Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ

ଲେହ : ଲଦାଖରେ ୧୫ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଯବାନମାନେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି । ସେନାର ଅଲ୍ଟିମେଟ ଫୋର୍ସର ୟୁନିଟ ବିଶ୍ୱର ସର୍ବୋଚ୍ଚ ସ୍ଥାନ ହାନଲେ ଅବଜରଭେଟୋରୀରେ ଲଦାଖର ଦୁର୍ଗମ ଅଞ୍ଚଳରେ ଯୋଗ ପରିଚାଳନା କରିଥିଲା । ଭାରତୀୟ ସେନା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରି ଉଚ୍ଚ ପର୍ବତ, ଗ୍ଲେର୍ସି, ଲଦାଖ ସମତଳ ସମେତ ଦେଶର ୧୦୦ ରୁ ଅଧିକ ସ୍ଥାନରେ ଯୋଗ ପ୍ରଦର୍ଶନ କରିଥିଲେ । ପ୍ରତିରକ୍ଷା ମୁଖ୍ୟ, ସିଡିଏସ ଜେନେରାଲ ଅନିଲଚøହାନଙ୍କ ସହ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ, ବାୟୁ ସେନା ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦିବସଅବସରରେ ନୂଆଦିଲ୍ଲୀର ବାୟୁସେନା ଷ୍ଟେଶନରେ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସହ ବହୁ ବରିଷ୍ଠ ସେନା ଅଧିକାରୀ ତଥା ବିଶିଷ୍ଟ ବିଦେଶୀମାନ୍ୟଗଣ୍ୟ ଦିଲ୍ଲୀ କ୍ୟାଣ୍ଟର କାରିଆପା ଗ୍ରାଉଣ୍ଡରେଯୋଗାସନ କରିଥିଲେ । ସମନ୍ୱୟ ଏବଂ ଶାନ୍ତିପାଇଁ ଯୋଗର ବାର୍ତ୍ତା ସହିତଭାରତୀୟ ସେନା ଦେଶର୧୦୬ ଟି ସ୍ଥାନରେ ୯ତମଅନ୍ତର୍ଜାତୀୟ ଯୋଗ ଦିବସ ପାଳନକରିଛି । ଉତ୍ତରରେ ସିଆଚେନଗ୍ଲାସିଅର ଏବଂ ଲଦାଖ ଠାରୁ, ପୂର୍ବରେ ଅରୁଣାଚଳପ୍ରଦେଶର ଦୁର୍ଗମ ଅଞ୍ଚଳରେ, ଦକ୍ଷିଣରେ ଇନ୍ଦିରା ପଏଣ୍ଟରେ ଯୋଗାସନ କରାଯାଇଛି । ଭାରତୀୟ ସେନା କହିଛି ସମସ୍ତଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ସେନା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥାଏ ।

Leave a Reply