ଭାରତ ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ

ସମ୍ବଲପୁର : ଭାରତ ବିକାଶ ପରିଷଦ, ସମ୍ବଲପୁର ଶାଖା ତରଫରୁ ଏହାର ଶାଖାର ପୋଷ୍ୟ ଗ୍ରାମ ତାଳପଦରରେ ବୃକ୍ଷ ରୋପଣ କରାଯାଇଛି । ସମ୍ବଲପୁର ଶାଖାର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ଏକାଠି ହୋଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଉକ୍ତ ଗ୍ରାମର ଛୋଟ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । ସମ୍ବଲପୁର ଶାଖାର ସଭାପତି ମକର ଧ୍ୱଜ ଯୋଶୀ, ସମ୍ପାଦକ ସ୍ୱକାନ୍ତ କୁମାର ସାହୁ, ଅର୍ଥ ସଚିବ ନିରଜ ସିଂହ, ଶାଖା ସଂସ୍କାର ସଚିବ ଭକ୍ତପ୍ରସାଦ ନନ୍ଦ, ରାଜ୍ୟ ସଭାପତି ଡା. ବିନୋଦ ବିହାରୀ ନାଏକ, ଡା. ଶର୍ମିଲା ପ୍ରଧାନ, ପ୍ରାନ୍ତ ମହିଳା ସଚିବ ଭାରତୀ ଠାକୁର, ପ୍ରଦ୍ୟୋତ କୁମାର ମିଶ୍ର, ରାଜକୁମାର ବିଶ୍ୱକର୍ମା, ଦିନେଶ ଶର୍ମା, ନେହା ବିଶ୍ୱକର୍ମା, କ୍ଷେତ୍ରୀୟ ସଚିବ (ସମ୍ପର୍କ) ଶ୍ୟାମ ସୁନ୍ଦର ଶର୍ମା, ପ୍ରାନ୍ତ ସଂସ୍କାର ସଚିବ ଡ: ରଶ୍ମି ରେଖା ଜେନା , ବିଦ୍ୟା ବିଶ୍ୱକର୍ମା, ଅଶୋକ ପଟେଲ, ରାଜେଶ ପାୱାର, କେ.ଭି.ରାଜୁ ପ୍ରମୁଖ ଉପରୋକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *