Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କୈଳାଶ ଭ୍ୟୁ ପଏଣ୍ଟ କାମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କୈଳାଶ ଭ୍ୟୁ ପଏଣ୍ଟ କାମ

ପିଥୋରାଗଡ଼ : ଚଳିତବର୍ଷ ସେପ୍ଟେମ୍ବର ମାସରୁ ଭକ୍ତଙ୍କ ନିମନ୍ତେ ଶିବଙ୍କ ନିବାସ ସ୍ଥାନ କୁହାଯାଉଥିବା ପବିତ୍ର କୈଳାଶ ପର୍ବତର ଦର୍ଶନ ଭାରତୀୟ ଭୂ-ଭାଗରୁ ହୋଇପାରିବ ା ସୀମା ସଡ଼କ ସଙ୍ଗଠନ (ବିଆରଓ) ପିଥୋରାଗଡ଼ ଜିଲ୍ଲାର ନାଭିଡାଙ୍ଗରେ କେଏମବିଏନ ହଟସ୍ରୁ ଭାରତ-ଚୀନ ସୀମାରେ ଥିବା ଲିପୁଲେଖ ଦର୍ରେ ପର୍ଯ୍ୟନ୍ତ ସଡ଼କ କାଟିବା କାମ ଆରମ୍ଭ କରିଦେଇଛନ୍ତି, ଯାହା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ଅଧିକାରୀମାନେ ଆଶା ବ୍ୟକ୍ତ କରିଛନ୍ତି । ବିଆରଓଙ୍କ ହୀରକ ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟର ମୁଖ୍ୟ ଯନ୍ତ୍ରୀ ବିମଳ ଗୋସ୍୍ୱାମୀ କହିଛନ୍ତି ଯେ ନାଭିଡଙ୍ଗସ୍ଥିତ କେଏମବିଏନ ହଟସ୍ ରେ ଲିପୁଲେଖ ଦରରେ ପର୍ଯ୍ୟନ୍ତ ପାଖାପାଖି ସାଢେ ୬ କିଲୋମିଟର ଦୀର୍ଘ ସଡକ ର୍ନିମାଣ ପାଇଁ ଆମେ କାମ ଆରମ୍ଭ କରିସାରିଛୁ । ସଡକ ର୍ନିମାଣ କାମ ଶେଷ ହେବା ସହ କୈଳାଶ ଭ୍ୟୁ ପଏଣ୍ଟ ପ୍ରସ୍ତୁତ ହୋଇଯିବ । ହୀରକ ପ୍ରକଳ୍ପକୁ ଭାରତ ସରକାର କୈଳାଶ ଭ୍ୟୁ ପଏଣ୍ଟ ବିକଶିତ କରିବାର ଦାୟିତ୍ୱ ଅର୍ପଣ କରିଛନ୍ତି । ଏଥି ପାଇଁ ସଡ଼କ କଟା କାମରେ ବେଶ୍ ଅଗ୍ରଗତି ହୋଇଛି । ଯଦି ପାଗ ଅନୁକୂଳ ରହିଲା ତେବେ ଏହି ସଡ଼କ ର୍ନିମାଣ କାମ ସେପ୍ଟେମ୍ବର ମାସ ସୁଦ୍ଧ ଶେଷ ହୋଇଯିବ । କୋଭିଡ-୧୯ ମହାମାରୀ ଯୋଗୁ ବନ୍ଦ ହୋଇଥିବା କୈଳାଶ ମାନସରୋବର ଯାତ୍ରା ଏପର୍ଯ୍ୟନ୍ତ ଦ୍ୱିତୀୟବାର ଆରମ୍ଭ ହୋଇପାରି ନାହିଁ । ଏଣୁ ଭାରତରେ ଏବେ ଏହାର ବିକଳ୍ପ ପ୍ରସ୍ତୁତ କରାଯାଉଛି । ଯାହା ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଭାରତୀୟ ଭୂ-ଭାଗରୁ କୈଳାଶ ପର୍ବତର ସ୍ପଷ୍ଟ ଦର୍ଶନ ହୋଇପାରିବ ।

Leave a Reply