Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଚୀନ ପାଇଁ ଚିନ୍ତାର ସମୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ ପାଇଁ ଚିନ୍ତାର ସମୟ


ସୌମେନ୍ଦ୍ର ଜେନା

ଚୀନ କଣ ତାହା ଏ ପର୍ଯ୍ୟନ୍ତ ମଧ୍ୟ ସମସ୍ତଙ୍କୁ ଜଣାନାହିଁ । ଏପରିକି ଚୀନର ନିଜ ଲୋକେ ମଧ୍ୟ ଅନେକ ବିଷୟରେ ଅଜ୍ଞ । ତାର କାରଣ ହେଲା ଚୀନ ବିଷୟରେ ଯାହା ପ୍ର·ର କରାଯିବା ଦରକାର ସେହି ଖବର ସରକାରୀ ମିଡିଆ ମାଧ୍ୟମରେ ବାହାରକୁ ଆସେ, ଅନେକ ବିଷୟ ଅନ୍ଧକାର ମଧ୍ୟରେ ଲୁଚିଯାଏ । ଯେଉଁ ଧାରଣା ଚୀନ ବିଶ୍ୱକୁ ଦେଖାଉଥାଏ, ପ୍ରକୃତରେ ତାହା ଆଦୋ÷÷ ନୁହେଁ । ତେବେ ଆମେରିକାର ଦୀର୍ଘ ଅର୍ଦ୍ଧଶତାବ୍ଦୀର ଅକୁଣ୍ଠ ସହଯୋଗ ଏବଂ ସମର୍ଥନରେ ବାଣିଜ୍ୟ, ଉତ୍ପାଦନ, ନିର୍ମାଣ, ଟେକ୍ନୋଲୋଜୀ କ୍ଷେତ୍ରରେ ଚୀନ ଯେପରି ବିକାଶଲାଭ କରିଛି ତାହା ପ୍ରଶଂସା ଯୋଗ୍ୟ । ୧୯୪୮ରେ ଗୋଟିଏ ବ୍ୟାଗ ମୁଦ୍ରାରେ ଗୋଟିଏ ବ୍ୟାଗର ପରିବା କିଣୁଥିବା ଚୀନର ଅବସ୍ଥା ଆଜି ପୃଥିବୀର ବହୁ ଦେଶଠାରୁ ଢେର ଭଲ । ବିଦେଶୀ କମ୍ପାନୀମାନଙ୍କର ଦଶନ୍ଧି ଦଶନ୍ଧିର ପୁଞ୍ଜିନିବେଶ, କାରଖାନା ସ୍ଥାପନ, ବହୁଳ ଉତ୍ପାଦନକୁ ଆଧାର କରି ବିଗତ ବର୍ଷମାନଙ୍କରେ ଚୀନ ନିଜ ଦେଶରେ ଲୋକମାନଙ୍କୁ ରୋଜଗାର ସୁବିଧା ଦେବା ସହ ପ୍ରତିବର୍ଷ ଟ୍ରିଲିଅନ ଟ୍ରିଲିଅନ ଲାଭ କରି ନିଜକୁ ବିଶ୍ୱର ଦ୍ୱିତୀୟ ଆର୍ଥôକ ମହାଶକ୍ତି ଭାବେ ସ୍ଥାପନ କରିବାକୁ ସକ୍ଷମ ହୋଇପାରିଛି । ସମୟ ଏପରି ହୋଇଛି ଯେ ଯେଉଁ ଆମେରିକାର ଅର୍ଥରେ ଚୀନ ଶକ୍ତିଶାଳୀ ହୋଇଛି ସେହି ଆମେରିକା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡୁଛି, କଟକଣାର ସାମ୍ନା କରିବାକୁ ପଡୁଛି । ଫଳରେ ଆର୍ଥôକ ଦୃଷ୍ଟିରୁ ଅନେକ କ୍ଷତି ସହିବାକୁ କେବଳ ପଡୁନାହିଁ, ଦିନକୁ ଦିନ ଅଧିକରୁ ଅଧିକ କଳକାରଖାନା, ବାଣିଜି୍ୟକ ପ୍ରତିଷ୍ଠାନ କ୍ରମଶଃ ବନ୍ଦ ହେବାରେ ଲାଗିଛି । ବିତ୍ତଶାଳୀମାନେ ବିଦେଶୀ ଶିକ୍ଷାନୁଷ୍ଠାନରେ ପାଠପଢାଇବାକୁ ଯାଇ ନିଜ ସଂସ୍ଥାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ରାଷ୍ଟ୍ରପତି ଜିନ୍ପିଙ୍ଗ୍ ସମ୍ବିଧାନ ସଂଶୋଧନ କରି ଦଳପକ୍ଷରୁ ସମର୍ଥନ ଲାଭ କରି ଏବେ ଅନେକ ବର୍ଷ ଯାଏଁ ରାଷ୍ଟ୍ରପତି ହେବାକୁ ଯାଉଥିଲା ବେଳେ ତେଣେ ଦେଶ ଭିତରେ ରାଷ୍ଟ୍ରପତି ଏବଂ କମୁ୍ୟନିଷ୍ଟ ପାର୍ଟି ଜନପ୍ରିୟତା ହରାଇବାରେ ଲାଗିଛି । ଦଳର ଲୋକେ ସଦସ୍ୟତା ଛାଡିବାରେ ଲାଗିଛନ୍ତି । ରୁଷିଆ ପରି ଚୀନରେ ଲୋକେ ଦଳକୁ ବିରୋଧ ବଢିବାର ଆଶଙ୍କା ନିଜେ ଜିନପିଙ୍ଗ୍ ପ୍ରକାଶ କରିଛନ୍ତି । ଭାରତ ସହ ସୀମାବିବାଦ, ଆମେରିକା ସହ ବାଣିଜି୍ୟକ ବିବାଦ, ୟୁରୋପର ଦେଶଗୁଡିକସହ ନୀତିଗତ ବିବାଦ, ଦକ୍ଷିଣପୂର୍ବ ଏସିଆର ଦେଶଗୁଡିକ ସହ ଜଳସୀମାର ବିବାଦକୁ ନେଇ ଚୀନ ·ପରେ ରହିଛି । ଆନ୍ତର୍ଜାତିକ ସ୍ତରରେ ଭାରତର ଶକ୍ତିଶାଳୀ କୂଟନୀତିକ ଗୋଟି·ଳନା, ଆମେରିକାର ନାଲିଆଖି ଏବଂ ୟୁରୋପ ରାଷ୍ଟ୍ରଗୁଡିକର ଦୁର୍ବଳ ସହଯୋଗ ଯୋଗୁ ଚୀନର ଆର୍ଥôର ସଙ୍କଟ ବଢିବାରେ ଲାଗିଛି । ଆଲିବାବାର ମାଲିକ ଜ୍ୟାକ ମା ସରକାରଙ୍କ ·ପରେ ନିଜ ସଂସ୍ଥା ଏବଂ ବ୍ୟବସାୟ ପାଇଁ ସୁବିଧା ନପାଇ ବିଦେଶୀ ପିଲାଙ୍କୁ ପାଠ ପଢାଇବାକୁ କିମ୍ବା ଭାଷଣ ଦେବାକୁ ଯାଉଛନ୍ତି । ଏଣେ ଦେଶ ଭିତରେ ଆର୍ଥôକ ଅନୁଷ୍ଠାନଗୁଡିକ ·ପଗ୍ରସ୍ତ ହେବାରେ ଲାଗିଛନ୍ତି । ଆର୍ଥôକ ବିକାଶ ପାଇଁ ଇଣ୍ଡୋନେସିଆ ଏବଂ ଭିଏତନାମ ପରି ଦେଶ ଚୀନ ଛାଡୁଥିବା କମ୍ପାନୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ସାଂଘାଇ,ଗ୍ୱାଙ୍ଗଝାଉ ପରି ସମୃଦ୍ଧ ସହରଗୁଡିକରେ ଆଭ୍ୟନ୍ତରୀଣ ସମସ୍ୟା କ୍ରମଶଃ ବଢିବାରେ ଲାଗିଛି । 
