Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁଶଳୀ ସଂଗଠକ ତଥା ବରିଷ୍ଠ ପ୍ରଚାରକ ମଦନଦାସ ଦେବୀଙ୍କ ଦେହାନ୍ତରେ ଓଡିଶା ଆରଏସ୍ଏସ୍ ର ଶୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁଶଳୀ ସଂଗଠକ ତଥା ବରିଷ୍ଠ ପ୍ରଚାରକ ମଦନଦାସ ଦେବୀଙ୍କ ଦେହାନ୍ତରେ ଓଡିଶା ଆରଏସ୍ଏସ୍ ର ଶୋକ

ଭୁବନେଶ୍ୱର, ୨୪/୭: କୁଶଳୀ ସଂଗଠକ ତଥା ପ୍ରଚାରକ ମଦନଦାସ ଦେବୀ ଯିଏ କି ଛାତ୍ରଶକ୍ତିକୁ ରାଷ୍ଟ୍ରଶକ୍ତିରେ ପରିଣତ କରିଥିଲେ, ସେ ଆଉ ନାହାଁନ୍ତି । ଆଜି ୨୪ ଜୁଲାଇ ୨୦୨୩ ପ୍ରାତଃ ୫.୫ରେ ସେ ଇହଲୀଳା ସମ୍ବରଣ କରିଛନ୍ତି । 

ତାଙ୍କ ଦେହାନ୍ତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପ୍ରାନ୍ତରେ ଶୋକର ଛାୟା ଖେଳିଯାଇଛି ।  ସଂଘର ଓଡିଶା ପୂର୍ବପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ଗଭୀର ଶୋକପ୍ରକାଶ କରିବା ସହିତ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ସହ-ସରକାର୍ଯ୍ୟବାହ  ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ  ମଦନଦାସ ଦେବୀଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ ।  ଗତ ଅନେକ ବର୍ଷ ଧରି ସେ ତାଙ୍କର ଶାରୀରିକ ଅସୁସ୍ଥତା ସହିତ ସଂଗ୍ରାମ କରୁଥିଲେ ।  ଆମେ ସମସ୍ତେ ତାଙ୍କ ସାନିଧ୍ୟରେ କାର୍ଯ୍ୟ କରିଛୁ । ତାଙ୍କର ତୀକ୍ଷ୍ଣ ନିରୀକ୍ଷଣ ଶକ୍ତି, ଉତମ ବୁଝାମଣା, ପ୍ରଚାରକ ବ୍ୟବସ୍ଥାର ଅନୁଶାସନ ଏବଂ କଥାବାର୍ତା ଯାହା ଆମକୁ ଅନେକ କିଛି ଶିକ୍ଷା ଦେଇଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । 

ମଦନଦାସ ଦେବୀ ମୂଳତ ମହାରାଷ୍ଟ୍ର ସୋଲାପୁର ଜିଲ୍ଲା କରମାଲା ଗାଁର ଅଧିବାସୀ ଥିଲେ । ବିଦ୍ୟାଳୟ ଶିକ୍ଷାପରେ ଉଚ୍ଚଶିକ୍ଷା ପାଇଁ ୧୯୯୫ରେ ପୁଣେର ପ୍ରସିଦ୍ଧ ବିଏମ୍ସିସି କଲେଜରେ ଆଡମିଶନ ନେଇ ଥିଲେ । ଏମ୍.କମ୍ ପରେ ଓଖଝ ଆଇନ କଲେଜରୁ ସ୍ୱର୍ଣ୍ଣ ପଦକ ସହିତ ଏଲଏଲ୍ବି କରିଥିଲେ । ପରେ  ଉଇ କରିଥିଲେ । ପୁଣେରେ ଅଧ୍ୟୟନ ସମୟରେ ସୁଶୀଲଦାସ ଦେବୀଙ୍କ ପ୍ରେରଣାରେ ସେ ସଂଘରେ ଯୋଗ ଦେଇଥିଲେ । 

୧୯୬୪ରେ ସେ ମୁମ୍ବାଇରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୬ରେ ମୁମ୍ବାଇ ଏବିଭିପିର ସଂଗଠନ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୬୮ରେ ଅନୁଷ୍ଠିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ଣ୍ଣାବତୀ ରାଷ୍ଟ୍ରୀୟ ଅଧିବେଶନରେ ମଦନଦାସ ଦେବୀଙ୍କୁ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତା ତଥା ପଶ୍ଚିମାଂଚଳ କ୍ଷତ୍ରୀୟ ସଂଗଠନ ମନ୍ତ୍ରୀର ଦାୟିତ୍ୱ ଘୋଷଣା କରାଯାଇଥିଲା ।  ୧୯୭୦ ଥିରୁଅନନ୍ତପୁରମ ଅଧିବେଶନରେ ସେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀର ଗୁରୁଦାୟିତ୍ୱ ବହନ କରିଥିଲେ । ସଂଗଠନର ଭିତିଭୂମିକୁ ସୁଦୃଢ କରିବା ସହିତ, ଏବିଭିପିର ନାମ  ଅନୁଯାୟୀ ତାହାକୁ ରାଷ୍ଟ୍ରୀୟସ୍ତର ପର୍ଯ୍ୟନ୍ତ ନେଇ ଯାଇଥିଲେ । ସାରା ଦେଶରେ ଅନେକ ସମର୍ପିତ କାର୍ଯ୍ୟକର୍ତା ଠିଆ କରିବାରେ ଏକ ଗରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୯୩ରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ଦାୟିତ୍ୱ ଗ୍ରହଣ କରିଥିଲେ । 

ଶହଶହ କାର୍ଯ୍ୟକର୍ତା ବେଙ୍ଗାଲୁର ସଂଘକାର୍ଯ୍ୟାଳୟରେ ଅପରାହ୍ନ ୧ ରୁ ୪ଟା ପର୍ଯ୍ୟନ୍ତ ମଦନଦାସ ଦେବୀଙ୍କ ଶେଷ ଦର୍ଶନ କରିଥିଲେ ।  ୨୫ ଜୁଲାଇ ୨୦୨୩ ପୂର୍ବାହ୍ନ ୧୧.୦୦ ଘଟିକାରେ ବୈକୁଣ୍ଠ ଶ୍ମଶାନ ଭୂମି,ପୁଣେ ଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ  । 

Leave a Reply