Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

ପୁରୀ : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ଯାଇ ଭକ୍ତ ମାନଙ୍କୁ ଦର୍ଶନ ର ସୁବିଧା ପ୍ରଦାନ କରାଯାଉ ବୋଲି ଦାବି କରି ମଙ୍ଗଳବାର ବିଶ୍ୱହିନ୍ଦୁ ପରିଷଦ ପୁରୀ ଜିଲା ତରଫରୁ ଏକ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ଦିଆଯାଇଛଇ । ପରିଷଦ ପକ୍ଷରୁ ଦାବିପତ୍ରରେ ଦର୍ଶାଯାଇଛି କି ଗତ କରୋନା ମହାମାରୀ ପରେ ଶ୍ରୀମନ୍ଦିର ଯିବା ପାଇଁ କେବଳ ଶ୍ରୀମନନ୍ଦିର ସିଂହଦ୍ୱାର ପଟେ ଭକ୍ତ ମାନଙ୍କୁ ଅନୁମତି ମିଳିଥିଲା । ଅନ୍ୟ ତିନିଦ୍ୱାର ବନ୍ଦ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଗୋଟିଏ ଦ୍ୱାର ରେ ଅତିମାତ୍ରାରେ ଭିଡ଼ କାରଣରୁ ବରିଷ୍ଠ ନାଗରିକ, ପୁରୀ ବାସିନ୍ଦା ଙ୍କ ବିଷୟରେ ପ୍ରଶାସନିକ ସ୍ତରରେ ବିଚାର କରିବାକୁ ପରିଷଦ ଜିଲା ସଂପାଦକ ରାଜେନ୍ଦ୍ର ମହାନ୍ତି କହିଛନ୍ତି । ଦିନକୁ ଦିନ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ପାଇଁ ଚାରିଦ୍ୱାର ଖୋଲା ଯାଇ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ କରାଇ ବାହାରକୁ ଛାଡିବାର ବ୍ୟବସ୍ଥା କଲେ ଭଲ ବୋଲି ପରିଷଦ ତରଫରୁ ଦାବି କରାଯାଇଛି ଏହି । କାର୍ଯ୍ୟକ୍ରମରେ ସଭାପତି କିଶୋରୀ ମୋହନ ସିଂହ, ବାମଦେବ ନାୟକ ଦେବାର୍ପିତ ମହାନ୍ତି, ସନ୍ତୋଷେ ଖୁଣ୍ଟିଆ , ସୋମନାଥ ସାହୁ, ଦୋଳଗୋବିନ୍ଦ ପଣ୍ଡା ଆଦି ଉପସ୍ଥିତ ଥିଲେ ।

Leave a Reply