ଏକଥା ସତ ଯେ ସାମ୍ୟବାଦୀ ମାଓ ସେ ତୁଙ୍ଗଙ୍କର ସମାଜବାଦୀ ନୀତି ବଦଳରେ ତାଙ୍କ ପରେ ଶାସନକୁ ଆସିଥିବା ଡେଙ୍ଗ୍ ଜିଆଓପିଙ୍ଗ୍ ହିଁ ପ୍ରଥମ ବ୍ୟକ୍ତି ଯିଏକି ଆମେରିକାର ପୁଞ୍ଜିବାଦୀ ଅର୍ଥନୀତିକୁ ଗ୍ରହଣ କରି ଆମେରିକା ସହ ବନ୍ଧୁତା ସୁଦୃଢ କରି ଚୀନର ବାଣିଜ୍ୟକୁ ରପ୍ତାନୀ ଆଧାରିତ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ସମୟରେ ଚଉଡା ସଡକ, ଦୀର୍ଘ ରେଳପଥ, ଆକାଶଛୁଆଁ ଅଟ୍ଟାଳିକା, ବାଣିଜି୍ୟକ ପୋତ ନିର୍ମାଣ, ବନ୍ଦରଗୁଡିକର ବିକାଶ ପରି ଅନେକ କାର୍ଯ୍ୟ ସଫଳତା ସହ ହୋଇଥିଲା  । କିନ୍ତୁ ବ୍ରିଟେନ  ହାତରୁ ହଂକଂକୁ ଚୀନ ନିଜ ହାତକୁ ନେବା ପରେ ବିଦେଶୀ ପୁଞ୍ଜିନିବେଶ ବଢିବାକୁ ଲାଗିଲା । ହଂକଂର ଅର୍ଥ ଚୀନ ଭଣ୍ଡାରକୁ ଆସିଲା । ବିଗତ ୨୫ବର୍ଷରେ ହଂକଂ ଚୀନର ସର୍ବବୃହତ୍ ନିବେଶକାରୀ ହୋଇଥିଲେ ହେଁ ବିକାଶ ଦୃଷ୍ଟିରୁ ୧୯୯୭ରେ ୧୮.୪% ସ୍ତରରୁ ଖସି ୨୦୨୨ ବେଳକୁ ୨.୧ ପ୍ରତିଶତକୁ ଆସିଯାଇଛି । ବିକ୍ରି ଏବଂ ଟିକସ ହେଉଛି ହଂକଂର ମୁଖ୍ୟ ଆୟ । ଅଳ୍ପ ଟିକସ ଆଦାୟ ନୀତିକୁ ଗ୍ରହଣ କରି ବିଶ୍ୱର ଠକ ବେପାରୀଙ୍କୁ ନିମନ୍ତ୍ରଣ କରିଥାଏ ।  ଫଳରେ ଟିକସରୁ  ବଞ୍ଚôବା ପାଇଁ ବହୁ ବିଦେଶୀ କମ୍ପାନୀ ହଂକଂରେ ନାମକୁ ମାତ୍ର ଅଫିସ ଖୋଲି ସେଠାରୁ ହିଁ ରପ୍ତାନୀ କରିଥାନ୍ତି । ହଂକଂରେ କମ୍ପାନୀ ପଞ୍ଜିକରଣ ପାଇଁ ସ୍ଥାନୀୟ ବାସିନ୍ଦା ହେବା ଆବଶ୍ୟକ ନାହିଁ । ଏହାର ସୁଯୋଗରେ ବହୁ ଚୀନା ଲୋକ ସାରା ପୃଥିବୀରୁ ସାଇବର ଠକେଇ ମାଧ୍ୟମରେ ପ୍ରଥମେ ଅର୍ଥ ହଂକଂକୁ ଆଣିବା ପରେ ଚୀନରେ ନିବେଶ କରିଥାନ୍ତି । ଚୀନ ସରକାର ମଧ୍ୟ ଏପ୍ରକାର େ·ରୀକୁ ପ୍ରୋତ୍ସାହନ ଦେଇଥାନ୍ତି । ଅପରପକ୍ଷେ ଦେଖିଲେ ଚୀନରେ ସବୁଠୁ ଅଧିକ ହଂକଂର ନିବେଶ ରହିଛି । ୨୦୨୨ରେ ଚୀନକୁ ଆସିଥିବା ବିଦେଶୀ ନିବେଶରୁ ୭୦ଭାଗ   କେବଳ ହଂକଂର ରହିଛି । ଏଥିରୁ ଚୀନରେ ହଂକଂର ଅଂଶକୁ ଜାଣିହେବ । ହଂକଂ ଦ୍ୱୀପର ଜନସଂ୍ୟା ୭୬ଲକ୍ଷ ମଧ୍ୟରେ ଥିଲାବେଳେ ମୁଣ୍ଡପିଛା ଆୟ ୫୨,୪୨୯ ଡଲାର ରହିଛି । ମୋଟ ଆୟର ୯୩.