Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ

ୱାଶିଂଟନ : ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲା ଭାରତ । ସ୍ୱିଡେନରେ ପବିତ୍ର କୁରାନ ଜାଳିବା ଘଟଣାରେ ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଏକ ସଂକଳ୍ପ ଅ ।ଣିଛି । ଧାର୍ମିକ ଘୃଣା ସହ ଜଡିତ ଏହି ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରାଯାଇଛି । ପାକିସ୍ତାନର ଏହି ପ୍ରସ୍ତାବକୁ ମଧ୍ୟ ଭାରତ ସମର୍ଥନ କରିଛି । ଗତ ମାସରେ ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଜଣେ ବ୍ୟକ୍ତି ମସଜିଦ ସମ୍ମୁଖରେ ପବିତ୍ର କୁରାନକୁ ଅପମାନିତ କରିଥିଲେ । ଏହି ଘଟଣାକୁ ସମସ୍ତ ଇସ୍ଲାମିକ ଦେଶ ସହିତ ୟୁରୋପୀୟ ୟୁନିଅନ୍, ପୋପ୍ ଫ୍ରାନ୍ସିସ୍ ଏବଂ ସ୍ୱିଡେନ ସରକାର ନିଜେ ନିନ୍ଦା କରିଥିଲେ । ୟୁଏନ୍ଏଚ୍ଆରସି ତରଫରୁ ଟୁଇଟ୍ କରି “ଡ୍ରାଫ୍ଟ ରିଜୋଲ୍ୟୁସନ୍ ଖ.୨୩ ଥରେ ଉପସ୍ଥାପିତ ହେବା ପରେ ମୌଖିକ ଭାବରେ ସଂଶୋଧନ କରାଯାଇଥିଲା । ଏହାର ଶୀର୍ଷକ “ଭେଦଭାବ, ଶତ୍ରୁତା କିମ୍ବା ହିଂସାକୁ ପ୍ରୋତ୍ସାହିତ କରୁଥିବା ଧାର୍ମିକ ଘୃଣାର ମୁକାବିଲା’ । ୫୭ ମୁସଲମାନ ରାଷ୍ଟ୍ର ସମୁହ ଓଆଇସି ପକ୍ଷରୁ ପାକିସ୍ତାନ ଏହି ଡ୍ରାଫ୍ଟ ରିଜୋଲ୍ୟୁସନ୍ ଉପସ୍ଥାପନ କରିଥିଲା ଯେଉଁଥିରେ କେତେକ ୟୁରୋପୀୟ ତଥା ଅନ୍ୟାନ୍ୟ ଦେଶରେ ପବିତ୍ର କୁରାନକୁ ବାରମ୍ବାର ଅପମାନିତ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା । ୟୁଏନ୍ଏଚ୍ଆରସି ରେ ସମୁଦାୟ ୪୭ ଜଣ ସଦସ୍ୟ ଅଛନ୍ତି । ଓଆଇସିର କେବଳ ୧୯ ଟି ଦେଶ ଏଥିରେ ଅଛନ୍ତି । ରଏଟର୍ସ ରିପୋର୍ଟ ଅନୁଯାୟୀ ପାଶ୍ଚାତ୍ୟ ଦେଶର କିଛି କୂଟନୀତିଜ୍ଞ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏହି ପ୍ରସ୍ତାବ ଉପରେ ଚୀନ୍ ପାକିସ୍ତାନକୁ ସମର୍ଥନ କରିଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ, ବେଲଜିୟମ, ଜର୍ମାନୀ, ରୋମାନିଅ ।, ଲିଥୁଅ ।, କୋଷ୍ଟାରିକା ଏବଂ ଫିନଲ୍ୟାଣ୍ଡ ସମେତ ୧୨ଟି ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ନେପାଳ ସମେତ ୭ଟି ଦେଶ ଏଥିରେ ମତଦାନରୁ ନିବୃତ୍ତ ରହିଥିଲେୟ ଫଳରେ ମୋଟ ୨୮ ଟି ଦେଶ ଏହାକୁ ସମର୍ଥନ କରିଛନ୍ତି । ପାକିସ୍ତାନୀ ଖବରକାଗଜ ଡନ୍ ଏହି ସଂକଳ୍ପ ପାରିତକୁ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଏକ ପ୍ରମୁଖ ପରାଜୟ ବୋଲି କହିଛି । ଖବର କାଗଜରେ ଲେଖାଯାଇଛି ଯେ ୟୁଏନ୍ଏଚ୍ଆରସି ର ପ୍ରାଧାନ୍ୟ ରହିଛି । ମିଳିତ ଜାତିସଂଘ ମାନବାଧିକାର ପରିଷଦର ଅ ।ମେରିକାର ସ୍ଥାୟୀ ପ୍ରତିନିଧୀ ମିସେଲ ଟେଲର କହିଛନ୍ତି ଯେ ଏହି ପଦକ୍ଷେପକୁ ନେଇ ଅ ।ମେରିକାର ଚିନ୍ତା କରିବାକୁ ବିଶେଷ ସମୟ ଦିଅ ।ଯାଇ ନାହିଁ । ଏକ ଖୋଲା ଅ ।ଲୋଚନା ଏବଂ କିଛି ସମୟ ପରେ ଅ ।ମେ ଏହି ପ୍ରସ୍ତାବ ଉପରେ ଏକାସାଂଗରେ ଅ ।ଗକୁ ବଢ଼ିବାର ରାସ୍ତା ବାହାର କରିପାରିଥାନ୍ତେ ବୋଲି ମିସେଲ ଟେଲର କହିଛନ୍ତି ।

Leave a Reply