Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆସନ୍ତା ୧୧ରେ ଜିଏସଟି ପରିଷଦ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆସନ୍ତା ୧୧ରେ ଜିଏସଟି ପରିଷଦ ବୈଠକ


ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦର ୫୦ ତମ ବୈଠକ ଚଳିତ ମାସ ୧୧ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବିଭିତ୍ତ ସାମଗ୍ରୀ ଉପରେ ଟିକସ ହ୍ରାସ ନେଇ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି । କ୍ୟାନସର ମେଡିସିନକୁ ଟିକସ ମୁକ୍ତ ଏବଂ ସିନେମା ହଲ ଗୁଡିକରେ ଉପଲବ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ଟିକସ ହ୍ରାସ ହେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ମୁତାବକ, ସିନେମା ହଲରେ ଉପଲବ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଉପରେ ୧୮% ଟିକସ ଲାଗୁଛି । ଏହାକୁ ୫%କୁ ହ୍ରାସ କରାଯାଇପାରେ । ଏହାବାଦ ସିନେମା ଟିକଟ ସହ ପାନୀୟ ଭଳି ଖାଦ୍ୟସାମଗ୍ରୀକୁ ମିଳିତ ଭାବେ ବିକ୍ରି କରାଯାଉଥିଲେ ମୂଳ ପ୍ରଡକ୍ଟ ହିସାବରେ ଟିକସ ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ନେଇ ସିନେମା ହଲ ମାଲିକ ମାନେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । କ୍ୟାନସର ଔଷଧ ଉପରେ ଟିକସ ଛାଡ଼ ନେଇ ଘୋଷଣା ହୋଇପାରେ । ସେହିଭଳି ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ଟିକସ ହ୍ରାସ ହେବାର ଆଶା କରାଯାଉଛି । ମେଡିକାଲ ଆବଶ୍ୟକତା ଏବଂ ଚିକିତ୍ସା ଲାଗି ବ୍ୟବହାର ହେଉଥିବା ଆମଦାନି ସାମଗ୍ରୀ ଓ ମେଡିସିନ ସମ୍ପର୍କରେ ଘୋଷଣା ହୋଇପାରେ । ସାଟେଲାଇଟ୍ ଲଞ୍ଚିଂ ସେବା ଦେଉଥିବା ଘରୋଇ କମ୍ପାନିଗୁଡିକୁ ଜିଏସ୍ ଟି ପରିସରରୁ ବାହାର କରାଯାଇ ଏହା ଉପରେ ୨୨% ସେସ୍ ଲାଗୁ ହୋଇପାରେ । କଟନ ବିକ୍ରି କରୁଥିବା କୃଷକ ଏବଂ ସମବାୟ ସଂସ୍ଥାଗୁଡିକ ଉପରେ ଜିଏସ୍ ଟି ଲାଗୁ ନ କରିବା ଉପରେ ମଧ୍ୟ ସମ୍ଭାବନା ରହିଛି । ସେହିଭଳି ଅନଲାଇନ ଗେମିଂ, ଘୋଡା ଦୌଡ଼ ଏବଂ କାସିନୋ ଉପରେ ୨୮% ଟିକସ ଲାଗୁ ଉପରେ ନିଷ୍ପତ୍ତି ହୋଇପାରେ । ଏହା ସହ ବହୁମୁଖୀ ବ୍ୟବହାରଯୁକ୍ତ ଯାନ, ପାମ୍ପଡ, ଫ୍ଲେକ୍ସ ଫୁଏଲ ପାନ ମସଲା ଏବଂ ତମାଖୁ ଉପରେଜିଏସ୍ ଟି ଲାଗୁ ହେବ କି ନାହିଁ ତାହା ପରିଷଦ ସ୍ପଷ୍ଟ କରିବ ।

Leave a Reply