Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚିନ୍ତା ଦୂର କରେ ଧ୍ୟାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚିନ୍ତା ଦୂର କରେ ଧ୍ୟାନ

ସୁସ୍ଥ ଶରୀର ପାଇଁ ବ୍ୟାୟାମ ଓ ଧ୍ୟାନ କରିବା ନିତାନ୍ତ ଆବଶ୍ୟକ । ସାରା ଦିନ ଭଲରେ ବିତିବା ପାଇଁ ସକାଳ ସମୟରେ ଧ୍ୟାନ କରିବା ଏକ ସ୍ୱାସ୍ଥ୍ୟକର ଉପାୟ । କିଛି ସମୟର ଧ୍ୟାନ ଦୁଶ୍ଚିନ୍ତା ସ୍ତରକୁ ସମ୍ପୂର୍ଣ୍ଣ ଭାବେ ହ୍ରାସ କରିଥାଏ । ଚିନ୍ତାକୁ ନିଜ ଠାରୁ ଦୂରେଇ ରଖିବା ପାଇଁ ସଠିକ ନିଷ୍ପତ୍ତି ନେବା ପାଇଁ ଧ୍ୟାନ କରିବା ଖୁବ ସହାୟକ ହୋଇଥାଏ । ଧ୍ୟାନ ଶରୀର ସହ ଜଡିତ ହେଉଥିବା ଏକ ଅଦ୍ଭୁତ ଅଭ୍ୟାସ । ଏହା ହୃଦୟ ଗତିକୁ ନିୟନ୍ତ୍ରଣ ରଖିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଥିବା ସମସ୍ତ ବାଧା ଦୂର କରେ । ନିଜ ବିଚାରକୁ ଉନ୍ନତରୁ ଉନ୍ନତ କରିବାରେ ସହାୟକ ହୋଇଥାଏ । ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ । ମନକୁ ଶାନ୍ତ ଓ ରାଗକୁ ନିୟନ୍ତ୍ରଣରେ ରଖେ । ଧ୍ୟାନ କରିବା ଦ୍ୱାରା ଚିନ୍ତାଧାରା ନିୟନ୍ତ୍ରଣ ହୋଇ ରହିବା ସହ ଏହା ଶରୀରରେ ଏକ ପ୍ରକାର ହରମୋନ୍‌? ବଢାଇ ଥାଏ । ଯାହା ଦ୍ୱାରା ଆପଣ ସୁସ୍ଥ ଓ ସତେଜ ଅନୁଭବ କରିଥାଆନ୍ତି । ନିଜ କାମକୁ ନେଇ ସର୍ବଦା ବ୍ୟତିବ୍ୟସ୍ତ ରହୁଥିଲେ, ସକାଳେ ଧ୍ୟାନ ନିଶ୍ଚୟ କରନ୍ତୁ । ଏହାଦ୍ୱାରା କାମ ପାଇଁ ଆଗ୍ରହ ଆସିବା ସହ ଚିନ୍ତା କମ ହୋଇଥାଏ । ଧ୍ୟାନ କରିବା ଦ୍ୱାରା ଧୈର୍ଯ୍ୟ ଶକ୍ତି ବୃଦ୍ଧି ହେବା ସହ ପାଗ ପରିବର୍ତ୍ତନ କାରଣରୁ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣକୁ ଶରୀରକୁ ଦୂରେଇ ରଖିଥାଏ । ଶରୀରର ଯନ୍ତ୍ରଣା,ମୁଣ୍ଡବିନ୍ଧା ଆଦି ଦୂର କରିଥାଏ ।

Leave a Reply