Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାତାରାତି ବଦଳିଗଲା ଗାଁ ଲୋକଙ୍କ ଭାଗ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାତାରାତି ବଦଳିଗଲା ଗାଁ ଲୋକଙ୍କ ଭାଗ୍ୟ

ନୂଆଦିଲ୍ଲୀ : ରାତାରାତି ବଦଳିଗଲା ଗାଁ ଲୋକଙ୍କ ଭାଗ୍ୟ । ପ୍ରତି ପରିବାରକୁ ମିଳିଲା ୫୮ ଲକ୍ଷ ଟଙ୍କା । ଏହି ଘଟଣା ଘଟିଛି ସାଉଥ୍ କୋରିଆର ଏକ ଗାଁରେ । ଗାଁର ନାଁ ହେଉଛି ଅନପ୍ୟୋଙ୍ଗ-ରି । ଏହି ଗାଁ ଲୋକଙ୍କ ବଦଳିଯାଇଛି ଭାଗ୍ୟ । ଗାଁର ସବୁଲୋକ ହୋଇଯାଇଛନ୍ତି ଲକ୍ଷପତି । ଗାଁର ପ୍ରତି ପରିବାରକୁ ମିଳିଛି ୫୮ ଲକ୍ଷ ଲେଖାଏଁ ଟଙ୍କା । ବାସ୍ତବରେ ଜଣେ ଜଣାଶୁଣା ବିଜନେସମ୍ୟାନ୍ ଏହି ଟଙ୍କା ଲୋକଙ୍କୁ ବାଣ୍ଟିଛନ୍ତି । କାରଣ ପିଲାଦିନେ ଦାରିଦ୍ର୍ୟ ଭିତରେ ଗତି କରିଥିବା ବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ଗାଁ ଲୋକେ । ଏବେ ନିଜର ପରିଶ୍ରମ ଓ ଭାଗ୍ୟ ବଳରେ ବିଶ୍ୱର ଜଣେ ଆଗଧାଡିର ବିଜନେସମ୍ୟାନ ହୋଇପାରିଛନ୍ତି । ବ୍ୟବସାୟୀ ଜଣକ ହେଉଛନ୍ତି ଦକ୍ଷିଣ କୋରିଆର ପ୍ରପର୍ଟି ଡେଭଲପର ବୁୟଙ୍ଗ୍ ଗ୍ରୁପର ପ୍ରତିଷ୍ଠାତା ଲି ଜଙ୍ଗ କ୍ୟୁନ୍ ୟ ୮୨ ବର୍ଷିୟ ଲି ଜଙ୍ଗ କ୍ୟୁନ୍ ସାଉଥ୍ କୋରିଆର ସନଚିଓନ୍ ସିଟି ନିକଟ ଅନପୟୋଙ୍ଗ- ରି ଗାଁର ବାସିନ୍ଦା । ପିଲାଦିନେ ଜଙ୍ଗ କ୍ୟୁନ୍ ଅତି ଖରାପ ସମୟ ଦେଇ ଗତି କରୁଥିଲେ । ଦାରିଦ୍ର୍ୟରେ ତାଙ୍କ ପରିବାର ଗତି କରୁଥିବାବେଳେ ଗାଁ ଲୋକେ ତାଙ୍କୁ ଓ ତାଙ୍କ ପରିବାରକୁ ଖୁବ୍ ସାହାଯ୍ୟ କରିଥିଲେ । ଲୋକଙ୍କ ଦାନ ଅର୍ଥରେ ପାଠ ପଢି ସମୟ କ୍ରମେ ଜଣେ ବ୍ୟବସାୟୀ ପାଲଟିଲେ ୟ ଏବେ ତାଙ୍କ ପାଖରେ କୋଟି କୋଟି ଟଙ୍କା । ଏପରି ସମୟରେ ଗାଁ ଲୋକଙ୍କୁ ମନେ ପକାଇଛନ୍ତି ଜଙ୍ଗ କ୍ୟୁନ୍ । ସାହାଯ୍ୟକୁ ମନେପକାଇ ଜଙ୍ଗ କ୍ୟୁନ୍ ପ୍ରତି ପରିବାରକୁ ଦାନ କରିଥିଲେ ୫୮ ଲକ୍ଷ ଲେଖାଏଁ ଟଙ୍କା । ରିପୋର୍ଟ ମୁତାବକ ଏହି ଗାଁରେ ୨୮୦ ପରିବାର ରୁହନ୍ତି । ଆଉ ମୋଟ ୨୮୦ ପରିବାରକୁ ପାଖାପାଖି ୧୬୦୦ କୋଟିରୁ ଅଧିକ ଦାନ ସୂତ୍ରରେ ଦେଇଛନ୍ତି ଲି ଜଙ୍ଗ କ୍ୟୁନ୍ ୟ ଏମିତିକି ଗାଁର ପାଠ ପଢୁଥିବା ପିଲାଙ୍କୁ ବହି ବାବା ସହ ଗବେଷଣା ପାଇଁ ଟୁଲ କିଟ୍ ବାଣ୍ଟିଛନ୍ତି । ଆଜିକା ଦିନରେ ଲି -ଜଙ୍ଗ କ୍ୟୁନଙ୍କ ମୋଟ ସମ୍ପତ୍ତି ଦେଢ ଲକ୍ଷ କୋଟିରୁ ଅଧିକ । ସେ ଦକ୍ଷିଣ କୋରିଆର ସର୍ବଶ୍ରେଷ୍ଠ ଧନୀ ।

Leave a Reply