Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁମ୍ଭ ମେଳା ପାଇଁ ଚାଲିବ ୮ଶହରୁ ଅଧିକ ସ୍ପେଶାଲ ଟ୍ରେନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁମ୍ଭ ମେଳା ପାଇଁ ଚାଲିବ ୮ଶହରୁ ଅଧିକ ସ୍ପେଶାଲ ଟ୍ରେନ୍

ନୂଆଦିଲ୍ଲୀ: କୁମ୍ଭମେଳା ପାଇଁ ରେଲୱେର ପ୍ରସ୍ତୁତି ବର୍ତ୍ତମାନଠାରୁ ଆରମ୍ଭ ହୋଇଛି । ଯାତ୍ରୀ ଆଣିବା ଏବଂ ନେବା ପାଇଁ ରେଲୱେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି । ଦେଶର କୋଣ ଅନୁକୋଣରୁ କୁମ୍ଭମେଳାକୁ ଯାତ୍ରୀଙ୍କୁ ନେବା ପାଇଁ ୮୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି । ଶନିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି । ସେ କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ରେଳମନ୍ତ୍ରୀ କହିଛନ୍ତି ଯେ, ଜାନୁୟାରୀ ୨୦୨୫ର ୬ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ରୁ ଅଧିକ ମେଳା ସ୍ପେଶାଲ ଟ୍ରେନ ଚଳାଚଳ କରିବ । ୧୫କୋଟିରୁ ଅଧିକ ତୀର୍ଥଯାତ୍ରୀ କୁମ୍ଭମେଳା ୨୦୨୫ରେ ଏକଜୁଟ ହେବେ ବୋଲି ଆଶା କରାଯାଉଛି । ବିଭିନ୍ନ କାର୍ଯ୍ୟ ପାଇଁ ଆରଓବି/ ଆରୟୁବି ଏବଂ ଏନଆର, ଏନସିଆର ଓ ଏନଇଆର, ଦ୍ୱାରା ଯାତ୍ରୀ ସୁବିଧା ପାଇଁ ୮୩୭କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏଥିସହ ତୀର୍ଥଯାତ୍ରୀଙ୍କ ଯାତାୟାତ ସମସ୍ୟାର ମୁକାବିଲା ପାଇଁ ଏନସିଆର, ଏନଆର ଏବଂ ଏନଆର ମୋଟ ୯ଟି ଷ୍ଟେସନ ଯୋଜନା କରାଯାଇଛି ା

Leave a Reply