୭ ପ୍ରତିଶତ କେବଳ ସେବା କ୍ଷେତ୍ରରୁ ଆସୁଛି । ଅର୍ଥାତ୍ ସାରା ବିଶ୍ୱର ରପ୍ତାନୀ କାଗଜପତ୍ରରେ  ହଂକଂରୁ ହୋଇଥାଏ । ଏତେ ବିକାଶ ସତ୍ତ୍ୱେ ୨୦ ପ୍ରତିଶତ ହଂକଂବାସୀ ଏବେ ମଧ୍ୟ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି । ଏଥିରୁ ଜାଣିହେବ ଯେ ହଂକଂକୁ ଚୀନ ହାତକୁ ନେବା ପରଠାରୁ ଏକ ପ୍ରକାର ସବୁ ଅର୍ଥ ନିଜ ଦେଶକୁ ନେଉଛି । ହଂକଂରେ ଚୀନ ନିଜର ଏକ ସରକାରଙ୍କୁ ବସାଇଛି । ସାଇବର ଠକେଇ ମାଧ୍ୟମରେ ବିଶ୍ୱରୁ ସଂଗୃହୀତ ଅର୍ଥ ହଂକଂକୁ ଆସି ପରେ ଚୀନକୁ ଯାଉଛି । କହିବାକୁ ଗଲେ ବିଶ୍ୱର ସର୍ବାଧିକ େ·ରୀ ଅର୍ଥ ଚୀନ ହିଁ ପାଉଛି ।  
୫ ଜୁନ୍ ୨୦୨୩ ଦିନ ସାଂଘାଇର ପୁକ୍ସିଂ ମିଡିଲ ରୋଡରେ ଛିଡା ହୋଇ ଜଣେ ସ୍ଥାନୀୟ ରିୟଲ ଇଷ୍ଟେଟ ବ୍ୟବସାୟୀ ନିଜ ସହରର ପ୍ରକୃତ ଦୃଶ୍ୟକୁ ସୁଟିଂ କରି ଛାଡିବା ପରେ ଗୋଟିଏ ଦିନରେ ସେହି ଭିଡିଓକୁ ୫କୋଟି ଲୋକ ଦେଖିଲେ । ଫଳରେ ସରକାର ବାଧ୍ୟ ହୋଇ ଭିଡିଓଟିକୁ ହଟାଇ ଦେଲେ । ସେଥିରେ ସେ ସହରର ମୁଖ୍ୟ ସଡକର ଦୁଇ କଡରେ ଥିବା ଘରଗୁଡିକ ଦେଖାଇଲେ, ଯାହାସବୁ ବନ୍ଦ ଥିଲା ।  ଏକଦା ସେହି ଘରଗୁଡିକରେ ପୃଥିବୀର ବଡ ବଡ କମ୍ପାନୀର ଲୋକେ ଭଡାରେ ରହୁଥିଲେ । ଏବେ କେହି ସେହିସବୁ ଘରେ ରହୁନାହାନ୍ତି । ବିଶ୍ୱର ଶ୍ରେଷ୍ଠ ୫୦୦ କମ୍ପାନୀର ଅଧିକାରୀମାନେ ସାଂଘାଇ ଛାଡି ଯିବାପରେ ତାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଛି ।  ସାଂଘାଇର ତିନୋଟି ଡିପାର୍ଟମେଣ୍ଟ ଷ୍ଟୋର କମ୍ପାନୀ ଜିଉବାଇ, ଜୁଜିଆହୁଇ, ନିଉୱାର୍ଲଡରେ ବିଗତ ଦିନରେ ବିକ୍ରି ଯଥେଷ୍ଟ କମିଯାଇଛି । ଜିଉବାଇ ୩୦.୫୧ ପ୍ରତିଶତ, ଜୁଜିଆହୁଇ ୨୨.୩୩ ପ୍ରତିଶତ ଲାଭ ହରାଇଛନ୍ତି । ଗତବର୍ଷ ୨୦୨୨ରେ ଚୀନରେ ୧୦ଲକ୍ଷ ୯୪ହଜାର କମ୍ପାନୀ ଅଣପଞ୍ଜିକୃତ ହୋଇ ବ୍ୟବସାୟ ଛାଡିଛନ୍ତି । ପୂର୍ବଚୀନର ଗ୍ୱାଙ୍ଗଡିଙ୍ଗ ପ୍ରଦେଶର ଡୋଙ୍ଗୁଆନ ସହର ବିଶ୍ୱର ବଡ କମ୍ପାନୀମାନଙ୍କ କେନ୍ଦ୍ର । ସହରର ସବୁଠୁ ବଡ ପୋଷାକ ଉତ୍ପାଦକ ଡୋଙ୍ଗୁଆନ ଗୋଗୋ ଗାର୍ମେଣ୍ଟସ ୧୦ ଜାନୁଆରୀ ୨୦୨୨ଦିନ ସବୁଦିନ ପାଇଁ କମ୍ପାନୀକୁ ବନ୍ଦ କରିଦେଲା । କୋରୋନାରେ ଶୂନ୍ୟ ପ୍ରତିଶତ ନୀତି ଏବଂ ଲକ୍ଡାଉନରେ ବିକ୍ରି ହ୍ରାସ ଯୋଗୁ  କୋପୋ ଇଲେକ୍ଟ୍ରୋନିକ୍ସ କମ୍ପାନୀ ବନ୍ଦ ହେଲା, ଯାହା ବିଶ୍ୱର ୫୦୦ ଫର୍ଚୁନ କମ୍ପାନୀ ମଧ୍ୟରେ ଥିଲା ଅନ୍ୟତମ । କମ୍ପାନୀରେ ପ୍ରାୟ ୬୦୦୦ କର୍ମ·ରୀ କାର୍ଯ୍ୟ କରୁଥିଲେ । ଚୀନରେ ଆନ୍ତର୍ଜାତିକ ଏବଂ ଘରୋଇ ବରାଦରେ ହ୍ରାସ ଇ-କମର୍ସ କ୍ଷେତ୍ରରେ ଦେଣ-ନେଣ ଅସୁବିଧା, ଉତ୍ପାଦନ କ୍ଷେତ୍ରରେ ଯୋଗାଣର ଅସୁବିଧା ଦେଖାଦେଇଛି । ଆମେରିକା, ତାଇୱାନ ଏବଂ ଜାପାନ ପରି ବଡ ଅର୍ଡର ପ୍ରଦାନକାରୀଙ୍କ ବରାଦ ପ୍ରାୟତଃ ବନ୍ଦ ହେବା ସ୍ଥିତିକୁ ଆସିଯାଇଛି । ଡୋଙ୍ଗୁଆନ ପରି ପର୍ଲ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ଏବଂ ଗ୍ରେଟର ବେ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଗ୍ରେଟର ବେ ଅଞ୍ଚଳର ହୁଇଝାଉ, ଡୋଙ୍ଗୁଆନ, ଝାଓଗିଙ୍ଗ, ଫୁସାନ, ସେନ୍ଝେନ୍, ଝାଙ୍ଗସାନ, ମାକାଉ, ହଂକଂ ଆଦି ସହରରେ ମଧ୍ୟ ବାଣିଜ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି । ଚୀନରେ ବୟସ୍କ ଜନସଂଖ୍ୟାରେ ବୃଦ୍ଧି ଦର ଏବଂ ଗତିରେ ହ୍ରାସ ଯୋଗୁ ଉତ୍ପାଦନ ୍ହ୍ରାସ ପାଇଛି । ବେତନହାର ୨୦ ପ୍ରତିଶତ ଇତି ମଧ୍ୟରେ ବଢିଛି,ଯାହାଫଳରେ ଶସ୍ତାଦରରେ ଉତ୍ପାଦନ ସମ୍ଭବ ହେଉନାହିଁ । ସେମିତି ବଜାରରେ କ୍ୟାମେରା ଶିଳ୍ପ ୭.