ବଜରଙ୍ଗ ଦଳ ପୁରୀ ଜିଲା ତରଫରୁ ସେବା ସପ୍ତାହ ପାଳନ

ପୁରୀ : ପୁରୀ ନଗର ବଜରଙ୍ଗ ଦଳ ସଂଯୋଜନାରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପୁରୀ ଜିଲା ତରଫରୁ ସେବା ସପ୍ତାହ ପାଳନ ଅବସରରେ ପୁରୀ ଜିଲାର ଦୁଇ ପ୍ରମୁଖ ଗୋସେବକ ମହେଶ ପ୍ରଧାନ ଓ ଗୋବିନ୍ଦ ପ୍ରସାଦ ମହାନ୍ତିଙ୍କର ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ସ୍ଥାନୀୟ ଶଙ୍କରେଶ୍ୱର ମହାଦେବଙ୍କ ମନ୍ଦିରରେ ବୃକ୍ଷ ରୋପଣ କରାଯାଇଛି । ବୃକ୍ଷ ଗୁଡିକ ମଧ୍ୟରେ ଅଁଳା, ନିମ୍ବ, ଶିଶୁ ଆଦି ବୃକ୍ଷ ରହିଛି ।ଆଗାମୀ ଶୋର୍ଯ୍ୟ ଜାଗରଣ ଯାତ୍ରା ସମ୍ବନ୍ଧରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଦେବର୍ପିତ ମହାନ୍ତି, ଜିଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ନଗର ସମ୍ପାଦକ ସନ୍ତୋଷ ଖୁଣ୍ଟିଆଙ୍କ ସହ ବଜରଙ୍ଗ ଦଳର ଜିଲା ସଂଯୋଜକ ଶାନ୍ତନୁ ପାଣ୍ଡେ, ନଗର ସହ ସଂଯୋଜକ ସୁଭ୍ରଜିତ ମହାନ୍ତି, ମିଳନ କେନ୍ଦ୍ର ପ୍ରମୁଖ ବିଶ୍ୱଜିତ୍ ଦାସ, ସୁରକ୍ଷା ପ୍ରମୁଖ ହରିହର ଗୋଛିକାର, ବିଦ୍ୟାର୍ଥୀ ପ୍ରମୁଖ ସୂର୍ଯ୍ୟ ନାରାୟଣ ମହାପାତ୍ର, ବଳ ଉପାସନା କେନ୍ଦ୍ର ପ୍ରମୁଖ ପ୍ରଭାସ ପ୍ରଧାନ, ଗୋରକ୍ଷା ପ୍ରମୁଖ କ୍ଷୀରୋଦ କୁମାର ସାହୁ, ଦୋଳଗୋବିନ୍ଦ ପଣ୍ଡାଙ୍କ ସହ ପୁରୀ ଜିଲାର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *