Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ଜାଗରଣ ମଂଚର ଦୁଇ ଦିନିଆ ପ୍ରାନ୍ତ ଅଭ୍ୟାସ ବର୍ଗ ଉଦ୍ଘାଟିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ଜାଗରଣ ମଂଚର ଦୁଇ ଦିନିଆ ପ୍ରାନ୍ତ ଅଭ୍ୟାସ ବର୍ଗ ଉଦ୍ଘାଟିତ


ଭୁବନେଶ୍ୱର,୨୨/୭: ହିନ୍ଦୁ ଜାଗରଣ ମଂଚ, ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ ଅଭ୍ୟାସ ବର୍ଗ ଭୁବନେଶ୍ୱରର ଉକ୍ରଳ ବିପନ୍ନ ସହାୟତା ସମିତି ପରିସରରେ ଆଜି ଉଦ୍ଘାଟିତ ହୋଇ ଯାଇଛି । ଏହି ବର୍ଗ ଆସନ୍ତାକାଲି ରବିବାର ଅପରାହ୍ନରେ ସମାରୋପ ହେବ । ଜୁଲାଇ ୨୨ ଓ ୨୩ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରାନ୍ତ ଅଭ୍ୟାସ ବର୍ଗକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱାମୀ ଅମୃତା ନନ୍ଦଜୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ମୁଖ୍ୟ ଅତିଥି ସ୍ୱାମୀ ଅମୃତାନନ୍ଦଜୀ ହିନ୍ଦୁତ୍ୱକୁ ଜାଗ୍ରତ କରି ରାଷ୍ଟ୍ରର ସୁରକ୍ଷା ସହ ଗୋ,ଗଙ୍ଗା ଓ ଗାୟତ୍ରୀ ମାତାର କିପରି ସୁରକ୍ଷା କରି ଗାଁ, ଗାଁରେ ହିନ୍ଦୁତ୍ୱର ଧ୍ୱଜା ଉଡେଇ ପାରିବେ ସେଥିପାଇଁ ଆହ୍ୱାନ ଦେଇଥିଲେ ।
ସଂଗଠନର ଅଖିଳ ଭାରତୀୟ ସହ ସଂଗଠକ ଦେବେନ୍ଦ୍ରଜୀ ମଂଚର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରି ରାଷ୍ଟ୍ରର ଆଭ୍ୟନ୍ତରୀଣ ସୁରକ୍ଷାରେ ହିନ୍ଦୁତ୍ୱର ମହତ୍ୱ ବିଷୟରେ ପ୍ରକାଶ କରିଥିଲେ ।
ହିନ୍ଦୁଜାଗରଣ ମଂଚର ପ୍ରାନ୍ତ ସଂଗଠକ ତନ୍ମୟ ଦାଶ ମଂଚ ପରିଚାଳନା କରିଥିବା ବେଳେ ଓଡିଶା ପୂର୍ବ ପ୍ରାନ୍ତ ସଂଯୋଜକ ରଘୁନାଥ ବାରିକ ମଂଚରେ ଉପସ୍ଥିତ ରହିଥିଲେ ।

Leave a Reply