Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତିସଂଘ ମୁଖ୍ୟାଳୟରେ ଯୋଗ କରିବେ ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନ୍ତର୍ଜାତୀୟ ଯୋଗ ଦିବସରେ ଜାତିସଂଘ ମୁଖ୍ୟାଳୟରେ ଯୋଗ କରିବେ ମୋଦୀ

ନୂଆଦିଲ୍ଲୀ : ଆସନ୍ତା ଜୁନ ୨୧ରେ ଭାରତ ସମେତ ଭାରତ ସମେତ ପୁରା ବିଶ୍ୱ ପାଳିବ ଅନ୍ତର୍ଜାତୀୟ ଯୋଗ ଦିବସ । ଏଥର ଯୋଗ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ପାଳିବେ ବୋଲି ଜଣାପଡିଛି । ଅନୂ୍ୟନ ୧୮୦ ଦେଶର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ କରିବେ । ଜାତିସଂଘ ସାଧାରଣ ସଭାର ୭୭ତମ ଅଧିବେଶନର ଅଧ୍ୟକ୍ଷ ସାବା କରୋସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏହା ହେବ ନବମ ଯୋଗ ଦିବସ କାର୍ଯ୍ୟକ୍ରମ । ଜାତିସଂଘର ଉତ୍ତର ଲନ୍‌ରେ ସକାଳ ୮ଟାରୁ ୯ ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସୂଚନା ଥାଉ କି, ଆସନ୍ତା ଜୁନ ୨୧ ରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିବେ । ସେ ଜୁନ ୨୩ରେ ଯାଏ ଆମେରିକାରେ ରହିବେ । ଏହାପରେ ସେ ୨୪ ଓ ୨୫ ତାରିଖରେ ଇଜିପ୍ଟକୁ ଗସ୍ତ କରିବେ । ସୂତ୍ରାନୁଯାୟୀ, ଚଳିତ ବର୍ଷ ଯୋଗ ଦିବସ କାର୍ଯ୍ୟକ୍ରମ ଅତ୍ୟନ୍ତ ଖାସ୍‌ ରହିବ । କାରଣ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ମୁଖ୍ୟାଳୟରେ ପ୍ରମୁଖ ଦେଶର ପ୍ରତିନିଧିଙ୍କ ଗହଣରେ ଯୋଗ ଦିବସର ନେତୃତ୍ୱ ନେବେ । ଏଥର ଭାରତରେ ଯୋଗ ଦିବସ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବ । ଏହାର ନେତୃତ୍ୱ ନେବେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ । ଏଥର ଯୋଗ ଦିବସର ଥିମ ରହିଛି ବସୁଧୈବ କୁଟୁମ୍ବକମ ।

Leave a Reply