Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଏହି ଘାତକ ଡ୍ରୋନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଏହି ଘାତକ ଡ୍ରୋନ

ନୂଆଦିଲ୍ଲୀ : ଭାରତ ସରକାର ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବା ନିଷ୍ପତ୍ତି ନେବା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏହି ଶକ୍ତିଶାଳୀ ଡ୍ରୋନ ବିଶ୍ୱର ଅଳ୍ପକିଛି ଦେଶଙ୍କୁ ହିଁ ଆମେରିକା ବିକିଛି । ତେବେ କେବଳ ବିଦେଶୀ ଡ୍ରୋନ ନୁହେଁ ସ୍ୱଦେଶୀ ଜ୍ଞାନକୌଶଳରେ ବି ଡ୍ରୋନର ବିକାଶ କରୁଛି ଭାରତ । ଭାରତୀୟ ନୌସେନା ଏବଂ ଡିଆରଡିଓର ଏକ ଟିମ୍ ୧୬ ଜୁନ୍ ୨୦୨୩ରେ ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ମାନବବିହୀନ ଡ୍ରୋନ ତାପସର ସଫଳର ପରୀକ୍ଷଣ କରିଥିଲେ । କାରୱାର ନୌସେନା ଘାଟିଠାରୁ ୧୪୮ କିଲୋମିଟର ଦୂରରେ ଥିବା ଗ୍ରାଉଣ୍ଡ ଷ୍ଟେସନରେ ଏହି ଡ୍ରୋନ ୨୦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବାରେ ସଫଳ ହୋଇଥିଲା । ଏବେ ଏହି ସ୍ୱଦେଶୀ ଡ୍ରୋନ ସୀମା ଉପରେ ନଜର ରଖିବା ସହ ଶତ୍ରୁଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହି ଡ୍ରୋନର ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ତେବେ ଏହାକୁ ଏପର୍ଯ୍ୟନ୍ତ ଭାରତୀୟ ସେନାରେ ସାମିଲ କରାଯାଇନାହିଁ । ଏହି ଉଡ଼ାଣ ପରେ ଏହା ଖୁବଶୀଘ୍ର ଭାରତୀୟ ସେନାରେ ଯୋଗ ଦେବ ବୋଲି ଜଣାପଡିଛି । ତାପସ ବିଏଚ ୨୦୧ ଡ୍ରୋନ୍ ହେଉଛି ଏକ ଲଢୁଆ ଡ୍ରୋନ୍, ଯାହା ପ୍ରାୟ ୩୫୦ କେଜି ଓଜନ ବହନ କରି ଉଡିପାରିବ । ଏହି ଡ୍ରୋନର ଲମ୍ବ ୯.୫ ମିଟର ଏବଂ ଏହାର ପାଖାର ପ୍ରସ୍ଥ ୨୦.୬ ମିଟର । ତାପସ ଡ୍ରୋନର ଓଜନ ୧୮୦୦ କିଲୋଗ୍ରାମ ଏବଂ ଏହାର ପାଖାରେ ଦୁଇଟି ଏନପିଓ ସାଟର୍ଣ୍ଣ ୩୬ଟି ଟର୍ବୋପ୍ରୋପ୍ ଇଞ୍ଜିନ ରହିଛି । ଏହି ଦୁଇଟି ଇଞ୍ଜିନ ୨୦୦ ହର୍ସପାୱାର ଶକ୍ତି ଦେଇପାରିବ

Leave a Reply