Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ତାଗିଦ ପରେ ଗୃହ ମନ୍ତ୍ରାଳୟ ନିକଟରେ ୮୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ପାଇଁ ଅନୁରୋଧ କଲେ ନିର୍ବାଚନ ଆୟୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ତାଗିଦ ପରେ ଗୃହ ମନ୍ତ୍ରାଳୟ ନିକଟରେ ୮୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ପାଇଁ ଅନୁରୋଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଉଭୟ ସୁପ୍ରିମକୋର୍ଟ ଓ କାଲକାଟା ହାଇକୋର୍ଟଙ୍କ ତାଗିଦ ପରେ ବର୍ତ୍ତମାନ ରାଜ୍ୟ ନିର୍ବାଚନ ଆୟୋଗ ଗୃହ ମନ୍ତ୍ରାଳୟ ନିକଟରେ ୮୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ବାସ୍ତବରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ରାଜ୍ୟ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବାହିନୀର ୨୨ଟି କମ୍ପାନୀ ନିୟୋଜନ ପାଇଁ ଦାବି କରାଯାଇଥିଲା । ତେବେ ଏନେଇ ହାଇକୋର୍ଟଙ୍କ ତାଗିଦ ପରେ ରାଜ୍ୟ ନିର୍ବାଚନ ଆୟୋଗ ଗୃହ ମନ୍ତ୍ରାଳୟରୁ ୮୦୦ଟି କେନ୍ଦ୍ରୀୟ ବାହିନୀର କମ୍ପାନୀ ଦାବି କରିଛନ୍ତି ଯାହା ଦ୍ୱାରା ସେମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ନିୟୋଜିତ ହୋଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ କେନ୍ଦ୍ରୀୟ ବାହିନୀର ୩୧୫ କମ୍ପାନୀ ତୁରନ୍ତ ନିୟୋଜନ ପାଇଁ ନିଦେ୍ର୍ଦଶ ଜାରି କରିଛି । ସୂଚନା ଥାଉ କି ଯେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜୁଲାଇ ୮ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ତେବେ ପଂଚାୟତ ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡକୁ ଦେଖି କଲକତା ହାଇକୋର୍ଟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଆଉ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଥିଲେ । ଏହା ପରେ ବି ରାଜ୍ୟ ନିର୍ବାଚନ ଆୟୋଗ କେବଳ ୨୨ଟି କେନ୍ଦ୍ରୀୟ ବାହିନୀର କମ୍ପାନୀ ନିୟୋଜନ କରିବାକୁ ଅନୁରୋଧ କରିଥିଲେ । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବାପରେ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ୨୦୧୩ ନିର୍ବାଚନରେ ଯେତେସଂଖ୍ୟକ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଥିଲେ ତା’ଠାରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ପଶ୍ଚିମବଙ୍ଗରେ ୨୪ ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ କାଲକାଟା ହାଇକୋର୍ଟ ଗତକାଲି ରାଜ୍ୟ ନିର୍ବାଚନ କମିସନ୍? (ଏସଇସି)ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ୨୦୧୩ ପଂଚାୟତ ନିର୍ବାଚନରେ ୮୨ ହଜାର କେନ୍ଦ୍ରୀୟ ବାହିନୀ ନିଯୁକ୍ତ ହୋଇଥିବାବେଳେ ଏଥର ୧୭୦୦ କେନ୍ଦ୍ରୀୟ ବାହିନୀ ନିଯୁକ୍ତ ପାଇଁ ନିର୍ବାଚନ ଆୟୋଗ ଅନୁରୋଧ କରିଥିଲେ, ଯାହାକୁ ଅପର୍ଯ୍ୟାପ୍ତ ବୋଲି ହାଇକୋର୍ଟ କହିଥିଲେ । ହିଂସା ପ୍ରସଙ୍ଗରେ କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟ ନିର୍ବାଚନ କମିସନରଙ୍କ ଉପରେ ବର୍ଷିଥିଲେ । ମୁଖ୍ୟ ବିଚାରପତି କହିଥିଲେ, ଯଦି ରାଜ୍ୟ ନିର୍ବାଚନ କମିସନର ଚାପ ନେଇପାରୁନାହାନ୍ତି ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦିଅନ୍ତୁ ।

Leave a Reply