୮ ପ୍ରତିଶତ, ଟେଲି ଯୋଗାଯୋଗ ଉପକରଣ ୫.୦ପ୍ରତିଶତ, ମୋଟରସାଇକେଲ ଉତ୍ପାଦନ ୪.୫ ପ୍ରତିଶତ, ଯୋଗାଯୋଗ ଉପକରଣ ୪.୫ ପ୍ରତିଶତ, କୋଇଲା ଆଧାରିତ ଉତ୍ପାଦ ୪.୨ ପ୍ରତିଶତ ହ୍ରାସ ପାଇଛି । 
ଆମେରିକାର କଟକଣା ଯୋଗୁ ଚୀନକୁ ଟେକ୍ନୋଲୋଜୀ ହସ୍ତାନ୍ତରଣରେ ଅସୁବିଧା ଯୋଗୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି । ଚୀନର ବାଣିଜି୍ୟକ ନୀତିରେ ଅସ୍ଥିରତା ଯୋଗୁ ପରିବହନରେ ଅସୁବିଧା ହୋଇଛି । ଚୀନର ପଡୋଷୀ ରାଷ୍ଟ୍ରଗୁଡିକରେ ଶସ୍ତା ଶ୍ରମଶକ୍ତି ଯୋଗୁ ଅନେକ କମ୍ପାନୀ ଚୀନରୁ ବାହାରି ·ଲିଯାଉଛନ୍ତି । ନକଲି କରିବାରେ ଚୀନ ବଜାର ଓସ୍ତାଦ ହୋଇଥିବା ହେତୁ ଅନେକ ବଡକମ୍ପାନୀଙ୍କ ମଡେଲକୁ ପରିବର୍ତ୍ତନ କରି ଚୀନା କମ୍ପାନୀ ବିକ୍ରି କଲେ ମଧ୍ୟ ବୋ÷÷ଦ୍ଧିକ ସ୍ୱତ୍ତ୍ୱ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇନଥାଏ । ନାଇକ୍, ଆଡିଦାସ ପରି କମ୍ପାନୀ ସେଥିପାଇଁ ଚୀନରୁ ଭିଏତନାମକୁ ·ଲିଆସିଲେ । ଯାନବାହନ ନିର୍ମାଣ କ୍ଷେତ୍ରରେ ମେକ୍ସିକୋ ଏବଂ ବ୍ରାଜିଲ ଏବେ ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ସେମିତି ଆପଲ କମ୍ପାନୀ ଚୀନରୁ ଭାରତକୁ ଉତ୍ପାଦନ କେନ୍ଦ୍ର ବଦଳାଇଛି । ଚୀନର ପଡୋଶୀ ଥାଇଲାଣ୍ଡ ମଧ୍ୟ କମ୍ପାନୀମାନଙ୍କୁ ଆକର୍ଷିତ କରି ୧୯.୭ ପ୍ରତିଶତ ରପ୍ତାନୀ ବୃଦ୍ଧି କରିଛି । ଇଣ୍ଡୋନେସିଆ ବିଦେଶୀ କମ୍ପାନୀମାନଙ୍କୁ ଚୀନପରି ସୁବିଧା ଦେବାଲାଗି ଜାଭା ଦ୍ୱୀପରେ ୧ବିଲିଅନ ଡଲାର ଖର୍ଚ୍ଚରେ ଇଣ୍ଡଷ୍ଟି୍ରଆଲ ପାର୍କର ନିର୍ମାଣ କରୁଛି । ତେଣୁ ଏକଦା ଯେଉଁ ଦେଶସବୁ ଚୀନରୁ ଆମଦାନୀ କରୁଥିଲେ ଏବେ ସେମାନେ ନିର୍ମାଣକାରୀ ଦୋ÷÷ଡରେ ରହି ଚୀନର ପ୍ରତିଦ୍ୱନ୍ଦ୍ୱୀ ହୋଇ ଛିଡା