Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀମନ୍ଦିର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀମନ୍ଦିର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ ଓ ଯୁବକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ଅସ୍ମିତା ସୁରକ୍ଷା ଜାଗରଣ ଅଭିଯାନ ପକ୍ଷରୁ ଆଜି ଚନ୍ଦ୍ରଶେଖରପୁରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଶ୍ରୀମନ୍ଦିରର ଚାରିଦ୍ୱାର ସରକାର ଯଦି ୧୫ ଦିନ ମଧ୍ୟରେ ନ ଖୋଲନ୍ତି ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଅଭିଯାନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଏକ ୬ଜଣିଆ ସଭାପତି ମଣ୍ଡଳୀ ଗଠିତ ହୋଇଛି । ଏହି ମଣ୍ଡଳୀରେ ପ୍ରଫେସର ଡଃ ଦାଶ ବେନହୂର, ପୂର୍ବତନ ପ୍ରଶାସକ ପଞ୍ଚାନନ ଦାସ, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡଃ କୃଷ୍ଣଚନ୍ଦ୍ର ଆଇଚି, ଶ୍ରୀମତୀ ସଂଘମିତ୍ରା ରାଜଗୁରୁ ଓ ଡଃ କୁଳମଣି ଶଢଙ୍ଗୀ ରହିଥିବା ବେଳେ ଯୁବକମାନଙ୍କ ପ୍ରେରଣାର ଉତ୍ସ ଇଂ ସୌମ୍ୟରଞ୍ଜନ ସାମଲ, ନାରାୟଣ ଚନ୍ଦ୍ର ଓଝା ଓ ଆଶୀଷ ମହାପାତ୍ର ସଂଯୋଜକ ରହିଛନ୍ତି । ଖୁବ୍ କମ୍ ଦିନରେ ଏହି ବୈଠକର ଏକ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ସୀମା ସୁରକ୍ଷା ଯାତ୍ରା ଓଡ଼ିଶାର ଶେଷ ସୀମା କୋଟିଆ ପର୍ଯ୍ୟନ୍ତ ଯିବ । ଓଡ଼ିଶାର ବିଭିନ୍ନ ସମସ୍ୟାକୁ ନେଇ ଏକ ସଂକ୍ଷିପ୍ତ ପୁସ୍ତକ ଏକଲକ୍ଷ ଛପାଯାଇ ସାରା ଓଡ଼ିଶାରେ ବଣ୍ଟାଯିବ । ଶ୍ରୀଜଗନ୍ନାଥଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟାୟନ ଓ ରତ୍ନ ଭଣ୍ଡାରର ସମସ୍ତ ରତ୍ନର ଗଣତି ପାଇଁ ଦୃଢ ଦାବି କରାଯିବ ।

Leave a Reply