Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥବା ଯବାନଙ୍କ ସମ୍ମାନାର୍ଥେ ଶ୍ରଦ୍ଧା ସୁମାନ ଅର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥବା ଯବାନଙ୍କ ସମ୍ମାନାର୍ଥେ ଶ୍ରଦ୍ଧା ସୁମାନ ଅର୍ପଣ

ନୂଆଦିଲ୍ଲୀ: ଭବିଷ୍ୟତରେ ଦରକାର ପଡ଼ିଲେ ଆମେ ଏଲ୍ଓସି ସୀମା ରେଖା ଡେଇଁବୁ । ଆଜି କାରଗିଲ୍ ବିଜୟ ଦିବସ ଅବସରରେ ସ୍ମୃତି ପୀଠରେ ଯୋଗ ଦେଇ ଏପରି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ବୁଧବାର ସେ କହିଛନ୍ତି ଭାରତର ନିଜର ସମ୍ମାନ ଓ ପ୍ରତିଷ୍ଠାକୁ କାଏମ ରଖିବାକୁ ଏଲ୍ଓସି ଅତିକ୍ରମ କରିବାକୁ ପ୍ରସ୍ତୁତ ଅଛି । ଏଭଳି ପରିସ୍ଥିତିରେ ଦେଶ ଜନତା ସେନାକୁ ସହଯୋଗ କରିବାକୁ ରାଜନାଥ ସିଂହ ଆହ୍ୱାନ ଦେଇଛନ୍ତି । ଋଷ ଓ ୟୁକ୍ରେନ୍ ୱାର ସମ୍ପର୍କରେ ଉଦାହରଣ ଦେଇ ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ହେଲା ଯୁଦ୍ଧ ହେଲାଣି । କାରଣ ଦେଶର ନାଗରିକମାନେ ଏହି ଯୁଦ୍ଧରେ ସାମିଲ୍ ହୋଇ ଶତ୍ରୁ ସେନାକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ୨୪ କାରଗିଲ ବିଜୟ ଦିବସ ଅବସରରେ କାରଗିଲ ସ୍ମୃତୀ ପୀଠରେ ଯୋଗ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥବା ଯବାନଙ୍କ ସମ୍ମାନାର୍ଥେ ଶ୍ରଦ୍ଧା ସୁମାନ ଅର୍ପଣ କରିଥିଲେ ପ୍ରତିରକ୍ଷାମନ୍ତ୍ରୀ । ସେ କହିଛନ୍ତି ଏହି ଯୁଦ୍ଧ ଭାରତ ଉପରେ ଏକପ୍ରକାର ଲଦି ଦିଆଯାଇଥିଲା । ପାକିସ୍ତାନ ପଛରୁ ଛୁରା ମାରିଥିଲା । ଯେଉଁମାନେ ଆମ ଦେଶକୁ ଜିତାଇଲେ ଓ ବଳିଦାନ ଦେଲେ, ଦେଶର ସେହି ବୀର ସନ୍ତାନଙ୍କୁ ମୋର ସାଲ୍ୟୁଟ୍ । ଦେଶର ଜନତାଙ୍କୁ ନେଇ ରାଜନାଥ କହିଛନ୍ତି ଯେ ଯେତେବେଳେ ବି ଯୁଦ୍ଧ ହୋଇଛି ସେତେବେଳେ ଦେଶର ଜନତା ସେନାକୁ ସମର୍ଥନ କରିଛନ୍ତି । ହେଲେ ଏହି ସମର୍ଥନ ପରୋକ୍ଷରେ ରହିଛି । ତେଣୁ ମୁଁ ଦେଶରେ ଲୋକଙ୍କୁ ଅନୁରୋଧ କରୁଛି ଯେ ଯଦି ଭବିଷ୍ୟତରେ ସେମିତି କିଛି ପରିସ୍ଥିତି ଆସିବ ତେବେ ଲୋକ ସିଧାସଳଖ ସେନାକୁ ସହଯୋଗ କରିବା ଉଚିତ୍ । ଦେଶରେ ସମ୍ମାନ ଓ ପ୍ରତିଷ୍ଠା ବଜାଇ ରଖିବା ପାଇଁ ଆମେ କିଛି ବି ପଦକ୍ଷେପ ନେଇପାରିବୁ । ଏମିତିକି ଏଲ୍ଓସି ପାର୍ କରିପାରିବୁ । ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

Leave a Reply