Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୃଥିବୀ ବାହାରେ ଜୀବ ସତ୍ତାକୁ ନେଇ ଆମେରିକା ଅନୁସନ୍ଧାନ ସଂସ୍ଥାନ(ନାସା)କୁ ମିଳିଛି ନୂଆ ପ୍ରମାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୃଥିବୀ ବାହାରେ ଜୀବ ସତ୍ତାକୁ ନେଇ ଆମେରିକା ଅନୁସନ୍ଧାନ ସଂସ୍ଥାନ(ନାସା)କୁ ମିଳିଛି ନୂଆ ପ୍ରମାଣ

ନୂଆଦିଲ୍ଲୀ: ପୃଥିବୀ ବାଦ୍ ଆଉ କେଉଁଠି ମାନବ ସମାଜ ଅଛି କିମ୍ବା ଅନ୍ୟ ଗ୍ରହରେ ଜୀବ ସତ୍ତା ସମ୍ଭବ କି ସେନେଇ ବୈଜ୍ଞାନିକମାନେ ସର୍ବଦା ଅନୁସନ୍ଧାନ ଜାରି ରଖିଛନ୍ତି । ଏଥିପାଇଁ ଅନେକ ସମୟରେ ମହାକାଶକୁ ରକେଟ୍ ପ୍ରେରଣ କରାଯାଉଛି । ଏସବୁ ମଧ୍ୟରେ ପୃଥିବୀ ବାହାରେ ଜୀବ ସତ୍ତାକୁ ନେଇ ଆମେରିକା ଅନୁସନ୍ଧାନ ସଂସ୍ଥାନ(ନାସା)କୁ ମିଳିଛି ନୂଆ ପ୍ରମାଣ । ମଙ୍ଗଳ ଗ୍ରହରେ ଏକ ନଦୀ ଠାବ କରିଛି ନାସା । ନାସାର ପର୍ସେଭରେନ୍ସ ରୋଭର ସଫଳତାର ସହିତ ମଙ୍ଗଳ ଗ୍ରହରେ ଏହାର ୨୦ତମ ପଥର କୋର୍ ନମୁନା ସଂଗ୍ରହ କରିଛି । ଅନ୍ୟ ପଥରଗୁଡ଼ିକର କ୍ଷୁଦ୍ର ଖଣ୍ଡଗୁଡ଼ିକୁ ନେଇ ଗଠିତ ଏକ ବାହ୍ୟାବରଣରୁ ଖୋଳାଯାଇଥିବା ଏହି ନମୁନା ମଙ୍ଗଳ ଗ୍ରହର ପ୍ରାଚୀନ ଅତୀତ ବିଷୟରେ ଅନେକ ଭୌଗୋଳିକ ସୂଚନା ପ୍ରଦାନ କରୁଛି । ଏହି ନମୁନାକୁ ଏକ ଅଞ୍ଚଳରୁ ନିଆଯାଇଥିଲା, ଯାହା ଏକ ନଦୀ ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସ୍ଥାନରୁ ଏହି ଖଣ୍ଡଗୁଡ଼ିକୁ ନେଇ ବର୍ତ୍ତମାନ ଠାବ ହୋଇଥିବା ସ୍ଥାନରେ ଜମା କରିଥିବା ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ । ଏକତ୍ରିତ ହୋଇଥିବା ଏହି ପଥର ଖଣ୍ଡଗୁଡିକ ଏକ ଅନନ୍ୟ ଭୌଗୋଳିକ କାହାଣୀ ବାବଦରେ ସୂଚନା ଦିଏ । ଅର୍ଥାତ୍ ଏହା ମଙ୍ଗଳ ଗ୍ରହର କ୍ଷେତ୍ରଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥାଏ, ଯାହାକୁ ରୋଭର କେବେବି ପରିଦର୍ଶନ କରିପାରିନଥାଏ । ପର୍ସେଭରେନ୍ସ ପ୍ରୋଜେକ୍ଟର ବୈଜ୍ଞାନିକ କହିଛନ୍ତି ଯେ, “ନଦୀରୁ ମିଳିଥିବା ପଥର ଏବଂ ବୋଲ୍ଡର ଦୂରରୁ ସନେ୍ଦଶ ପ୍ରେରଣ କରୁଛି । ଏହି ପଥରଗୁଡିକ ଦର୍ଶାଉଛନ୍ତି ଯେ, ଯେଉଁଠାରେ କଙ୍ଗ୍ଲୋମେରେଟ ପଥର ରହିଛି ସେହି ସ୍ଥାନର ପାଣି ପରିସ୍କାର । ପର୍ସେଭରେନ୍ସ ରୋଭର ହେଉଛି ନାସାର ଉଚ୍ଚାଭିଳାଷୀ ମାର୍ସ ସାମ୍ପଲ ରିଟର୍ନ ଅଭିଯାନର ଏକ ଅଂଶ, ୟୁରୋପୀୟ ସ୍ପେସ୍ ଏଜେନ୍ସି(ଋଝଇ) ସହିତ ମିଳିତ ଉଦ୍ୟମରେ ନାସା ଏହି ପରୀକ୍ଷଣ କରୁଛି । ଯାହା ଲାବୋରେଟୋରୀ ଉପକରଣ ବ୍ୟବହାର କରି ବିସ୍ତୃତ ଅଧ୍ୟୟନ ପାଇଁ ଏହି ମାର୍ଟିଆନ୍ ନମୁନାଗୁଡ଼ିକୁ ପୃଥିବୀକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି ।

Leave a Reply