ହୋଇଛନ୍ତି । ଦକ୍ଷିଣଚୀନ ସାଗର ଦ୍ୱନ୍ଦ୍ୱ ପରଠାରୁ ଏହି ଦେଶଗୁଡିକ ଚୀନଠାରୁ ବିଶ୍ୱାସ ହରାଇବା ପରେ  ନିଜେ ସଶକ୍ତ ହେବାର ପ୍ରୟାସ କରୁଛନ୍ତି । ଜର୍ମାନୀ ଚୀନ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ଇଛାପ୍ରକାଶ କରି ଭାରତ ସହ ବାଣିଜି୍ୟକ ସଂପର୍କ ସୁଦୃଢ କରି ବିକଳ୍ପ ଯୋଗାଣ ମାର୍ଗ ଉନ୍ମୁକ୍ତ କରିବାକୁ ·ହୁଁଛି । କାରଣ ରୁଷିଆ ୟୁକ୍ରେନ ଯୁଦ୍ଧ ପୂର୍ବରୁ ଜର୍ମାନୀର ଜାଳେଣିଗ୍ୟାସ ରୁଷିଆ ଯୋଗାଉଥିଲା । କିନ୍ତୁ ଯୁଦ୍ଧ ପର କଟକଣା ଯୋଗୁ ଜର୍ମାନୀ ଗ୍ୟାସ କ୍ରୟ ହ୍ରାସ କଲାପରେ ୨୨୨ବିଲିଅନ ୟୁରୋ ଇତି ମଧ୍ୟରେ ଜର୍ମାନୀର ସବୁଠୁ ବନ୍ଧ ବାଣିଜି୍ୟକ ସହଯୋଗୀ ରାଷ୍ଟ୍ର । ଆଗାମୀ ଦିନରେ ରୁଷିଆ ସମାନ ପରିସ୍ଥିତିରେ ଜର୍ମାନୀକୁ ଚୀନ ପାଇଁ ଅସୁବିଧା ଭୋଗ କରିବାକୁ ପଡିପାରେ । ତେଣୁ ଚୀନ ସହ ବାଣିଜି୍ୟକ ସଂପର୍କ ହ୍ରାସ କରିବାକୁ ଜର୍ମାନୀ ପ୍ରୟାସ କରୁଛି । ୨୦ ଜୁଲାଇ ୨୦୨୩ଦିନ ଆର୍ଥôକ ବ୍ୟାପାରମନ୍ତ୍ରୀ ରବର୍ଟ ହାବେକ୍ ଏ ବିଷୟରେ ସୂଚନା ଦେଇଛନ୍ତି । ଚଳିତବର୍ଷ ଜୁନ ମାସରେ  ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ ପିଷ୍ଟାରିୟସ ଜର୍ମାନୀ ସବ୍ମେରିନ୍ ବିକ୍ରି ପାଇଁ ଭାରତ ସହ ବୁଝାମଣା କରିଥିଲେ । ୬ଟି ସବ୍ମେରିନ୍ (ବୁଡାଜାହାଜ) ନିର୍ମାଣ ପାଇଁ ୪୨୦୦୦କୋଟି ଟଙ୍କାର ଉକ୍ତ ବୁଝାମଣା ଭାରତ ଓ ଜର୍ମାନୀର ଦୁଇଟି ନିର୍ମାଣକାରୀ ସଂସ୍ଥା ମଧ୍ୟରେ ହୋଇଥିଲା । ସ୍ୱାସ୍ଥ୍ୟ ସେବା ପାଇଁ କେରଳୀ ନର୍ସମାନଙ୍କୁ ଜର୍ମାନୀ ନିଯୁକ୍ତି ଦେବାଲାଗି ଉଦ୍ୟମ ଆରମ୍ଭ କରିଛି ।
