Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଦ୍ରାସାର ଯୌନ ଶୋଷଣ ଜେଲ ଗଲେ ଶିକ୍ଷକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଦ୍ରାସାର ଯୌନ ଶୋଷଣ ଜେଲ ଗଲେ ଶିକ୍ଷକ

ନିର୍ଭୟ ମିଡିଆ : କଟକ ଶେଷରେ ବନ୍ଧା ହେଲେ ଯୌନ ଶୋଷଣ ଏବଂ ମାଡ଼ ମାରିବା ଅଭିଯୋଗ ଥିବା ମାଦ୍ରାସାର ଶିକ୍ଷକ ହାଫିଜ ମହମ୍ମଦ ରିଜୱାନୁୟା । ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍ ହାଜତକୁ ଗଲେ ଅଭିଯୁକ୍ତ ଶିକ୍ଷକ । ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି । କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ଡ ନଳିତା ପଡା ମାଦ୍ରାସା ଶିକ୍ଷକଙ୍କ ନିର୍ଯାତନା ଅସହ୍ୟ ହେବାରୁ ଗତ ମଙ୍ଗଳବାର ରାତିରୁ ମାଦ୍ରାସରୁ ଖସି ପଳାଇଥିଲେ ଦୁଇ ଛାତ୍ର । ଏମାନେ ଉଦ୍ଧାର ହେବା ସହ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ୍ ହସ୍ତକ୍ଷେପ ପରେ ଘଟଣା ସାମ୍ନାକୁ ଆସିଥିଲା । ମାଦ୍ରାସାର ଶିକ୍ଷକ ନାମରେ ନିଆଳି ଥାନାରେ ମାମଲା ରୁଜୁ କରିଛି । ଓଡ଼ିଶା ବାହାରର ଦୁଇ ନାବାଳ ଛାତ୍ର ମାଦ୍ରାସାରେ ରହି ପାଠ ପଢ଼ିବା ସହିତ କୋରାନ ଅଧ୍ୟୟନ କରିଥିଲେ । ଖସି ପଳାଇଥିଲେ ଦୁଇ ଛାତ୍ରଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ପୁଲିସ ଜିମା ଏବଂ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ଘଟଣା ସାମ୍ନାକୁ ଆସିଥିଲା । ସିଡବ୍ଲୁସି ନିଦେ୍ର୍ଦଶକ୍ରମେ ଚାଇଲ୍ଡ ଲାଇନ ଘଟଣାକୁ ଗୁରୁତ୍ୱ ସହ ନେବା ସହ ମାଦ୍ରାସାର ଶିକ୍ଷକ ହାଫିଜ ସୋମବାର ରାତିରେ ନିଆଳିରୁ ଗିରଫ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ଅଭିଯୁକ୍ତକୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ କଟକ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିବା ପୁଲିସ ଠାରୁ ପ୍ରକାଶ ।

Leave a Reply