Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି

ଭୁବନେଶ୍ୱର: ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ । ଯେ କେହି ଚାହିଁଲେ ବିକି ପାରିବେନି ସିମ୍ କାର୍ଡ । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି । ଅକ୍ଟୋବର ପହିଲାରୁ ଲାଗୁହେବ ଏ ନୂଆ ନିୟମ । ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ୍‌ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିଜର ସମସ୍ତ ‘ପଏଣ୍ଟ ଅଫ୍ ସେଲ’ ବା ଅଧିକୃତ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ବୋଲି ଟେଲିକମ ଅପରେଟରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜୀକରଣ ବେଳେ ସିମ୍ କାର୍ଡ ଭେଣ୍ଡରଙ୍କୁ ନିଜର କର୍ପୋରେଟ ପରିଚୟପତ୍ର , ବିଜିନେସ୍ ଲାଇସେନ୍ସ, ଆଧାର, ପାନ୍‌, ଜିଏସ୍‌ଟି ନମ୍ବର ପ୍ରଭୃତି ଦାଖଲ କରିବାକୁ କୁହାଯାଇଛି । ଟେଲିକମ ବିଭାଗ ଖାଲି ଏ ନିର୍ଦ୍ଦେଶ ଦେଇନି, କଡ଼ା ଚେତାବନି ମଧ୍ୟ ଦେଇଛି । ଆହୁରି ମଧ୍ୟ କୁହାଯାଇଛି, ଯଦି ସେପ୍ଟେମ୍ବର ୩୦ ତାରିଖ ପରେ କୌଣସି ଅଣ-ପଞ୍ଜୀକୃତ ଚଙଝରେ ସିମ୍ କାର୍ଡ ବିକ୍ରି ହେଉଥିବା ଧରାପଡ଼େ, ପ୍ରତି ଥର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବେ ଟେଲିକମ୍ ଅପରେଟର । ଖାଲି ସେତିକି ନୁହେଁ, ଅଣ-ପଞ୍ଜୀକୃତ ପଏଣ୍ଟ ଅଫ୍ ସେଲ୍ ଜରିଆରେ ଆକ୍ଟିଭେଟ୍ ହୋଇଥିବା ସମସ୍ତଙ୍କ ମୋବାଇଲ ସଂଯୋଗର ପୁନଃଯାଞ୍ଚ ଲାଗି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ସେପ୍େଟମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ପୁରୁଣା ସିମ୍ କାର୍ଡ ଭେଣ୍ଡରଙ୍କ ଡକ୍ୟୁମେଣ୍ଟ ଦାଖଲ ସହ ପଞ୍ଜୀକରଣ ସାରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଯଦି କୌଣସି ସିମ୍ କାର୍ଡ ବିକ୍ରେତାଙ୍କ ଡକ୍ୟୁମେଣ୍ଟ ଜାଲ ଥିବା ଜଣାପଡ଼ିବ, ଏଭଳି କ୍ଷେତ୍ରରେ ଉକ୍ତ ସିମ୍ କାର୍ଡ ବିକ୍ରେତାଙ୍କ ଦ୍ୱାରା ବିକ୍ରି ହୋଇଥିବା ସମସ୍ତ ସିମ୍ କାର୍ଡର ପୁନଃଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ ।

Leave a Reply