Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅବୁ ଆଜମୀଙ୍କ ବନେ୍ଦ ମାତରମ ମନ୍ତବ୍ୟକୁ ନେଇ ତେଜିଲା ବିବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅବୁ ଆଜମୀଙ୍କ ବନେ୍ଦ ମାତରମ ମନ୍ତବ୍ୟକୁ ନେଇ ତେଜିଲା ବିବାଦ


ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେବିଜେପି ବିଧାୟକଙ୍କ ହଟ୍ଟଗୋଳ ।ସମାଜବାଦୀ ପାର୍ଟି ନେତା ଅବୁ ଆଜମୀଙ୍କର ବୟାନକୁ ନେଇ ତେଜିଲା ଅଶାନ୍ତି । ଆମେବନେ୍ଦ ମାତରମ ଆଗରେ ମୁଣ୍ଡ ନଇଁବି ନାହୁଁକାରଣ ଆମେ ଆଲ୍ଲାହଙ୍କ ଉପରେ ବିଶ୍ୱାସକରୁ ବୋଲି ଅବୁ ଆଜମୀ କହିବା ପରେଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।ବିଜେପି ବିଧାୟକ ଓ ସମର୍ଥôତ ଦଳମାନେଆନେ୍ଦାଳନ କରିଥିଲେ । ଶେଷରେ ଗୃହକାର୍ଯ୍ୟ ମୁଲତବୀ କରିବାକୁ ପଡ଼ିଥିଲା ।ଘଟଣାକୁ ନେଇ ବିଜେପି ବିରୋଧୀ ଦଳରମେଣ୍ଟକୁ ନିନ୍ଦା କରିଛି । ବନେ୍ଦ ମାତରମଘଟଣା ଉପରେ ବିରୋଧୀ ଦଳରନେତାମାନେ ତାଙ୍କ ମତ ସ୍ପଷ୍ଟ କରନ୍ତୁ ବୋଲିଦଳ କହିଛି । ଖବର ଅନୁସାରେ, ଅବୁଆଜମୀ ଗୃହରେ ବନେ୍ଦ ମାତାରମକୁ ନେଇସାମ୍ଭାଜି ନଗରରେ ହୋଇଥିବା ଦଙ୍ଗାଘଟଣାରେ ମତ ରଖିଥିଲେ । ଏହି ସମୟରେସେ କହିଥିଲେ ଯେ ମୁଁ ବନେ୍ଦ ମାତାରମକୁ ସମ୍ମାନ କରେ । କିନ୍ତୁ ଏହାକୁ ପଢ଼ିପାରିବି ନାହିଁ । କାରଣ ଏହା ମୋ ଧର୍ମ ବିରୋଧୀ । ସେ କହିଥିଲେ, ‘କିଛି ଲୋକ କହୁଛନ୍ତି ଯଦି ଜଣେ ଭାରତରେ ରହିବାକୁ ଚାହିଁବ ତେକେ ତାଙ୍କୁ ବନେ୍ଦ ମାତାରାମ ଜପ କରିବାକୁ ପଡ଼ିବ । ଆମେ ଏହା କରିପାରିବୁ ନାହିଁ । ଆମେ କେବଳ ଗୋଟିଏ ଭଗବାନଙ୍କ ଉପରେ ବିଶ୍ୱାସ କରୁଛୁ । ଆମେ ବନେ୍ଦ ମାତରମ ପାଖରେ ମୁଣ୍ଡ ନଇଁପାରିବୁ ନାହିଁ । କାରଣ ଆମଆଲ୍ଲାହଙ୍କ ଉପରେ ବିଶ୍ୱାସ କରୁ । ଏମିତିକି ଆମେ ଆମ ମାଆ ପାଖରେ ବି ମୁଣ୍ଡ ନୁଆଉଁନା ।’ ଅବୁ ଆଜମୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ବିଧାୟକଙ୍କ ପ୍ରବଳ ତର୍କ ହୋଇଥିଲା । ଏହାପରେ ବାଚସ୍ପତି ରାହୁଲ ନରୱେକର ମଧ୍ୟସ୍ଥତା କରି ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଆଜମୀଙ୍କ ମନ୍ତବ୍ୟ ଅପ୍ରାସଙ୍ଗିକ । ସେ କେବଳ ଆଲୋଚନା ପାଇଁ ତାଲିକାଭୁକ୍ତ ହୋଇଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ ବୋଲି ବାଚସ୍ପତି କହିଥିଲେ । ଏନେଇ ବିଜେପି ଜାତୀୟ ପ୍ରବକ୍ତା ଶେହେଜାଦ ପୁନାୱାଲା ଅବୁ ଆଜମୀଙ୍କୁ ସମାଲୋଚନା କରିଛନ୍ତି । ସପା ବିରୋଧୀ ମେଣ୍ଟ ଇଣ୍ଡିଆର ଗୋଟେ ଅଂଶ । ହେଲେ ବିଧାୟକ ବନେ୍ଦ ମାତାରମ ମୁଣ୍ଡ ନଇଁବେନି ହେଲେ ଔରଙ୍ଗଜେବ୍ ପାଖରେ ମୁଣ୍ଡ ନଇଁବେ । ନାଁ ଇଣ୍ଡିଆ ହେଲେ କାମ ଇଣ୍ଡିଆ ବିରୋଧୀ ବୋଲି ପୁନାୱାଲା କହିଛନ୍ତି ।

Leave a Reply