ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ତେଲକୋଇ ଶାଖା ପକ୍ଷରୁ ଗୁରୁ ପୂଜନ କାର୍ଯ୍ୟକ୍ରମ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ରହିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସର୍ବପଲ୍ଲୀ ରାଧା କ୍ରିଷ୍ଣନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ତେଲକୋଇ ଶାଖା ପକ୍ଷରୁ ଦ୍ୱିତୀୟ ବାର୍ଷିକ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଡ଼ଃ ଫକୀର ମୋହନ ନାୟକ ,ତେଲକୋଇ ଶାଖା ର ସଭାପତି ଚାରିଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନଗୋବିନ୍ଦ ସାହୁ, ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପ୍ରଧାନ, ସଂପାଦକ ଉଦୟାନାଥ ପରିଡ଼ା ଅନ୍ତର୍ଭୁକ୍ତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ପ୍ରଦାୟିକ ସମାଜରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଏହି ଗୁରୁ ପୂଜନ ଅବସରରେ ବ୍ଲକର ୧୯ଜଣ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ସହିତ ଏହି ମାଟିର ଗର୍ବ ଓ ଗୌରବ ଆଣିଥିବା ସନ୍ତାନ ଓଡ଼ିଆ ପ୍ରଶାସନିକ ସେବାରେ ତୃତୀୟ ସ୍ଥାନରେ ଅଧିକାର କରିଥିବା ପ୍ରଣବ ରଞ୍ଜନ ସାହୁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ତେବେ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ର ସଦସ୍ୟ ଚିତ୍ତରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ପାଣ୍ଡବ ଚରଣ ସାହୁ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଆଚାର୍ଯ୍ୟ ହୃଦାନନ୍ଦ ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ମାର୍ଗଦର୍ଶକ ଭାବେ ଖଗେଶ୍ୱର ମହାନ୍ତ ଙ୍କ ତତ୍ୱାବଧାନରେ ସରସ୍‌ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ସାହୁ, ଶାଖାର ସଦସ୍ୟ ବିପିନି ବିହାରୀ ସାହୁ , ଦୁର୍ଯ୍ୟୋଧନ ନାୟକ, ପ୍ରତାପ ମହାନ୍ତ ସମେତ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହଯୋଗରେ ଗୁରୁ ପୂଜନ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *