Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀତି ଆୟୋଗ ରିପୋର୍ଟ: ଦାରିଦ୍ର୍ୟ ସୀମା ରେଖାରୁ ବାହାରିଲେ ୧୩.୫ କୋଟି ଲୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀତି ଆୟୋଗ ରିପୋର୍ଟ: ଦାରିଦ୍ର୍ୟ ସୀମା ରେଖାରୁ ବାହାରିଲେ ୧୩.୫ କୋଟି ଲୋକ

ନୂଆଦିଲ୍ଲୀ : ମୋଦୀ ସରକାରର ୫ ବର୍ଷ ଶାସନ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗ ପକ୍ଷରୁ (ଜୁଲାଇ ୧୭) “ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଏକ ପ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ ପ୍ରକାଶ ପାଇଛିୟ ରିପୋର୍ଟ ଅନୁସାରେ ୨୦୧୫- ୧୬ ଠାରୁ ୨୦୧୯-୨୧ ମଧ୍ୟରେ ଗତ ୫ ବର୍ଷରେ ବହୁମୁଖୀ ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୨୪.୮୫ ପ୍ରତିଶତରୁ ହ୍ରାସ ପାଇ ୧୭.୯୬ ପ୍ରତିଶତ ରହିଛି । ରିପୋର୍ଟ ଅନୁସାରେ ମୋଦୀଙ୍କ ଏହି ୫ ପର୍ଷ ଶାସନ କାଳ ଭିତରେ ଗ୍ରାମୀଣ ଅଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯ ପ୍ରତିଶତରୁ ହ୍ରାସ ପାଇ ୧୯.୨୮ ପ୍ରତିଶତ ହୋଇଛିୟ ଏହି ଅବଧି ଭିତରେ ସହରାଳରେ ଦାରିଦ୍ରତା ସଂଖ୍ୟାରେ ୮.୬୫ ପ୍ରତିଶତରୁ ହ୍ରାସ ପାଇ ୫.୨୭ ପ୍ରତିଶତ ରହିଛି । ଦେଶର ସବୁ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶ ଅଧିକ ଦାରିଦ୍ର ଦୂର ହୋଇଛି । ଏହି ଅବଧି ଭିତରେ ଉତ୍ତର ପ୍ରଦେଶରେ ୩.୪୩ ପ୍ରତିଶତ ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି । ଉତ୍ତର ପ୍ରଦେଶ ପରେ ବିହାର, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନ ଯଥାକ୍ରମେ ରହିଛନ୍ତି । ଘଓଞଓ ଆୟୋଗର ଏହି ତଥ୍ୟ ଅନୁଯାୟୀ, ପୁଷ୍ଟିକର ଖାଦ୍ୟରେ ଉନ୍ନତି, ଶିକ୍ଷାବର୍ଷରେ ବୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ଏବଂ ରନ୍ଧନ ଗ୍ୟାସର ଉପଲବ୍ଧତା ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି । ଏସ୍ଡିଜ ସମ୍ପର୍କିତ ୧୨ ଟି ସୂଚକାଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ମାପ କରାଯାଇଥାଏ । ଏଥିମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଗ୍ୟାସ, ପରିମଳ, ପାନୀୟ ଜଳ, ବିଦ୍ୟୁତô, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଅନ୍ତର୍ଭୁକ୍ତୟ ରିପୋର୍ଟ ଅନୁଯାୟୀ ଏହିସବୁଗୁଡ଼ିକରେ ଉତ୍ତତି ଦେଖିବାକୁ ମିଳିଛି । ନୀତି ଆୟୋଗ ତା ରିପୋର୍ଟରେ କହିଛି ଯେ ପରିମଳ, ପୁଷ୍ଟିକର ଖାଦ୍ୟ, ରନ୍ଧନ ଗ୍ୟାସ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ବିଶୁଦ୍ଧ ପାନୀୟ ଜଳ ଏବଂ ବିଦ୍ୟୁô ଉପରେ ସରକାରଙ୍କ ମୁଖ୍ୟ ଧ୍ୟାନ ଦିଆଯାଇଛି । ଏହି କାରଣରୁ ଦାରିଦ୍ର୍ୟ ହ୍ରାସ ଦିଗରେ ଏହି ସଫଳତା ମିଳିଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁଖ(ଏନିମିଆ ଫ୍ରି) ପରି ଉଚ୍ଚମାନର ଯୋଜନା ହେତୁ ଆବଶ୍ୟକୀୟ ଲୋକଙ୍କୁ ସ୍୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏହା ବ୍ୟତୀତ ସୌଭାଗ୍ୟ, ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୋଦୀ ସରକାରଙ୍କ ଅନ୍ୟାନ୍ୟ ଯୋଜନା ମଧ୍ୟ ଦେଶରେ ଦାରିଦ୍ର୍ୟ ହ୍ରାସ କରିଛି ବୋଲି ନୀତୀ ଆୟୋଗ ତା ରିପୋର୍ଟରେ କହିଛି ।

Leave a Reply