Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାନଗା ଟ୍ରେନ୍ ଦୁର୍ଘଟଣା-୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାନଗା ଟ୍ରେନ୍ ଦୁର୍ଘଟଣା-୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ

ଭୁବନେଶ୍ୱର:ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରି ଗଲାଣି । ସିବିଆଇ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଏହି ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମ·ରୀଙ୍କ ମଧ୍ୟରେ ସିବିଅ ।ଇ ଗିରଫ କରିଥିବା ୩ ଜଣ ଷ୍ଟାଫ୍ ମଧ୍ୟ ଅଛନ୍ତି । ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି । ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଏହି କର୍ମ·ରୀମାନେ ସତର୍କ ହୋଇଯାଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା । ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି । ସିବିଅ ।ଇ ଘଟଣାର ତଦନ୍ତ ଜାରି ରଖିଛି । ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ୩ ରେଳ କର୍ମ·ରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଅ ।ନ ପପୁ କୁମାରଙ୍କୁ ସିବିଅ ।ଇ ପୁଣି ଥରେ ରିମାଣ୍ଡରେ ନେଇଛି । ସିବିଅ ।ଇ ପ୍ରଥମେ ସେମାନଙ୍କୁ ୫ ଦିନିଅ । ରିମାଣ୍ଡରେ ନେଇଥିଲା, ଯାହା ଗତକାଲି ଶେଷ ହୋଇଥିଲା । ଏହା ପରେ ସିବିଅ ।ଇ ସେମାନଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ୫ିନିଅ । ରିମାଣ୍ଡରେ ସେମାନଙ୍କୁ ନେବାକୁ ଦାବି କରିଥିଲା । ହେଲେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ସିବିଅ ।ଇ କୁ ଅନୁମତି ଦେଇଥିଲେ । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଅ ।ହତ ହୋଇଥିଲେ । ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ ବୋର୍ଡକୁ ଯେଉଁ ରିପୋଟଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ,ବେଷୟିକ ତ୍ରୁଟି ଓ କର୍ମ·ରୀଙ୍କ ଅବହେଳାକୁ ଦାୟୀକରାଯାଇଥିଲା । ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେବେଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍ଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲାଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତହୋଇଥିଲା ବୋଲି ସିଅ ।ର୍ଏସ୍ ରିପୋର୍ଟ ଦେଇଥିଲେ ।

Leave a Reply