Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏଲଓସିରେ ଅନୁପ୍ରବେଶ ଫେଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏଲଓସିରେ ଅନୁପ୍ରବେଶ ଫେଲ୍

ଶ୍ରୀନଗର : ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଫେଲ୍ ୟ ଜାମ୍ମୁ-କାଶ୍ମୀରରେ କୁପୱାରାରେ ଦୁଇ ଆତଙ୍କୀ ନିହତ । ଭାରତୀୟ ସେନାର ଏନକାଉରରେ ୨ ଆତଙ୍କବାଦୀ ଟଳିପଡ଼ିଛନ୍ତି । ବୁଧବାର
ସୁରକ୍ଷାବଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶ୍ରୀନଗରରେ ଥିବା ସେନାର ଚିନାର କୋର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । କୁପୱାରା ଜିଲ୍ଲାର ମଚ୍ଛିଲ୍ସେକ୍ଟର ନିୟନ୍ତ୍ରଣ ରେଖା ବା ଏଲଓସିରେ ଦୁଇ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେନା ଓ ଜାମ୍ମୁ-କାଶ୍ମୀରରଜଏଣ୍ଟ ଅପରେସନ ଟିମ୍ ଏହାକୁ ବିଫଳ କରିଛି । ଯବାନଙ୍କ କାଉଣ୍ଟରଆଟାକରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଏନକାଉଣ୍ଟର ସ୍ଥଳରୁ ସୁରକ୍ଷାବଳକୁ ବିପୁଳ ପରିମାଣର ବିସ୍ଫୋରକ ଓ ମାରଣାସ୍ତ୍ର ମିଳିଛି । ୪ଟି ଏକେ-୪୭ରାଇଫଲ୍ସ, ୬ଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ପୂର୍ବ ପୁଞ୍ଝରେ ସେନା ଓ ପୋଲିସର ଜଏଣ୍ଟ ଟିମ୍ ୪ଜଣ ଆତଙ୍କବାଦୀ ନିପାତ କରିଥିଲା । ସୋମବାର ରାତିରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସିନ୍ଧରା କ୍ଷେତ୍ରରେ ଆତଙ୍କୀଙ୍କ ଉପରେ ନଜର ରିଖିବା ପାଇଁ ସୁରକ୍ଷାବଳ ଡ୍ରୋନ୍ମୁ ତୟନ କରିଥିଲା । ତେବେ ମଙ୍ଗଳବାର ସକାଳୁ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ଦେଖିବା ଗୁଳିମାଡ଼ କରିଥିଲେ ଆତଙ୍କବାଦୀମାନେ । ଏହାର ପାଲଟା ଜବାବ ଦେଇଥିଲା ଆର୍ମି । ଏନକାଉଣ୍ଟରେ ୪ ଆତଙ୍କୀ ନିହତ ହୋଇଛନ୍ତି ।

Leave a Reply