Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସିଗନାଲ୍ ତ୍ରୁଟି ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ ଦୁର୍ଘଟଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସିଗନାଲ୍ ତ୍ରୁଟି ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ ଦୁର୍ଘଟଣା

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣା ସିଗନାଲ ସର୍କିଟ ବଦଳି ଥିବାରୁ ହୋଇଛି । ଆଜି ସଂସଦରେ ବାହାନଗା ଦୁର୍ଘଟଣା ସଂପର୍କିତ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏକାଧିକ ସାଂସଦ ବାହାନଗା ଦୁର୍ଘଟଣାକୁ ନେଇ କରିଥିବା ପ୍ରଶ୍ନର ଲିଖିତ ଉତ୍ତର ରାଜ୍ୟସଭାରେ ଦାଖଲ କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂସଦକୁ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ରେଳ ଦୁର୍ଘଟଣା ସିଗନାଲ ସର୍କିଟ ବଦଳିଯିବାରୁ ଅଘଟଣ ଘଟିଥିବା ମନ୍ତ୍ରୀ କହିଛନ୍ତି । ରେଲୱେ ସେଫଟି କମିସନରଙ୍କ ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ବାହନଗା ଦୁର୍ଘଟଣାରେ ୨୯୫ ଜଣଙ୍କ ମୃତ୍ୟୁ, ୧୭୬ ଜଣ ଯାତ୍ରୀ ଗୁରୁତର ଆହତ ଓ ୪୫୧ ଜଣ ଆହତ ହୋଇଥିଲେ । ରେଳ ଦୁର୍ଘଟଣା ପରେ ୧୮୦ ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରି ଦିଆଯାଇଥିଲା । ୨୯୫ ମୃତକଙ୍କ ମଧ୍ୟରୁ ୨୫୪ଜଣଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୪୧ ଜଣ ମୃତକଙ୍କୁ ଚିହ୍ନଟ ହୋଇନଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଜୁଲାଇ ୧୬ ତାରିଖ ସୁଦ୍ଧା ଆହତ ଓ ମୃତକଙ୍କ ପରିବାରକୁ ୨୯.୪୯ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ଦିଆଯାଇଛି । ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା କରାଯାଇଛି । ସେହିପରି ଗତ ୫ ବର୍ଷ ଭିତରେ ସିଗନାଲ ଜନିତ ତ୍ରୁଟି ଯୋଗୁଁ ୧୩ଟି ରେଳ ଦୁର୍ଘଟଣା ଘଟିଛି । ସେହିପରି ଗତ ୩ ବର୍ଷରେ ମୋଟ ୧୦୫ଟି ରେଳ ଦୁର୍ଘଟଣା ଘଟିଛି ଓ ଏଥିରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସଂସଦରେ କହିଛନ୍ତି ରେଳମନ୍ତ୍ରୀ ।

Leave a Reply