Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମାନ ନାଗରିକ ସଂହିତା ସମ୍ବନ୍ଧରେ ସାମୁହିକ ଆଲୋଚନା ଚକ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମାନ ନାଗରିକ ସଂହିତା ସମ୍ବନ୍ଧରେ ସାମୁହିକ ଆଲୋଚନା ଚକ୍ର


ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୁଦେ୍ଧଶ୍ୱରୀ ନଗର ପକ୍ଷରୁ ସ୍ଥାନୀୟ ବଡଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସମାନ ନାଗରିକ ସଂହିତା ସମ୍ବନ୍ଧରେ ଏକ ସାମୁହିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡିଶାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାନ ନାଗରିକ ସଂହିତାର ବର୍ତମାନ ସମୟର ଉପଯୋଗୀତା ଉପରେ ଅବତାରାଣା କରି କହିଥିଲେ । ଅନ୍ୟ ଧର୍ମର ମହିଳାମାନେ କିପରି ସେମାନଙ୍କର ନିଷ୍ଠୁର ବ୍ୟକ୍ତିଗତ ଆଇନ କାରଣରୁ ବଂଚିତ ହେଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରି ଏହି ଆଇନର କାର୍ଯ୍ୟ କାରିତା ଉପରେ ଦୃଢ ମତ ପୋଷଣ କରି କହିଥିଲେ କି ଆଉ ଅନ୍ୟ ଧର୍ମର ମହିଳାମାନଙ୍କୁ ନିର୍ଯ୍ୟାତିତ ହେବାକୁ ଛାଡି ଦିଆନଯାଉ । ଯଥାଶୀଘ୍ର ସମାନ ନାଗରିକ ସଂହିତାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ ଦାବି କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସେ ପୁଣି କହିଥିଲେ ଯେ ସ୍ୱାଧୀନତାର ଅମୃତମହୋତ୍ସବ ସମୟରେ ଆଉ କାଳବିଳମ୍ବ କରିବା ଉଚିତ ନୁହେଁ ।
ଏହି ଆଲୋଚନା ଚକ୍ରରେ ଓଡିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ସର୍ବେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାନ ନାଗରିକ ସଂହିତାର ଆବଶ୍ୟକତା ଉପରେ ଆଲୋଚନା କରିବା ସହିତ ଅତୀତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ସମାନ ନାଗରିକ ସଂହିତାର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରଦତ ବିଭିନ୍ନ ଐତିହାସିକ ରାୟ ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କିପରି ଭାବରେ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ପ୍ରଦତରାୟକୁ ବିଗତ ଦିନରେ ସେ ସବୁକୁ ଦଳିମକଚି ଅନ୍ୟ ଧର୍ମର ନାରୀମାନଙ୍କ ସମ୍ମାନ ଏବଂ ଅଧିକାରକୁ କ୍ଷୁର୍ଣ୍ଣ କରିଦେଇଛନ୍ତି ସେ ବିଷୟରେ ବି ସବିଶେଷ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ନଗର ସଂଘଚାଳକ ଶ୍ରୀ ଅକ୍ଷୟ କୁମାର ବିଟ ସଭାପତିତ୍ୱ କରି ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ଭୁବନେଶ୍ୱର ସହରର ବିଭିନ୍ନ ବୁଦ୍ଧିଜୀବୀ,ଆଇନଜୀବୀମାନେ ଆଲୋଚନା ଚକ୍ରରେ ଉପସ୍ଥିତ ରହି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସମସ୍ତ ପ୍ରଶ୍ନର ଉତର ଗୁଡିକ ମୁଖ୍ୟ ମୁଖ୍ୟ ଅତିଥି ଶ୍ରୀ ସାହୁ ଏବଂ ମୁଖବକ୍ତା ଶ୍ରୀ ବେହେରା ରଖିଥିଲେ ।

Leave a Reply