Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଧର୍ମନିରପେକ୍ଷ ଦଳଙ୍କର ହିନ୍ଦୁ ଧର୍ମ ବିରୋଧୀ ଟିପ୍ପଣୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମନିରପେକ୍ଷ ଦଳଙ୍କର ହିନ୍ଦୁ ଧର୍ମ ବିରୋଧୀ ଟିପ୍ପଣୀ

ଯିଏ କଲେଜରେ କେବେ ବିଜ୍ଞାନର ଛାତ୍ର ହୋଇନଥିବ ତଥା ବିଜ୍ଞାନ ସମ୍ୱନ୍ଧରେ ତାହାର କିଛି ଜ୍ଞାନ ନ ଥିବ, ସେ ଯଦି ବିଜ୍ଞାନ ସମ୍ୱନ୍ଧୀୟ ତଥ୍ୟ ଉପରେ ଟୀକା ଟିପ୍ପଣୀ କରେ, ତେବେ ତାହା ଗଧର ଭେରେଣ୍ଡା ମୁହଁରେ ଭାଗବତ ପାଠ ଶୁଭିଲା ପରି ହେବ । ଆଜିକାଲି କିଛି ରାଜନେତାଙ୍କ ଆଇଁଷିଣିଆ ମୁହଁରୁ ଏହି ପରି ହିନ୍ଦୁ ଧର୍ମବିରୋଧୀ ଟୀକା ଟିପ୍ପଣୀ ବାହାରୁଛି, ଯାହା ଶୁଣି ସନ୍ଦେହ ଜାତ ହୁଏ ଯେ ହିନ୍ଦୁ ନାମ, ଉପନାମ ଏବଂ ଗୋତ୍ର ଧାରଣ କରିଥିବା ଏହି ନେତାମାନେ ସତରେ କ\’ଣ କଣ ହିନ୍ଦୁ ଔରସରୁ ଭୂମିଷ୍ଠ ହୋଇନଥିଲେ କି? ହିନ୍ଦୁ ହୋଇ ଏମାନଙ୍କ ଠାରେ କାହିଁକି ଏତେ ହିନ୍ଦୁ ବିରୋଧୀ ମାନସିକତାର ଫସଲ ଲହ ଲହ ହେଉଛି । ଏହା ଉପରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଏମାନେ ଏଇ ନିକଟରେ ଦେଇଥିବା କିଛି ହିନ୍ଦୁ ଧର୍ମବିରୋଧୀ ମନ୍ତବ୍ୟ ଉପରେ ନଜର ପକାଇବା ଉଚିତ ହେବ । ସନାତନ ଧର୍ମ ତଥା ହିନ୍ଦୀ ଧର୍ମ ଉପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଛନ୍ତି । ଏଥିସହ ସନାତନ ଧର୍ମ ସାମାଜିକ ନ୍ୟାୟ ଧାରଣା ବିରୁଦ୍ଧ, ଏହାକୁ ବିଲୋପ କରାଯିବା ଆବଶ୍ୟକ ବୋଲି ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି । ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଭିନ୍ନ ରାଜନୈତିକ ଦଳ ତଥା ଧାର୍ମିକ ସଙ୍ଗଠନ ପକ୍ଷରୁ ତାଙ୍କୁ କଡା ବିରୋଧ କରାଯାଉଛି । ନିକଟରେ ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଉଦୟାନିଧି କହିଛନ୍ତି, \”କିଛି ଜିନିଷ ଅଛି ଯାହାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ପଡିବ, କେବଳ ବିରୋଧ କଲେ ହେବନି । ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଠିକ୍ ଏହିପରି, ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉଚିତ୍ । ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି । ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା ।’ ହିନ୍ଦୁ ଧର୍ମ ବିରୋଧୀ ରାଜନୈତିକ ଭାବନା ସେ ଦିନ ଏତିକିରେ ସୀମିତ ରହିଲାନାହି । ଷ୍ଟାଲିନଙ୍କ ପଛକୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କହିଲେ ଯେ ସନାତନ ଧର୍ମ ଜାତି ବିଭାଜନ ଉପରେ ଆଧାରିତ ସମାଜ ବ୍ୟତୀତ ଆଉ କିଛି ନୁହେଁ । ସେ ଏହାକୁ ଅଭିଶାପ ବୋଲି କହିଛନ୍ତି । ଉଦୟାନିଧିଙ୍କ ବକ୍ତବ୍ୟ ଉପରେ ଚାଲିଥିବା ବିତର୍କ ମଧ୍ୟରେ କାର୍ତ୍ତି ଚିଦାମ୍ବରମ୍ ଏକ୍ସରେ ପୋଷ୍ଟ କରି ଆହୁରି କହିଛନ୍ତି ଯେ, ସନାତନ ଧର୍ମ ଜାତି ବିଭାଜନ ପାଇଁ ଏକ ନିୟମ ଛଡା ଆଉ କିଛି ନୁହଁ । ଜାତି ହେଉଛି ଭାରତ ଲାଗି ଅଭିଶାପ । ସେହିପରି ତାମିଲନାଡୁ କଂଗ୍ରେସ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଲକ୍ଷ୍ମୀ ରାମଚନ୍ଦ୍ରନ ଏକ ଟ୍ୱିଟ୍ କରି ହିନ୍ଦୁ ଧର୍ମ (ସନାତନ ଧର୍ମ) ଘୃଣା ଭାବ ସୃଷ୍ଟି କରୁଥିବା ଜାତିବାଦୀ ହିନ୍ଦୁତ୍ୱର ଅନ୍ୟ ଏକ ନାମ ଅଟେ, ଯାହାର ଉତ୍ପତ୍ତି ଉତ୍ତର ଭାରତରେ ହୋଇଛି ବୋଲି କହି ବିବାଦର ଶିଖାକୁ ଆହୁରି ପ୍ରଜ୍ୱଳିତ କରିଛନ୍ତି । ଏହି ଟ୍ୱିଟ୍‌ରେ ସେ ଦାବି କରିଛନ୍ତି ଯେ ଦକ୍ଷିଣରେ ‘ହିନ୍ଦୁ ଧର୍ମ\’ ଉତ୍ତର ଠାରୁ ଭିନ୍ନ, ଦକ୍ଷିଣରେ ଆମର ହିନ୍ଦୁ ଧର୍ମ ଶାନ୍ତିପ୍ରିୟ । ନିଜକୁ ଧର୍ମନିରପେକ୍ଷ ଦଳ ବୋଲି ଦାବି କରୁଥିବା ରାଜନୈତିକ ଦଳଗୁଡ଼ିକ ଏତେ ହିନ୍ଦୁ ଏବଂ ହିନ୍ଦୁ ବିରୋଧୀ ହେବାର କାରଣ କ’ଣ ? ଏହା ହିଁ କ’ଣ ସେମାନଙ୍କ ଧର୍ମନିରପେକ୍ଷ ରାଜନୀତିର ବାସ୍ତବ ସ୍ୱରୂପ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଏହି ତଥାକଥିତ ଧର୍ମନିରପେକ୍ଷ ଦଳଗୁଡିକ ପୂର୍ବ ତୁଳନାରେ ଅଧିକ ମାତ୍ରାରେ ହିନ୍ଦୁ ବିରୋଧୀ ହୋଇପଡିଛନ୍ତି । କେତେବେଳେ କିଏ ହିନ୍ଦୁ ଧର୍ମର ବିଭିନ୍ନ ଗ୍ରନ୍ଥ ଉପରେ କଟାକ୍ଷ କଲାଣି ତ ଆଉ କିଏ କେତେବେଳେ ହିନ୍ଦୁ ଧର୍ମର ନୀତି ଆଦର୍ଶ ଉପରେ ଅବାଞ୍ଛିତ ପ୍ରଶ୍ନମାନ ଉତଥାପନ କଲାଣି । ସତରେ ଯେମିତି ଏମାନେ ହିନ୍ଦୁ ଧର୍ମ ଉପରେ ପିଏଚ୍‌ଡି କରି ଏପରି ଟୀକା ଟିପ୍ପଣୀ କରୁଛନ୍ତି । ଯେଉଁ ରାଜନେତାମାନେ ରାଜନୀତିରେ ରହିଛନ୍ତି, ସେମାନଙ୍କର ପ୍ରକୃତ ରାଜନୀତି ସମ୍ପର୍କରେ ତ କୌଣସି ସାଧାରଣ ଜ୍ଞାନ ନାହିଁ । ସେମାନେ ରାଜନୀତିର ମୌଳିକ ବୈଶିଷ୍ଟ୍ୟ ସମ୍ପର୍କରେ ପଦେ କହିପାରିବେନାହିଁ । କିନ୍ତୁ ହିନ୍ଦୁ ଧର୍ମ ବିଶେଷଜ୍ଞଙ୍କ ପରି ସେମାନେ ହିନ୍ଦୁ ଧର୍ମ ଉପରେ ବିପରୀତ ବ୍ୟାଖ୍ୟାନ କରିବାରେ ଲାଗିଛନ୍ତି । ହିନ୍ଦୁ ଧର୍ମ ଉପରେ ବିପରୀତ ବ୍ୟାଖ୍ୟାନ ଦେଉଥିବା ଏହି ଭ୍ରଷ୍ଟ ରାଜନେତାଙ୍କର ଯଦି ସତ୍ ସାହସ ଅଛି, ତେବେ ସେମାନେ ଅନ୍ୟ ଧର୍ମ ଉପରେ ଏପରି ବିପରୀତ ଟୀକା ଟିପ୍ପଣୀ କରିଦେଖାନ୍ତୁ । ସେମାନେ ଆଜି ଯାଏ ଏହା କରିପାରିନାହାନ୍ତି କି ଆଗକୁ ଏହା କସ୍ମିନ୍ କାଳେ କରିପାରିବେନାହି । ଏପରି କଲେ ଭୋଟ ହରାଇପାରନ୍ତି କି ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାରମୟ ହୋଇପାରେ କି ଫତୁଆ ଜାରି ହୋଇପାରେ । ଯେଉଁଠାରେ ଏକାଦିକ୍ରମେ ଏତେ ସବୁ ବିପଦର ସମାଗମ, ସେଠାରେ ଏପରି ବିପରୀତ ଟୀକା ଟିପ୍ପଣୀ କରିବା ଲାଗି କାହା ଜିଭରେ ହାଡ ହେବ ? ହିନ୍ଦୁ ଧର୍ମ ଅତି ଉଦାରବାଦୀ ଆଉ ସହନଶୀଳ ଧର୍ମ । ହିନ୍ଦୁମାନେ ସହଜରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥାଆନ୍ତି । ଏଣୁ ହିନ୍ଦୁ ଭୋଟ ହ୍ରାସର ସମ୍ଭାବନା ନ ଥିବାରୁ ଏହି ସୁଯୋଗରେ ଅନ୍ୟ ଧର୍ମାବଲମ୍ବୀଙ୍କୁ ତୁଷ୍ଟ କରି ସେମାନଙ୍କ ଭୋଟ ହାତେଇବା ଉଦ୍ଦେଶ୍ୟରେ ହେଉ କି ଅନ୍ୟ କୌଣସି କାରଣରୁ ହେଉ, ସେମାନେ ଏପରି ହିନ୍ଦୁ ଧର୍ମ ଉପରେ ବିପରୀତ ଟୀକା ଟିପ୍ପଣୀ କରିଥାଆନ୍ତି । ଏବେ ଆସିବା ଅସଲ ବିନ୍ଦୁକୁ ଯେ କାହିଁକି ଏହି ତଥାକଥିତ ଧର୍ମନିରପେକ୍ଷ ଦଳଗୁଡିକ ସେମାନଙ୍କର ଏହି ବେଙ୍ଗଖିଆ ପାଟି ମେଲାଇଛନ୍ତି । ୨୦୧୪ ରେ ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ସାରା ଦେଶରେ ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦ ତାହାର ଶିଖରରେ ଯାଇ ପହଞ୍ଚିଛି । ଏହା ଏହି ତଥାକଥିତ ଧର୍ମନିରପେକ୍ଷ ଦଳଗୁଡିକର ପ୍ରଧାନ୍ୟକୁ ପ୍ରାୟତଃ ସଫା କରିସାରିଲାଣି । ବିହାର, ମଧ୍ୟ ପ୍ରଦେଶ, ଗୁଜରାଟ ବିଶେଷ କରି ଉତ୍ତର ପ୍ରଦେଶରେ ଏହି ଦଳଗୁଡିକର ସ୍ଥିତି ଅତି କରୁଣ । ବିଜେପି ଏକ ହିନ୍ଦୁତ୍ୱବାଦୀ ଦଳ ହୋଇଥିବାରୁ ବିଜେପି ଉପରେ ଆକ୍ରମଣ କରିବାକୁଯାଇ ଏମାନେ ହିନ୍ଦୁ ଧର୍ମ, ହିନ୍ଦୁ ଧର୍ମଗ୍ରନ୍ଥ ଏବଂ ହିନ୍ଦୁ ଦେବ ଦେବୀଙ୍କ ଉପରେ କୁତ୍ସିତ ବାକ୍ୟ ପ୍ରୟୋଗ କରୁଛନ୍ତି । ଏମାନଙ୍କର ଉଦ୍ଦେଶ୍ୟ ହେଉଛି ଯେ ଏପରି କହି ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଜାତିଗତ ବିଭାଜନ ଆଣିବା ସହ ବିଜେପିର ଭୋଟ ବ୍ୟାଙ୍କର ବିଭାଜନ କରି ନିଜେ ଫାଇଦା ନେବା । ଉଦୟଗିରି ଷ୍ଟାଲିନ ତାମିଲନାଡୁରେ ବିଜେପିର ଦ୍ରୁତ ଉତଥାନ ଏବଂ ଏଥିଯୋଗୁ ନିଜ ଦଳ ଡିଏମ୍‌କେର ରାଜନୈତିକ ଭବିଷ୍ୟତ ଅନ୍ଧକାରମୟ ହେବା ଆଶଙ୍କାରେ ଏପରି ହିନ୍ଦୁ ଧର୍ମ ବିରୋଧୀ କଟାକ୍ଷ କରିଛନ୍ତି । ଅସଲରେ ଡିଏମ୍‌କେ ଶାସନକାଳରେ ତାମିଲନାଡୁରେ ବ୍ୟାପକ ଆକାରରେ ଧର୍ମାନ୍ତରୀକରଣ ଚାଲିଛି । ହିନ୍ଦୁମାନଙ୍କୁ ଏକ ପ୍ରକାର ଜୋରଜବରଦସ୍ତି ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଛି ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିବା ସକାଶେ । ବିଜେପି ଏହାକୁ ତୀବ୍ର ବିରୋଧ କରୁଛି । ସେହିପରି ବିଜେପିର ରାଜ୍ୟ ସଭାପତି ଆନ୍ନାମଲାଇ ରାଜ୍ୟରେ ବିଜେପିର ବିସ୍ତାର ଲାଗି ରାଜ୍ୟବ୍ୟାପୀ ପଦଯାତ୍ରା ଚଳାଇଛନ୍ତି, ଯାହାକୁ କି ବ୍ୟାପକ ଜନସମର୍ଥନ ମିଳୁଛି । ଏହା ସହିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଡିଏମ୍‌କେ ନେତୃତ୍ୱର ନିଦ ହଜେଇଦେଇଛି । ଯଦି ଏହି ଧାରା ଅବ୍ୟାହତ ରହେ, ଆଗାମୀ ୨୦୨୬ ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଏଆଇଡିଏମ୍‌କେ ସହିତ ମେଣ୍ଟରେ ବିଜେପି ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ଡିଏମ୍‌କେ ଆଶଙ୍କା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ତାମିଲନାଡୁ ଉପରେ ଖୁବ୍ ଫୋକସ କରି ଦଳର ରାଜ୍ୟ ନେତୃତ୍ୱର ପଘା ଖୋଲି ଚରିବାକୁ ଖୋଲା ଛାଡିଦେଇଥିବାରୁ ଡିଏମ୍‌କେ ଏତେ ମାତ୍ରାରେ ଭୟଭୀତ ହୋଇଛି ଯେ ସେ ଭୟ ଉଦୟନିଧି ଷ୍ଟାଲିନଙ୍କ ମୁହଁରୁ ଏପରି ହିନ୍ଦୁ ବିରୋଧୀ ଟିପ୍ପଣୀ ଆକାରରେ ବାହାରିଆସିଛି । ଆଗକୁ ଲୋକସଭା ନିର୍ବାଚନ ଅଛି । ବିରୋଧୀ ଦଳମାନେ ଏହିପରି ଯେତେ ହିନ୍ଦୁ ବିରୋଧୀ ଟିପ୍ପଣୀ ଆଉ କଟାକ୍ଷ କରିବେ, ତାହା ହିନ୍ଦୁମାନଙ୍କୁ ତଥା ହିନ୍ଦୁ ଭୋଟକୁ ବିଜେପି ସପକ୍ଷରେ ସେତେ ଏକଜୁଟ ହେବାକୁ ସୁଯୋଗ ଆଣିଦେବ ।
-ଏହି ଲେଖାଟି ଦୈନିକ ଓଡିଆ ଖବର କାଗଜ ମାତୃଭାଷାର ସଂପାଦକୀୟରେ 5-9-2023 ରେ ପ୍ରକାଶିତ 

Leave a Reply