳୟର ଅବସୀପ୍ରାପ୍ତ ଶିକ୍ଷକ ଖଗେସ୍ୱର ସାମଲ ଓ ଖ୍ରୀଷ୍ଟ କାଲିଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିଶୁ ଭାଇ ଭଉଣୀମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅମିତାଭ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply