Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପହଞ୍ଚିଲେ ବଳଭଦ୍ର, ଅଟକିଛନ୍ତି ସୁଭଦ୍ରା ଓ ଜଗନ୍ନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପହଞ୍ଚିଲେ ବଳଭଦ୍ର, ଅଟକିଛନ୍ତି ସୁଭଦ୍ରା ଓ ଜଗନ୍ନାଥ

ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ପ୍ରବଳ ଖରା, ଗରମ, ଗୁଳୁଗୁଳି ସତ୍ତ୍ୱେ କାଳିଆ ପ୍ରେମରେ ବଡ଼ଦାଣ୍ଡ ପାଲଟିଥିଲା ଜନସମୁଦ୍ର । ନିର୍ଦ୍ଧାରିତ ନୀତିକାନ୍ତିଠାରୁ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଯାତ୍ରାର କାର୍ଯ୍ୟକ୍ରମ । ହେଲେ ତିନିରଥ ପହଞ୍ଚିପାରିନଥିଲେ ଗୁଣ୍ଡିଚା ମନ୍ଦିରରେ । ରାତି ୮ଟା ୫ ମିନିଟ୍‌ରେ ତାଳଧ୍ୱଜ ରଥ ପହଞ୍ଚିଥିଲେ ଶରଧାବାଲିରେ । ମା’ ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ରହିଛି ମାଉସୀମା’ ମନ୍ଦିର ନିକଟରେ । ରାତି କାରଣରୁ ରଥଟଣା ସ୍ଥଗିତ ରହିଥିଲା ବେଳେ ଆସନ୍ତାକାଲି ସକାଳ ୯ଟାରୁ ହେବ ରଥଟଣା । ବୁଧବାର ତିନି ଠାକୁର ରହିବେ ରଥ ଉପରେ । ଗୁରୁବାର ହେବ ପହଣ୍ଡି ବିଜେ । ବିଶ୍ୱପ୍ରସଦିଦ୍ଧ ଶ୍ରୀଗୁଣ୍ଡିଚା ନବଦିନାତ୍ମକ ଯାତ୍ରାର ପ୍ରଥମ ଚରଣରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ବଳଭଦ୍ର, ଦେବୀ ଶୁଭଦ୍ରା ଓ ଭାଇ ଜଗନ୍ନାଥ ସୁଦର୍ଶନ ଚକ୍ରଙ୍କୁ ଘେନି ତିନିରଥରେ ଶ୍ରୀଗୁଣ୍ଡିଚାବାଡି ଅଭିମୁଖେ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜିଉମାନଙ୍କର ପହଣ୍ଡି ଶ୍ରୀମନ୍ଦିର ମଧ୍ୟରୁ ବଡଦାଣ୍ଡକୁ ହୋଇଥିଲା । ବଡଦାଣ୍ଡରେ ଶ୍ରୀଜିଉମାନଙ୍କର ଟିକିଏ ସ୍ପର୍ଶ ପାଇବା ପାଇଁ ବଡଦାଣ୍ଡ ଜନସମୁଦ୍ର ପାଲଟିଥିଲା । ପ୍ରଚଣ୍ଡ ଖରାରେ ଭକ୍ତ ଓ ଭଗବାନ ଏକାକାର ହୋଇଥିଲେ । ଘଣ୍ଟ, ମାର୍ଦ୍ଦଳ ଓ ଶଙ୍ଖନାଦରେ ସିଂହଦ୍ୱାର ପ୍ରକମ୍ପିତ ହୋଇ ଉଠୁଥବା ବେଳେ ସେବାୟତମାନେ ପ୍ରଥମେ ବଳଭଦ୍ରଙ୍କୁ ଓ ପରେ ପରେ ମା’ ଶୁଭଦ୍ରା ଓ ଶେଷରେ ଜଗତରନାଥ ଜଗନ୍ନାଥଙ୍କୁ ଟାହିଆ ହଲାଇ ବଡଦାଣ୍ଡକୁ ଆଣିବା ପରେ ତିନିଦିଅଁକୁ ରଥାରୁଖ କରାଯାଇଥିଲା । ବିଧି ଅନୁଯୟୀ ଠାକୁରମାନେ ରଥାରୁଢ ହେବା ପରେ ଶ୍ରୀନଅରରୁ ଠାକୁରଙ୍କ ପ୍ରଥମ ସେବକ ମହାରାଜ ଦିବ୍ୟସିଂହ ଦେବ ତିନିରଥକୁ ଆସି ସୁନା ଖଡିକାରେ ଛେରାପହଁରା କରିଥିଲେ । ଏହା ପରେ ଶଙ୍କରାଚାର୍ଯ୍ୟ ସାଥୀମାନଙ୍କୁ ଘେନି ତିନିରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଚାରମାଳ ଖୋଲାଯାଇଥିଲା । ଏହା ପରେ ଘଣ୍ଟୁଆ ଓ ସାରଥୀଙ୍କୁ ପ୍ରସ୍ତୁତ କରାଯାଇଥିଲା । ଏହି ସମୟରେ ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ଭିତରେ ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ଉତ୍ସବ ମୁଖରିତ ହୋଇଥିଲା । ଭକ୍ତିମୟ ପରିବେଶରେ ଭକ୍ତମାନେ ରଥଠାରୁ ବହୂ ଦୂରରେ ଥାଇ ଶ୍ରୀଜିଉଙ୍କର ପଲକ ପାଇବା ପାଇଁ ଆତୁର ହୋଇ ଉଠିଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ ରଥ ଚାରିପାଖରେ ତିସ୍ତରୀୟ କର୍ଡନ ବବସ୍ଥା କରାଯାଇ ଭକ୍ତମାନଙ୍କୁ ନିୟନ୍ତ୍ରଣ କରାଯାଉଥିବା ଦେଖାଯାଇଥିଲା । ଟାଣ ଖରା ହେତୁ ରେଡକ୍ରସ୍ ସମେତ ବହୁ ଦାତବ୍ୟ ଅନୁଷ୍ଠାନ ଭକ୍ତଙ୍କ ଉପରକୁ ଥଣ୍ଡା ଜଳ ସିଞ୍ଚନ କରୁଥିବା ବେଳେ ପାନୀୟ ଜଳ, ଗ୍ଲୁକୋଜ, ଫଳରସ ଯୋଗାଇ ଦେଉଥିଲେ । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନୀତି ଶେଷ ହେବା ପରେ ଅପରାହ୍ଣ ୩ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଅଳ ନୀତିକାଣରୁ ନିର୍ଦ୍ଧାରତି ସମୟ ପୂର୍ବରୁ ଟଣା ଯାଇଥିଲା । ବଡଦାଣ୍ଡରେ ଶ୍ରୀଜିଉମାନଙ୍କୁ ଚର୍ମଚକ୍ଷୁରେ ଦେଖିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ହାଇକୋର୍ଟର ପ୍ରଧାନ ବିଚାରପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ପୂର୍ବରୁ ଆସି ବଡଦାଣ୍ଡରେ ଉପସ୍ଥିତ ରହିଥିଲେ । ରଥଟଣାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ପହଞ୍ଚିବା ପରେ ରଥଟଣା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନନ୍ଦିଘୋଷ ରଥ ଟାଣିବା ପାଇଁ ଆଗେଇ ଆସିଥିଲେ । ରାଜ୍ୟପାଳଙ୍କ ବଡଦାଣ୍ଡରେ ଜନସମୁଦ୍ର ନନ୍ଦିଘୋଷ ଟାଣିଲେ ମୁଖ୍ୟମନ୍ତ୍ରୀ ମରିଚିକୋଟରେ ଠେଲାପେଲା ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ମନ୍ତ୍ରୀ, ହାଇକୋର୍ଟର ବହୁ ବିଚାରପତି, ଜିଲ୍ଲା ପ୍ରଶାସନର ବହୁ ବଡ ବଡ ଅଧିକାରୀ ରଥଟଣାରେ ନିଜକୁ ସାମିଲ୍ କରିଥିଲେ । ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି । କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି । ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି । ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା । ଭକ୍ତମାନେ ଆସନ୍ତାକାଲି ମଧ୍ୟ ବଡ଼ଦାଣ୍ଡରେ ରଥଟଣାର ସୁଯୋଗ ପାଇବେ । ଅନ୍ୟପକ୍ଷରେ ରାଜ୍ୟ ପୋଲିସ୍ ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ସମୟରେ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଦେଖାଯାଇନଥିବା ବେଳେ କେବଳ ବଡଦାଣ୍ଡର ମରିଚିକୋଟ ନିକଟରେ ତାଳଧ୍ୱଜ ରଥ ଗଡିବା ସମୟରେ ପ୍ରାୟ ୩୦ରୁ ଅଧିକ ଶ୍ରଦ୍ଧାଳୁ ତଳେ ପଡିଯାଇଥିଲେ । ସେମାନଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲ୍ରେ ଭତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ କୌଣସି ଭକ୍ତ ଗୁରୁତର ନଥିବା ଜଣାପଡିଛ

Leave a Reply