Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ର ଅଭିମୁଖେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୩ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ର ଅଭିମୁଖେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ର ଅଭିମୁଖେ ଆଉ ପାଦେ ଆଗକୁ ବଢିଲା ଚନ୍ଦ୍ରଯାନ-୩ । ଭାରତୀୟ ମହାକାଶ ଗବେଷଣାକାରୀ ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ତାର ଚତୁର୍ଥ କକ୍ଷ ପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି । ଗୁରୁବାର ଏହାର ସୂଚନା ଦେଇଛି ଇସ୍ରୋ । ଏଥିସହ ଇସ୍ରୋ ଚନ୍ଦ୍ରଯାନ-୩ ମିଶନରେ ସଫଳତାର ଆଉ ଏକ ପାଦ ଆଗକୁ ବଢିଛି । ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟ୍ୱର୍କରୁ ଚନ୍ଦ୍ରଯାନକୁ ତୃତୀୟ କକ୍ଷପଥରୁ ଚତୁର୍ଥ କକ୍ଷପଥକୁ ନିକ୍ଷେପ କରାଯାଇଥିଲା । ଏହି ଉପଲବ୍ଧି ଚନ୍ଦ୍ରଯାନ-୩କୁ ଏହାର ଅନ୍ତିମ ଗନ୍ତବ୍ୟସ୍ଥଳ ଚନ୍ଦ୍ରର ନିକଟତର କରାଇଛି । ଚନ୍ଦ୍ରଯାନ- ୩କୁ ଏହାର ପଞ୍ଚମ କକ୍ଷ ପଥରେ ଅବସ୍ଥାପିତ କରିବା ପାଇଁ ୨୦୨୩ ଜୁଲାଇ ୨୫ ତାରିଖ ଅପରାହ୍ନ ୨ଟାରୁ ୩ଟା ସମୟରେ ନିର୍ଦ୍ଧାରିତ କରାଯାଇଛି । ଚନ୍ଦ୍ରଯାନ-୩ ୨୦୨୩ ଜୁଲାଇ ୧୪ ତାରିଖରେ ଏଲଭିଏମ୩-ଏମ୪ ରକେଟ୍ ଜରିଆରେ ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଥିଲା । ଉଡାଣର ୧୭ ମିନିଟ୍ରେ ଚନ୍ଦ୍ରଯାନ-୩ ନିଜର ପ୍ରଥମ କକ୍ଷ ପଥରେ ପ୍ରବେଶ କରିଥିଲା । ଏହା ପରେ ପର୍ଯ୍ୟାୟକ୍ରମେ ଚନ୍ଦ୍ରଯାନ-୩କୁ ଚତୁର୍ଥ କକ୍ଷପଥରେ ଅବସ୍ଥାପିତ କରାଯାଇଛି । ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଭୂପୃଷ୍ଠର ବିଭିନ୍ନ ଦିଗକୁ ଅଧ୍ୟୟନ କରିବା ପାଇଁ ଡିଜାଇନ କରାଯାଇଛି । ଏଥିରେ ଚନ୍ଦ୍ର ରେଜୋଲିଥର ଥର୍ମୋଫିଜିକଲ ଗୁଣ, ଚନ୍ଦ୍ରରେ ଭୂକମ୍ପ, ଚନ୍ଦ୍ର ପୃଷ୍ଠର ପ୍ଲାଜମା ବାତାବରଣ ଏବଂ ଚନ୍ଦ୍ରରେ ଅବତରଣ ସ୍ଥଳର ଆଖପାଖର ମୌଳିକ ସରଞ୍ଚନା ବିଷୟରେ ତଥ୍ୟ ପ୍ରଦାନ କରିବ ଚନ୍ଦ୍ରଯାନ-୩ । ଇସ୍ରୋ ଅନୁସାରେ ଚନ୍ଦ୍ରଯାନ-୩ର ସମସ୍ତ ଉପକରଣ ସଠିକ ଭାବେ କାର୍ଯ୍ୟ କରୁଛି । ବୈଜ୍ଞାନିକଙ୍କ ଅନୁସାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ୪୨ ଦିନର ସମୟ ଲାଗିବ । ଇସ୍ରୋ ମୁଖ୍ୟ ଏସ.ସୋମନାଥଙ୍କ ଅନୁସାରେ ଚନ୍ଦ୍ରଯାନ- ୩ ଅଗଷ୍ଟ ୨୩ ସଂଧ୍ୟା ୫.୪୭ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ।

Leave a Reply