Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୂର୍ଯ୍ୟାସ୍ତ ପରେ ୫ଟି ଜିନିଷ ଅନ୍ୟକୁ ଦିଅନ୍ତୁ ନାହିଁ ମାଡିଆସିବ ଘୋର ଅଭାବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୂର୍ଯ୍ୟାସ୍ତ ପରେ ୫ଟି ଜିନିଷ ଅନ୍ୟକୁ ଦିଅନ୍ତୁ ନାହିଁ ମାଡିଆସିବ ଘୋର ଅଭାବ

ହିନ୍ଦୁ ଧର୍ମର ଲୋକେ ସୂର୍ଯ୍ୟଙ୍କୁ ଦେବତା ଭାବେ ପୂଜା କରନ୍ତି । ବାସ୍ତୁ ଶାସ୍ତ୍ରରେ ସୂର୍ଯେ୍ୟାଦୟ ଏବଂ ସୂର୍ଯ୍ୟାସ୍ତକୁ ନେଇ ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ । ହିନ୍ଦୁଧର୍ମରେ ସୂର୍ଯ୍ୟାସ୍ତ ପରେ କେତେକ କାର୍ଯ୍ୟ କରାଯାଏ ନାହିଁ । ସେହିପରି ବାସ୍ତୁ ଅନୁସାରେ ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା…. ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଆଦୌ ପାଣି ଦିଅନ୍ତୁ ନାହିଁ ଏବଂ ପତ୍ର ଛିଡାନ୍ତୁ ନାହିଁ । ସନ୍ଧ୍ୟାରେ ଏହି ଜିନିଷ କରିଲେ । ମାଆ ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି ଓ ଅଶୁଭ ମନେ କରାଯାଏ । ଝାଡ଼ୁ କରନୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କରିବା ଉଚିତ ନୁହେଁ । ଏହି ସମୟରେ ଝାଡ଼ୁ କରିବା ଦ୍ୱାରା ଧନରେ ହାନି ହୋଇଥାଏ । ସନ୍ଧ୍ୟା ସମୟରେ ଘରର ଅଳିଆ, ଆବର୍ଜନା ଫୋପାଡିବା ଉଚିତ ନୁହେଁ । ଏହି କାମ କରିଲେ ଘରକୁ ଦାରିଦ୍ରତା ଆସିଥାଏ । ସନ୍ଧ୍ୟା ସମୟରେ ଶୋଇବା ଠିକ୍ ନୁହେଁ : ସୂର୍ଯ୍ୟାସ୍ତ ସମୟରେ ଏବଂ ସନ୍ଧ୍ୟା ସମୟରେ ଶୋଇବାକୁ ଅଶୁଭ ମନେ କରାଯାଏ । ବାସ୍ତୁ ଅନୁସାରେ ଯେଉଁ ଘରେ ଲୋକେ ସନ୍ଧ୍ୟା ସମୟରେ ଶୋଇଥାନ୍ତି ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଟଙ୍କା ଦବନବା କରନ୍ତୁ ନାହିଁ : ହିନ୍ଦୁ ଧର୍ମରେ ପରମ୍ପରା ରହିଛି ଯେ ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଣିବା ଏବଂ ଟଙ୍କା ଦେବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ । ୫ଟି ଜିନିଷ ଦାନ କରନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଲୁଣ, ହଳଦୀ, କ୍ଷୀର, ଦହି ଏବଂ ଖଟା ଜାତୀୟ ଜିନିଷ ଆଦୌ ଦାନ କରନ୍ତୁ ନାହିଁ ଏହା କରିବା ଦ୍ୱାରା ଘରର ଧନ ହାନୀ ହୋଇଥାଏ ।

Leave a Reply