ଚମ୍ପୁଆ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳିତ


ଚମ୍ପୁଆ : ସ୍ଥାନୀୟ ସରସ୍‌ତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ସଂଯୋଜନାରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ତତ୍ୱ୍‌ାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟ ନିଷ୍ଠ ଭାବେ କାର୍ଯ୍ୟ କରି ଦେଶର ସୁନାମ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଉତ୍ତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର ଯୋଗଦେଇ ପୁରାଣରେ ବର୍ଣ୍ଣିତ ଗୁରୁଶିଷ୍ୟ ସମ୍ପର୍କ ଓ ପିତା ମାତା, ଗୁରୁ ଓ ରାଷ୍ଟ୍ରର ସେବା କରିବାକୁ ପରାମର୍ଶ ଦେଇଥିଲେ । ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ଉପସଭାପତି ସଦାନନ୍ଦ ଦେହୁରୀ, ଯୁଗ୍ମ ସମ୍ପାଦକ ଅଜିô କୁମାର ରାମ, ସଦସ୍ୟା ପ୍ରଭାସିନୀ ନାଏକ, ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ସହପ୍ରଧାନ ଆଚାର୍ଯ୍ୟ ବ୍ରଜ କିଶୋର ମହାନ୍ତ ଆଦି ଉପସ୍ଥିତ ରହି ବହୁମୂଲ୍ୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୁରୁଜୀ ଗୁରୁମାଆମାନଙ୍କୁ ବନ୍ଦାପନା କରି ଉପଢ଼ୌକନ ପ୍ରଦାନ କରିବା ପୂର୍ବକ ଆର୍ଶିବାଦ ଭିକ୍ଷା କରିଥିଲେ । ଛାତ୍ରୀ ଅର୍ପିତା ଦାସ ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଛାତ୍ର ସତ୍ୟବ୍ରତ ବେହେରା, ଛାତ୍ରୀ ରୂପଶ୍ରୀ ଗିରି ଜଣେ ଛାତ୍ର ପାଇଁ ଗୁରୁଜୀଙ୍କ ଅବଦାନ ଓ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ର ତ୍ରିନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ୩ୟରୁ ୫ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍‌ତୃତା ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *