ଗାନ୍ଧୀ ଶାନ୍ତି ପୁରସ୍କାର: ୧ କୋଟି ଅର୍ଥରାଶି ପୁରସ୍କାର ଗ୍ରହଣ କରିବାକୁ ମନାକଲା ‘ଗୀତା ପ୍ରେସ

ନୂଆଦିଲ୍ଲୀ: ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ଗୀତା ପ୍ରେସ୍ ଟ୍ରେଷ୍ଟ ମନା କରିଦେଇଛି । ଟ୍ରଷ୍ଟର କହିବା ଅନୁସାରେ ଗ୍ରୀତା ପ୍ରେସ୍ କୌଣସି ପ୍ରକାର ଦାନ ନେବ ନାହିଁ । ଏଥିପାଇଁ ଗ୍ରୀତା ପ୍ରେସ୍ ଟ୍ରଷ୍ଟ କୌଣସି ଅନୁଦାନ କିମ୍ୱା ପୁରସ୍କାରର ଧନରାଶିକୁ ସ୍ୱୀକାର କରେ ନାହିଁ । ଗ୍ରୀତା ପ୍ରେସର ପରିଚାଳକ ଡା.ଲାଲମଣି ତିୱାରୀ କହିଛନ୍ତି ଯେ ଗୀତା ପ୍ରେସ୍ର ପ୍ରତିଷ୍ଠା ସମୟରେ ଏହା ପ୍ରତିଷ୍ଠାଚା ସେଠଜୀ ଜୟଦଲାଲ ଯୋୟନ୍ଦକା ସ୍ଥିର କରିଥିଲେ ଯେ, ଏହି ପ୍ରେସକୁ ପରିଚାଳନା କରିବା ପାଇଁ କୌଣସି ପ୍ରକାର ସହଯୋଗ କିମ୍ୱା ଚାନ୍ଦା ନିଆଯିବ ନାହିଁ । ଏଥିପାଇଁ ଗୀତା ପ୍ରେସ୍ କୌଣସି ଅର୍ଥ ରାଶିକୁ ସ୍ୱୀକାର କରେ ନାହିଁ । ଗୀତା ପ୍ରେସ୍ ଗାନ୍ଧୀ ସମ୍ମାନର ଧନରାଶି ନେବ ନାହିଁ କିନ୍ତୁ ସମ୍ମାନକୁ ସହର୍ଷରେ ସ୍ୱୀକାର କରିବ । ଉଲ୍ଲେଖଯୋଗ୍ୟ ଯେ, ସଂସ୍କୃତି ମନ୍ତ୍ରଣାଳୟ ରବିବାର ଘୋଷଣା କରିଥିଲା ଯେ ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ଗୀତା ପ୍ରେସ, ଗୋରଖପୁରକୁ ପ୍ରଦାନ କରାଯିବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୀତପ୍ରେସକୁ ୨୦୨୧ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଗୀତା ପ୍ରେସକୁ ଏହି ପୁରସ୍କାର ସାମାଜିକ, ଆର୍ଥôକ କ୍ଷେତ୍ରରେ ଉକôୃଷ୍ଟ ଯୋଗଦାନ ପାଇଁ ଦିଆଯାଇଛି । ୧୯୨୩ରେ ସ୍ଥାପନ ହୋଇଥିବା ଗୀତା ପ୍ରେସ ଦୁନିଆର ସବୁଠୁ ବଡ଼ ପ୍ରକାଶକଙ୍କ ମଧ୍ୟରୁ ଗୋଟିଏ । ଏହା ୧୪ ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶିତ କରିଛି । ଏଥିରେ ୧୬.୨୧ କୋଟି ଶ୍ରୀମଦ୍ ଭଗବତ ଗୀତା ସାମିଲ ରହିଛି । ରାଜସ୍ୱ ପାଇଁ ସଂସ୍ଥା କେବେ କୌଣସି ପ୍ରକାଶନରେ ବିଜ୍ଞାପନ ଛାପି ନାହିଁ ।

Leave a Reply

Your email address will not be published. Required fields are marked *