ଏବେ ନିଜର ପଡୋଶୀ ରାଷ୍ଟ୍ରଗୁଡିକର ବିରୋଧ ଏବଂ ବଡରାଷ୍ଟ୍ର ଆମେରିକାର ଅନେକ କଟକଣା, ବିଶ୍ୱ ମଞ୍ଚରେ ଭାରତର ଚୀନକୁ ବିରୋଧ କରିବା ନୀତି ମୋଟାମୋଟି ଭାବେ ଅନେକ ଚୀନ ବିରୋଧୀ ରାଷ୍ଟ୍ରଙ୍କୁ ପ୍ରୋତ୍ସାହନ ଦେଇଛି । ଯେଉଁଥିପାଇଁ ସାଂଘାଇ ସହଯୋଗ ସଂଗଠନର ବୈ÷ଠକରେ ଭାରତ ଏକମାତ୍ର ରାଷ୍ଟ୍ରଭାବେ ଚୀନର ବେଲ୍ଟ ଏଣ୍ଡ ରୋଡ ନୀତିକୁ ବିରୋଧ କରି ପ୍ରସ୍ତାବ ଗୃହୀତ କରାଇ ଦେଲାନାହିଁ ।  ନାମ ଗୋଷ୍ଠୀର ବୈ÷ଠକ ଆଜବୈ÷ଜାନର ବାକୁଠାରେ ହୋଇଥିଲା । ଚୀନ ଏଠାରେ ନିମନ୍ତ୍ରିତ ସଦସ୍ୟ ହୋଇଥିଲେ ମଧ୍ୟ ପାକିସ୍ଥାନ ମାଧ୍ୟମରେ ବେଲ୍ଟ ଏଣ୍ଡ ରୋଡ ଏବଂ ସିପେକ୍ ବିଷୟରେ ସମର୍ଥନ ଆଶା କରୁଥିଲା । କିନ୍ତୁ ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ଏହାର ବିରୋଧ କରିଥିଲେ । ବିଶ୍ୱର ଅନେକ ମଞ୍ଚରେ ଭାରତର ବିଦେଶମନ୍ତ୍ରୀ ଜୟଶଙ୍କରଙ୍କ ଚୀନ ବିରୋଧୀ ରୋକ୍ଠୋକ୍ ମନ୍ତବ୍ୟ ଅନେକଙ୍କୁ ଚକିତ କରିଛି । ଯାହାଫଳରେ ଅନେକ ଛୋଟ ଛୋଟ ଦେଶ ଏବେ ଚୀନର ଋଣ·ପକୁ ଗ୍ରହଣ କରିବାକୁ ମନା କରିଦେଉଛନ୍ତି । ବଙ୍ଗଳାଦେଶ ଏବଂ ନେପାଳ ତାର ସ୍ପଷ୍ଟ ଉଦାହରଣ । ଦୀର୍ଘଦିନ ଧରି ଭାରତ ସୀମାରେ ସେନାଠୁଳ କରି ନାଲିଆଖି ଦେଖାଇବା ସତ୍ତ୍ୱେ ଯେପରି ଭାରତ ଭୟଭୀତ ହେଉନାହିଁ ସେମିତି ଅନେକ ରାଷ୍ଟ୍ର ଭାରତର ପଦକ୍ଷେପକୁ ପ୍ରଶଂସା କରି ଚୀନଠାରୁ ମୁକ୍ତ ହେବାକୁ ·ହୁଁଛନ୍ତି, ଶ୍ରୀଲଙ୍କା ତାର ପ୍ରମାଣ । ନିକଟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ବିକ୍ରମସିଂଘେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ମୁକ୍ତ ଚଳାଚଳ ଏବଂ ସଡକ ଯୋଗାଯୋଗ ସପକ୍ଷରେ ମତ ଦେଇଛନ୍ତି । ଆଫ୍ରିକା ମହାଦେଶରେ ଚୀନ ପରି ଭାରତ ମଧ୍ୟ ଅନେକ ଦେଶରେ ସକ୍ରୀୟ ହେବାସହ ଆର୍ଥôକ ସହାୟତା ପ୍୍ରଦାନ କରିଛି ।  ଏହିସବୁ ଘଟଣା ଏବେ ଚୀନର ଚିନ୍ତାକୁ ବଢାଇ ଦେଇଛି । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର -୭୫୧୦୦୩

Leave a Reply