ପରାବର୍ତ୍ତନ ଯଜ୍ଞରେ ୪୧ ଜଣ ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ

ଝାରସୁଗୁଡା : ବିଶ୍ୱହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ଅଧିନରେ ଥିବା ଝାରସୁଗୁଡା ଜିଲ୍ଲାରେ ଧର୍ମ ପ୍ରସାର ବିଭାଗ ଦ୍ୱାରା ଆୟୋଜିତ ଏକ ପରାବର୍ତ୍ତନ ଜଜ୍ଞରେ ବଳିଆମୁଣ୍ଡା ଗ୍ରାମର ୪୦ ଜଣ ଏବଂ ବନ୍ଧବାହାଲ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମିଶାଇ ସମୁଦାୟ ୪୧ ଜଣ ବ୍ୟକ୍ତି ନିଜ ମୂଳ ଧର୍ମ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ସ୍ୱଧର୍ମ ପ୍ରତ୍ୟାବର୍ତ୍ତନା କରିଥିବା ଲୋକମାନେ ପୂର୍ବରୁ କୌଣସି କାରଣବଶତଃ ଅନ୍ୟଧର୍ମ ଗ୍ରହଣ କରିଥିଲେ । ତେବେ ବର୍ତ୍ତମାନ ସେମାନେ ପୂର୍ନବାର ନିଜ ମୂଳଧର୍ମ ହିନ୍ଦୁ ଓ ସଂସ୍କୃତିକୁ ଆପଣାଇଛନ୍ତି । ଆୟୋଜିତ ଏହି ପ୍ରତ୍ୟାବର୍ତ୍ତନା ଯଜ୍ଞରେ ଧର୍ମ ପ୍ରସାର ବିଭାଗର କ୍ଷତି୍ରୟ ପ୍ରମୁଖ ଅଚୁ୍ୟତାନନ୍ଦ କର, ଯୁଧିଷ୍ଟିର ବେହେରା ଓ ଦିଲ୍ଲୀପ ମେହେର ସମେତ ବହୁ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *