ଏବିଭିପିର କନ୍ଧମାଳ ଜିଲ୍ଲା ସଂଯୋଜିକା ହେଲେ ତୋଅପୋଇ

ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ଭାଗ କାର୍ଯ୍ୟଳୟ କୁରୁଡା, ବାଲେଶ୍ୱରରେ ଚଳିତ ବର୍ଷର ପ୍ରାନ୍ତ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟରେ ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ କାର୍ଯ୍ୟକର୍ତ୍ତାମାନଙ୍କୁ ସେବା ସର୍ବୋପରିକୁ ନେଇ ମାର୍ଗଦର୍ଶନ କରିଥିଲେ । ବର୍ଗର ଶେଷ ଦିନରେ ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀଙ୍କ ଦ୍ୱାରା ଦାୟିତ୍ୱ ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲା ଛାତ୍ରୀ ନେତ୍ରୀ ତୋଅପୋଇ କହଁରଙ୍କୁ କନ୍ଧମାଳ ଜିଲ୍ଲା ସଂଯୋଜିକା ଦାୟିତ୍ୱ ପ୍ରଦାନ କରାଯାଇଛି । ଦୀର୍ଘ ୫ବର୍ଷ ଧରି ସଂଗଠନରେ ନଗର ସହସଂପାଦିକାରୁ ଆରମ୍ଭ କରି ଜିଲ୍ଲା ଛାତ୍ରୀ ପ୍ରମୁଖ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ କୁ ସଠିକ୍ ଭାବେ ତୁଲାଇ ଆସିଛନ୍ତି । ସର୍ବଦା ସେବା ହିଁ ସର୍ବୋପରି ବ୍ରତୀ ତୋଅପୋଇ କହଁରଙ୍କ ନୂତନ ଦାୟିତ୍ୱ ପାଇଁ ବିଭିନ୍ନ ସମାଜସେବୀ ଏବଂ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି । ସେହିଭଳି ଗଞ୍ଜାାମ ବିଭାଗର ବିଭାଗ ସଂଗଠନ ସମ୍ପାଦକ ଭାବେ ଟୁକୁନା ମଲ୍ଲିକ, ଗଂଜାମ ବିଭାଗ ସହ ସଂଯୋଜକ ଭାବେ ରୁଦ୍ର ପ୍ରସାଦ ସେଠୀ, ବିଭାଗ ଛାତ୍ରୀ ପ୍ରମୁଖ ସଜନା କହଁର, ବିଭାଗ ଆର୍ଟ ଆର କେଏମ୍ ସଂଯୋଜିକା ରାଜନନ୍ଦିନୀ ସାହାଣୀ ଦାଇତ୍ୱ ପାଇବା ସହ କନ୍ଧମାଳର ଛାତ୍ର ନେତା ଗୋପାଳ କୃଷ୍ଣ ଷଡ଼ଙ୍ଗୀ ଜିଲ୍ଲା ସହ ସଂଯୋଜକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ରାଜ୍ୟ ସହ ସମ୍ପାଦକ ସ୍ୱାଗତ କୁମାର ତ୍ରିପାଠୀ, ପୂର୍ବତନ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଂଯୋଜକ ଦିବ୍ୟରନ ଡାକୁଆଙ୍କ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *