Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖରାପ ପାଗ ଯୋଗୁଁ ସ୍ଥଗିତ ରହିଲା ଅମରନାଥ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖରାପ ପାଗ ଯୋଗୁଁ ସ୍ଥଗିତ ରହିଲା ଅମରନାଥ ଯାତ୍ରା


ନୂ୍ଆଦିଲ୍ଲୀ; ଚଳିତ ବର୍ଷର ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇଛି । ବାବା ଅମରନାଥଙ୍କ ଭକ୍ତମାନେ ପହଲଗାମ ଏବଂ ବାଲଟାଲ ଦେଇ ପବିତ୍ର ଗୁମ୍ଫାକୁ ଯାଇଛନ୍ତି । ହେଲେ ବର୍ତ୍ତମାନ ସାମୟିକ ଭାବେ ସ୍ଥଗିତ ହୋଇଛି ଅମରନାଥ ଯାତ୍ରା । ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଯାତ୍ରା ସ୍ଥଗିତ ହେବା ଦ୍ୱାରା ପ୍ରାୟ ୬ହଜାର ଅମରନାଥ ଶ୍ରଦ୍ଧାଳୁ ରାମବନରେ ଫଶି ରହିଛନ୍ତି । ପ୍ରବଳ ବର୍ଷା ହେବା ଫଳରେ ତୀର୍ଥଯାତ୍ରୀ ଆଗକୁ ଯାତ୍ରା କରିପାରିନାହାନ୍ତି । ଯାତ୍ରୀଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ଉଠାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଦୁଇଦିନ ଜମ୍ମୁ-କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହା ବ୍ୟତୀତ ଉଭୟ ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଅଗଷ୍ଟ ୩୧ରେ ଶେଷ ହେବ ।

Leave a Reply