Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା । ୯ ତାରିଖ ଦିନ ରିମାଣ୍ଡରେ ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗୁଡେଇ ତୁଡେଇ ଜେରା କରିଛି ୫ ଜଣିଆ ଟିମ । ସେପଟେ ଷ୍ଟେସନ ମାଷ୍ଟରକୁ ସିବିଆଇ ସମନ କରିଛି । ସିବିଆଇରେ ହାଜର ହେବାକୁ କୁହା ଯାଇଥିବା ଜଣାପଡିଛି । ସେପଟେ ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛି, ଅବହେଳା ଯୋଗୁଁ ନା ଉଦେ୍ଦଶ୍ୟ ରଖି ଏପରି କରାଯାଇଛି ତାକୁ ନେଇ ଖୋଳତାଡ କରୁଛି ସିବିଆଇ । ତୃତୀୟ ଦିନ ଜେରାରେ ଷଡଯନ୍ତ୍ର ଦିଗରେ ତନାଘନା କରୁଛି ଟିମ । ସିଆରଏସ ରିପୋର୍ଟରେ ଷ୍ଟେସନ ମ୍ୟାନେଜର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ସିବିଆଇ ସମନ କରିଛି । ତେବେ ଆଗକୁ ଆଉ କାହାର ପାଳି ପଡୁଛି । ଏ ମାମଲାରେ ଗିରଫ ଦାରୀ ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply